Advertisment

ନିର୍ବାଚନ ଲଢ଼ିବେ ରଚନା ବାନାର୍ଜୀ

ଏଥର ଲୋକସଭା ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡିଛନ୍ତି ରଚନା।

author-image
Madhupriya Mistry
ଅଦ୍ୟତନ ହୋଇଛି
Rachana Banarjee

Rachana Banarjee

ଏଥର ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ଅଭନେତ୍ରୀ ରଚନା ବାନାର୍ଜୀ। ସେ ଅଭିନେତ୍ରୀରୁ ପାଲଟିବେ ରାଜନେତ୍ରୀ। ଏଥର ଲୋକସଭା ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡିଛନ୍ତି ରଚନା। ଏଥିପାଇଁ ମିଳିଛି ତାଙ୍କୁ ଟିକେଟ୍‌। ତୃଣମୂଳ କଂଗ୍ରେସର ଟିକେଟ୍‌ରେ ସେ ପ୍ରଥମଥର ପାଇଁ ନିର୍ବାଚନୀ ନୌକାରେ ବସିଛନ୍ତି।

Advertisment

ଟିଏମ୍‌ସି ରଚନା ବାନାର୍ଜୀଙ୍କୁ ପଶ୍ଚିମବଙ୍ଗର ହୁଗଳିରୁ ପ୍ରାର୍ଥୀ କରିଛି। ସେ ଏହି ଆସନରୁ ନିର୍ବାଚନ ଲଢ଼ିବେ। ବିରୋଧୀ ନେତାଙ୍କୁ ସେ କଡା ଟକ୍କର ଦେବେ। ପଶ୍ଚିମବଙ୍ଗରେ ରଚନାଙ୍କ ଫ୍ୟାନ୍‌ ଫଲୋଇଂ ଅଧିକା ଥିବାରୁ ଟିଏମ୍‌ସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଉପରେ ଏଥର ଭରସା ରଖିଛନ୍ତି।

ଅଭିନେତ୍ରୀ ରଚନା ବାନାର୍ଜୀ ବହୁ ଓଡ଼ିଆ ଫିଲ୍ମରେ କାମ କରିଛନ୍ତି। ସେ ପଶ୍ଚିମବଙ୍ଗର ହୋଇଥିଲେ ମଧ୍ୟ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ଜଣାଶୁଣା ଅଭିନେତ୍ରୀ। ପାଖାପାଖି ୨୦ରୁ ୩୦ଟି ଓଡ଼ିଆ ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। କେବଳ ସେତିକି ନୁହେଁ ସେ ବଙ୍ଗୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ମଧ୍ୟ ଜଣେ ଜଣାଶୁଣା ଚେହେରା।

Advertisment
TMC Rachana Banerjee Loksabha Election 2024