Advertisment

ବହୁ ଚର୍ଚ୍ଚିତ ଆଦାନୀ-ହିଡେନବର୍ଗ ମାମଲା: ତଦନ୍ତ ଶେଷ କରିବାକୁ ଆଉ ୬ ମାସ ମାଗିଲା ସେବି

ସୁପ୍ରିମ୍‌ କୋର୍ଟ ଗତ ମାର୍ଚ୍ଚରେ ଏହି ମାମଲାର ଶୁଣାଣି କରି ୨ ମାସ ଭିତରେ ତଦନ୍ତ ରିପୋର୍ଟ ଦେବାକୁ ସେବିକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏବେ ସେବି ତଦନ୍ତ ପାଇଁ ଅଧିକ ସମୟ ମାଗିଛି।

author-image
Niranjan Mishra
Adani Group

Adani Group

ବହୁ ଚର୍ଚ୍ଚିତ ଆଦାନୀ-ହିଡେନବର୍ଗ ମାମଲା ତଦନ୍ତ ଶେଷ କରିବାକୁ ଆଉ ଅଧିକ ସମୟ ମାଗିଲା ସେବି(ସିକ୍ୟୁରିଟିଜ୍ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ। ସୁପ୍ରିମ୍‌କୋର୍ଟରେ ବୁଧବାର ସେବି ପକ୍ଷରୁ ଏହି ଆବେଦନ ହୋଇଛି। ଏହି ତଦନ୍ତ ଶେଷ କରିବାକୁ ସେବି ୬ ମାସ ମାଗିଛି।

Advertisment

ସେବି କୋର୍ଟଙ୍କୁ ଆହୁରି ଜଣାଇଛି ଯେ, ଏହି ମାମଲାରେ ପ୍ରାଥମିକ ଅନୁସନ୍ଧାନରୁ ମିଳିଥିବା ତଥ୍ୟ ଓ ଷ୍ଟାଟସ ରିପୋର୍ଟକୁ ବିଶେଷଜ୍ଞ କମିଟିକୁ ଦେଇଛି।

୮ଟି କ୍ଷେତ୍ରରେ ଅନିୟମିତତା ହୋଇଥିବା ନେଇ ଏହି ତଦନ୍ତ କରାଯାଉଛି। ସହାୟକ କମ୍ପାନୀ ସହିତ ସାତୋଟି ତାଲିକାଭୁକ୍ତ ଆଦାନୀ କମ୍ପାନୀ ତଦନ୍ତ ସ୍କାନରରେ ଅଛନ୍ତି। ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ ସହିତ ଆଦାନୀ ପାୱାର ଲିମିଟେଡ୍, ଆଦାନୀ ଟ୍ରାନ୍ସମିସନ୍ ଲିମିଟେଡ୍, ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡ୍, ଆଦାନୀ ପୋର୍ଟ ଆଣ୍ଡ ସ୍ପେଶାଲ ଇକୋନୋମିକ୍ସ ଜୋନ୍ ଲିମିଟେଡ୍, ଆଦାନୀ ଟୋଟାଲ୍ ଗ୍ୟାସ୍ ଲିମିଟେଡ୍ ଏବଂ ଆଦାନୀ ୱିଲମାର ଲିମିଟେଡ୍‌କୁ ଡକ୍ୟୁମେଣ୍ଟ୍ ଏବଂ ସୂଚନା ଦାଖଲ କରିବାକୁ କୁହାଯାଇଛି।

Advertisment

ସୂଚନା ଥାଉକି, ସୁପ୍ରିମ୍‌ କୋର୍ଟ ଗତ ମାର୍ଚ୍ଚରେ ଏହି ମାମଲାର ଶୁଣାଣି କରି ୨ ମାସ ଭିତରେ ତଦନ୍ତ ରିପୋର୍ଟ ଦେବାକୁ ସେବିକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏବେ ସେବି ତଦନ୍ତ ପାଇଁ ଅଧିକ ସମୟ ମାଗିଛି।

Adani Enterprises