Advertisment

ହିଣ୍ଡେନବର୍ଗ ରିପୋର୍ଟର ଇଫେକ୍ଟ: ୧୦ ଦିନରେ ଆଦାନୀ ଗ୍ରୁପ୍‌ ହରାଇଲାଣି ୧୧୮ ବିଲିୟନ ଡଲାର

ହିଣ୍ଡେନବର୍ଗର ରିପୋର୍ଟ ପୂର୍ବରୁ ଆଦାନୀ ଗ୍ରୁପ୍‌ର ସମ୍ପତ୍ତି ମୂଲ୍ୟ ୨୧୭ ବିଲିୟନ ଡଲାର ଥିଲା। ହେଲେ ୧୦ ଦିନ ମଧ୍ୟରେ ଏହା ୧୧୮ ବିଲିୟନ ଡଲାର ହ୍ରାସ ପାଇଛି।

ଅଦ୍ୟତନ ହୋଇଛି
Adani Group

Adani Group

Advertisment

ଆମେରିକାର ଶର୍ଟ ସେଲର ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚ ଦେଇଥିବା ରିପୋର୍ଟ ଶିଳ୍ପପତି ଗୌତମ ଆଦାନୀ ଓ ତାଙ୍କ କମ୍ପାନୀକୁ ମହଙ୍ଗା ପଡ଼ିଛି। ରିପୋର୍ଟ ପ୍ରକାଶ ପାଇବା ଦିନ ଠାରୁ ଷ୍ଟକ ମାର୍କେଟରେ ଆଦାନୀ ଗ୍ରୁପ୍‌ର ଶେୟାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଏକଦା ଗୌତମ ଆଦାନୀ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ଥିବା ବେଳେ ୧୦ ଦିନ ମଧ୍ୟରେ ସେ ଟପ୍‌ ୨୦ରୁ ବାଦ ପଡ଼ିଛନ୍ତି।

Advertisment

ସେହିପରି ହିଣ୍ଡେନବର୍ଗର ରିପୋର୍ଟ ପୂର୍ବରୁ ଆଦାନୀ ଗ୍ରୁପ୍‌ର ସମ୍ପତ୍ତି ମୂଲ୍ୟ ୨୧୭ ବିଲିୟନ ଡଲାର ଥିଲା। ହେଲେ ୧୦ ଦିନ ମଧ୍ୟରେ ଏହା ୧୧୮ ବିଲିୟନ ଡଲାର ହ୍ରାସ ପାଇଛି। ଏବେ ମାର୍କେଟରେ ଆଦାନୀ ଗ୍ରୁପ୍‌ ପାଖରେ ୯୯ ବିଲିୟନ ଡଲାରର ସମ୍ପତ୍ତି ରହିଛି। ଆଦାନୀ ଗ୍ରୁପ୍‌ ହିଣ୍ଡେନବର୍ଗ ରିପୋର୍ଟ ଯୋଗୁ ୫୦% ସମ୍ପତ୍ତି ହରାଇ ସାରିଲାଣି।

ଷ୍ଟକରେ ଧୋକାଦାରୀ କରି ମୂଲ୍ୟ ଅଧିକ ଦେଖାଇବା, ଟିକସରେ ହେରଫେର କରିବା ଓ ମିଛ ତଥ୍ୟ ଦେଇ ଋଣ କରିବା ଭଳି କାମ ଆଦାନୀ ଗ୍ରୁପ୍‌ କରିଥିବା ହିଣ୍ଡେନବର୍ଗ ରିପୋର୍ଟ ଦେଇଛି। ଜାନୁଆରୀ ୨୪ରେ ପ୍ରଥମେ ଏହି ରିପୋର୍ଟ ପ୍ରକାଶ ପାଇଥିଲା। ଏହାପରଠାରୁ ଆଦିନୀ ଗ୍ରୁପ୍‌ ଉପରୁ ଲୋକଙ୍କ ଭରସା ତୁଟିବାରେ ଲାଗିଛି।

Advertisment

ଆମେରିକାରେ ଥିବା ହିଣ୍ଡେନବର୍ଗ ହେଉଛି ଗୋଟିଏ ଫରେନ୍ସିକ ଫାଇନାନ୍ସିଆଲ ରିସର୍ଚ୍ଚ ସଂସ୍ଥା। ବ୍ୟବସାୟିକ ଦୁନିଆରେ ବିଭିନ୍ନ କମ୍ପାନୀ କରୁଥିବା ଦୁର୍ନୀତି ଓ ଠକେଇ ଉପରେ ଏହା ଯାଞ୍ଚ କରି ରିପୋର୍ଟ ଦେଇଥାଏ। ୨୦୧୭ରେ ନାଥନ ଆଣ୍ଡରସନ ଏହାର ପ୍ରତିଷ୍ଠା କରିଥିଲେ। ୧୯୩୭ ମସିହାରେ ହିଣ୍ଡେନବର୍ଗ ଏୟାରଶିପ୍‌ ବିପର୍ଯ୍ୟୟ ଅନୁଯାୟୀ କମ୍ପାନୀ ନିଜ ନାଁ ହିଣ୍ଡେନବର୍ଗ ରଖିଛି।

ବିଭିନ୍ନ କମ୍ପାନୀ ଓ ଷ୍ଟାର୍ଟଅପ୍ସ କରୁଥିବା ଅନିୟମିତତା ସମ୍ପର୍କରେ ସଂସ୍ଥା ରିପୋର୍ଟ ଦେଇଥାଏ। ପୂର୍ବରୁ ମଧ୍ୟ ଅନେକ କମ୍ପାନୀ ବିରୋଧରେ ହିଣ୍ଡେନବର୍ଗ ରିପୋର୍ଟ ଦେଇଥିଲା। ରିପୋର୍ଟ ପରେ ଅନେକ କମ୍ପାନୀର ଶେୟାର ମୂଲ୍ୟ ରସାତଳକୁ ଖସି ଯିବାର ନଜିର ରହିଛି। ଏବେ ଆଦାନୀ ଗ୍ରୁପ୍‌ ମଧ୍ୟ ସମାନ ସ୍ଥିତି ଦେଇ ଗତି କରୁଛି। ୨୦୧୭ ପରଠାରୁ ଇତି ମଧ୍ୟରେ କମ୍ପାନୀ ୧୬ଟି କମ୍ପାନୀ ଚଳାଇଥିବା ଅନିୟମିତତାର ଗୁମର ଖୋଲିଛି।

ହିଣ୍ଡେନବର୍ଗ ପକ୍ଷରୁ ଆଦାନୀ ଗ୍ରୁପ୍‌ ବିରୋଧରେ ଅନେକ ଦାବି କରାଯାଇଛି। ହେଲେ ଏହାକୁ ଆଦାନୀ ଗ୍ରୁପ୍‌ ଖଣ୍ଡନ କରିଛି। ତଥାପି ଗ୍ରୁପ୍‌ ୧୦ ଲକ୍ଷ କୋଟି ଟଙ୍କା ହରାଇ ସାରିଥିବା ଜଣାପଡ଼ିଛି।

Gautam Adani Hindenburg
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe