Advertisment

ଆଦାନୀ ମାମଲା: ଶାହ କହିଲେ ‘ଭୁଲ୍ କଲେ ଛଡ଼ାଯିବନି’

ମିଳିତ ସଂସଦୀୟ କମିଟି (ଜେପିସି) ଗଠନ କରିବାକୁ ବିରୋଧୀ ଦାବି କରୁଛନ୍ତି।

author-image
Madhupriya Mistry
Amit shah on Adani

Amit shah on Adani

ଦେଶରେ ବହୁ ଚର୍ଚ୍ଚିତ ଆଦାନୀ-ହିଡେନବର୍ଗ ମାମଲରେ ବିରୋଧୀ ଲଗାତର ହଙ୍ଗାମା ଜରି ରହିଛି। ଏହି ବିବାଦର ତଦନ୍ତ ପାଇଁ ମିଳିତ ସଂସଦୀୟ କମିଟି (ଜେପିସି) ଗଠନ କରିବାକୁ ବିରୋଧୀ ଦାବି କରୁଛନ୍ତି। ଏବେ ଏହି ମାମଲାରେ ମୁହଁ ଖୋଳିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। 

Advertisment

ଅମିତ ଶାହ କହିଛନ୍ତି, ସୁପ୍ରିମକୋର୍ଟ ଏହି ଘଟଣାର ଅବଗତ ହୋଇସାରିଛନ୍ତି। କୋର୍ଟ ଏକ ତଦନ୍ତ କମିଟି ମଧ୍ୟ ଗଠନ କରିଛନ୍ତି। ସେ କହିଛନ୍ତି, ଯଦି କିଛି ଭୁଲ ହୋଇଛି ତେବେ କାହାକୁ ଛଡ଼ାଯିବ ନାହିଁ। ଯଦି ଏହି ଘଟଣାରେ କାହା ପାଖରେ କିଛି ପ୍ରମାଣ ଥାଏ ତେବେ ତାକୁ ସୁପ୍ରିମକୋର୍ଟ କମିଟି ନିକଟରେ ହାଜର କରାଯିବା ଉଚିତ।

ଶାହ ଆହୁରି କହିଛନ୍ତି, ଏ ପ୍ରସଙ୍ଗର ଆମ ସରକାର ସହିତ କୌଣସି ସମ୍ପୃକ୍ତି ବା ଅନିଶ୍ଚିତତା ନାହିଁ। ଘଟଣା ତଦନ୍ତ କରିବା ଲାଗି ସୁପ୍ରିମ୍ କୋର୍ଟ କମିଟି ଗଠନ କରିଛନ୍ତି ଏବଂ ଜନସାଧାରଣ ବିଚାର ବ୍ୟବସ୍ଥା ଉପରେ ଆସ୍ଥା ରଖିବା ଉଚିତ।

Advertisment

ସେପଟେ ବିରୋଧୀଙ୍କ ହଙ୍ଗାମା ଭିତରେ ସଂସଦ ଅଚଳ ହେଉଥିବା ନେଇ ମଧ୍ୟ ଶାହ ପ୍ରତିକ୍ରିୟା ରଖିଛନ୍ତି। ବିରୋଧୀ ଦଳ ଆଲୋଚନା କରି ବୁଝାମଣାରେ ଉପନୀତ ହେଲେ ଯାଇ ସମସ୍ୟାର ସମାଧାନ ହୋଇପାରିବ। ଦୁଇ ପକ୍ଷ ବାଚସ୍ପତିଙ୍କ ସମ୍ମୁଖରେ ବସି ଆଲୋଚନା କରନ୍ତୁ। ସେମାନେ ଦୁଇ ପାଦ ଆଗକୁ ବଢ଼ିଲେ ଆମେ ବି ଦୁଇ ପାଦ ଆଗକୁ ବଢ଼ିବୁ। ତେବେ ଯାଇ ସଂସଦ ଚାଲିବ। କିନ୍ତୁ, ସେମାନେ ଖାଲି ସାମ୍ବାଦିକ ସମ୍ମିଳନୀ ଛଡ଼ା କିଛି କରୁ ନାହାନ୍ତି। ଏମିତିରେ କାର‌୍ୟ୍ୟ ହେବ ନାହିଁ ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି।

Gautam Adani Amit Shah