Advertisment

ହିଣ୍ଡେନ୍‌ବର୍ଗକୁ ଚାଲେଞ୍ଜ ଦେବା ପାଇଁ ଆମେରିକାର ଦାମୀ ଲ’ ସଂସ୍ଥା ହାୟାର କଲା ଆଦାନୀ

କମ୍ପାନୀର ଅସଲ ମୁଖା ଖୋଲି ଦେଇଛି।

author-image
Tapas Behera
ଅଦ୍ୟତନ ହୋଇଛି
undefined

Gautam Adani

ଦେଶର ପ୍ରତିଷ୍ଟିତ ଶିଳ୍ପପତି ଗୌତମ ଆଦାନୀଙ୍କ ବ୍ୟବସାୟ ସାମ୍ରାଜ୍ୟର ଗୁମର ଖୋଲିଦେବା ସମଗ୍ରଦେଶରେ ଚର୍ଚ୍ଚା ପାଲଟିଛି। କମ୍ପାନୀର ଅସଲ ମୁଖା ଖୋଲି ଦେବା ପରେ ଆଦାନୀ ସଂସ୍ଥାକୁ ଜୋରଦାର ଅର୍ଥନୈତିକ ଝଟକା ଲିଗିଛି। ଫଳରେ ହିଣ୍ଡେନବର୍ଗ ବିରୋଧରେ ଆଦାନୀ ପ୍ରତିଶୋଧ ପରାୟଣ ହୋଇ ଆଇନଗତ ଲଢ଼େଇ ପାଇଁ ଚେତାବନୀ ଦେଇଛି। ହିଣ୍ଡେନବର୍ଗକୁ ଅଦାଲତି ଚେତବାନୀ ଦେଇଥିବା ଆଦାନୀ ବଡ଼ଧରଣର ଲଢ଼େଇଇ ପାଇଁ ପ୍ରସ୍ତୁତ ହୋଇଛି। ଏଥିପାଇଁ ଆଦାନୀ ଆମେରିକାର ୱାଲ ଷ୍ଟ୍ରିଟର ପ୍ରତିଷ୍ଟିତ ଲ’ ଫାର୍ମ ୱାଚ୍‌ଟେଲକୁ ହାୟାର କରିଛି। ୱାଚଟେଲ ହେଉଛି ଆମେରିକାର ସବୁଠାରୁ ଦାମୀ ଲ’ ଫାର୍ମା। ଗତମାସରେ ହିଣ୍ଡେନବର୍ଗ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଆଦାନି ଗ୍ରୁପ୍‌ର ଜାଲିଆତି ସମ୍ପର୍କରେ ଖୁଲାସା କରାଯାଇଥିଲା ।

Advertisment

ଏହା ଭାରତୀୟ ଷ୍ଟକ୍ ଏକ୍ସଚେଞ୍ଜରେ ଝଡ ସୃଷ୍ଟି କରିଥିଲା । ଅଦାନି ଗ୍ରୁପ୍‌ର ସେୟାର ମୂଲ୍ୟ ହଠାତ୍ କମିଯାଇଥିଲା । ପ୍ରବଳ ଆର୍ଥିକ କ୍ଷତି ଯୋଗୁଁ ଏକଦା ବିଶ୍ୱ ଧନୀ ତାଲିକାର ୩ୟ ସ୍ଥାନରେ ରହିଥିବା ଅଦାନି ଗ୍ରୁପ୍ ମାଲିକ ଗୌତମ ଅଦାନି ବର୍ତ୍ତମାନ ୧୭ଶ ସ୍ଥାନକୁ ଖସିଆସିଛନ୍ତି । ତାଙ୍କର ସମ୍ପତ୍ତି ପରିମାଣ ମଧ୍ୟ ୧୨୭ ବିଲିୟନ ଡଲାରରୁ ୬୩ ବିଲିୟନ ଡଲାରକୁ ହ୍ରାସ ପାଇଛି । ଏହି ରିପୋର୍ଟକୁ ନେଇ ଆଦାନୀ ହିଣ୍ଡେନବର୍ଗକୁ ଆଇନଗତ ପାନେ ଦେବାକୁ ଚେତାବନୀ ଦେଇଥିଲା। ରିପୋର୍ଟ ଅନୁଯାୟୀ ହିଣ୍ଡେନବର୍ଗ ଅଭିଯୋଗକୁ ମିଥ୍ୟା ପ୍ରମାଣ ପାଇଁ ଜୋରଦାର ପ୍ରୟାସ କରିଛି ଆଦାନୀ।

ଅନ୍ୟପଟେ ଅଦାନି ଗ୍ରୁପ୍ ସମ୍ପର୍କରେ ରିପୋର୍ଟ ସାର୍ବଜନୀନ କରିଥିବା ହିଣ୍ଡେନବର୍ଗ ରିପୋର୍ଟର ସତ୍ୟତାକୁ ନେଇ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରାଯାଇଛି । ଅଦାଲତଙ୍କ ତତ୍ତ୍ୱାବଧାନରେ ଉକ୍ତ ରିପୋର୍ଟର ସତ୍ୟତା ତଦନ୍ତ କରାଯାଉ ବୋଲି ଦାବିକରି ବିଶାଲ ତିୱାରୀ ନାମକ ଆଇନଜୀବୀ ଏହି ପିଟିସନ ଦାଏର କରିଥିଲେ । ଏହାର ଶୀଘ୍ର ଶୁଣାଣି କରିବାକୁ ପିଟିସନରେ ଦାବି କରାଯାଇଥିଲା ।

Advertisment