Advertisment

ଆଦାନୀ ବିରୋଧରେ ‘ହିଣ୍ଡେନ୍‌ ବର୍ଗ’ ରିପୋର୍ଟକୁ ନେଇ ସଂସଦରେ ଝଡ଼

ଆଦାନୀ ଗ୍ରୁପ ବିରୋଧରେ ଆମେରିକୀୟ ପ୍ରତିଷ୍ଠାନ ହିଣ୍ଡେନ୍‌ ବର୍ଗ ଆଣିଥିବା ଅଭିଯୋଗର ତଦନ୍ତ ପାଇଁ ଦାବି ହୋଇଛି।

ଅଦ୍ୟତନ ହୋଇଛି
undefined

Gautam Adani

Advertisment

ଆଦାନୀ ଗ୍ରୁପ ବିରୋଧରେ ହିଣ୍ଡେନ୍‌ ବର୍ଗ ରିପୋର୍ଟକୁ ନେଇ ଝଡ଼। ହି‌ଣ୍ଡେନ୍‌ବର୍ଗ ରିପୋର୍ଟ ଏବଂ ଅଦାନୀ ଗ୍ରୁପ୍‌ ସେୟାର୍‌ର ମୂଲ୍ୟ ହ୍ରାସ ବିଷୟରେ ଆଲୋଚନା କରିବାକୁ ବିରୋଧୀ ଦଳ ଦାବି କରିବାରୁ ସଂସଦରେ ହଟ୍ଟଗୋଳ ଆରମ୍ଭ ହୋଇଥିଲା। ଫଳରେ ସଂସଦର ଉଭୟ ଗୃହକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି।

Advertisment

ଏହାପରେ ବିରୋଧୀ ଦଳ ପକ୍ଷରୁ ବହୁ ନେତା ସାମ୍ବାଦିକ ସମ୍ମିଳନୀ କରି ଆଦାନୀ ଗ୍ରୁପ ବିରୋଧରେ ଆମେରିକୀୟ ପ୍ରତିଷ୍ଠାନ ହିଣ୍ଡେନ୍‌ ବର୍ଗ ଆଣିଥିବା ଅଭିଯୋଗର ତଦନ୍ତ ପାଇଁ ଦାବି କରିଛନ୍ତି। କଂଗ୍ରେସ ଏବଂ ଅନ୍ୟ ଦଳର ନେତାମାନେ ଆଦାଦୀ ମାମଲାରେ ଯୁଗ୍ମ ସଂସଦୀୟ କମିଟି ବା ସୁପ୍ରିମକୋର୍ଟ ଦ୍ୱାରା ପରିଚାଳିତ ଏକ ତଦନ୍ତ କମିଟି ଗଠନ କରିବାକୁ ଦାବି କରିଛନ୍ତି। ‘ଅଦାନୀ ଗ୍ରୁପ୍‌’ ଉପରେ ‘ହିଣ୍ଡେନ୍‌ବର୍ଗ’ ରିପୋର୍ଟ ବିଷୟରେ ଆଲୋଚନା କରିବା ଲାଗି ରାଜ୍ୟସଭାର ବିରୋଧୀ ଦଳର ନେତା ତଥା କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ୍‌ ଖଡ଼ଗେ ଏବଂ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଦଳ ‘ଭାରତ ରାଷ୍ଟ୍ର ସମିତି’ ସଂସଦର ଉଭୟ ଗୃହରେ ପ୍ରସ୍ତାବ ଆଗତ କରିଥିଲା। ତେବେ ବିରୋଧୀଙ୍କ ପ୍ରସ୍ତାବ ଗ୍ରହଣ କରାଯାଇ ନଥିବାରୁ ହଙ୍ଗାମା ହୋଇଥିଲା। ଅନ୍ୟପଟେ ହିଣ୍ଡେନ୍‌ବର୍ଗ’ର ରିପୋର୍ଟ ମିଥ୍ୟା ଏବଂ ଏହା ଆମ ଗ୍ରୁପ୍‌ର ବ୍ୟବସାୟକୁ ବିଭ୍ରାନ୍ତ କରିପାରିବ ନାହିଁ ବୋଲି ଆଦାନୀ ଗ୍ରୁପ୍‌ଅ ମୁଖ୍ୟ ଅର୍ଥନୈତିକ ଅଧିକାରୀ ଜୁଗେଶିନ୍ଦର୍‌ ସିଂହ କହିଛନ୍ତି। ଗଣମାଧ୍ୟମକୁ ଜୁଗେଶିନ୍ଦର୍‌ କହିଛନ୍ତି, ଏହି ମିଥ୍ୟା ରିପୋର୍ଟ ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ଉପରେ ଆଧାରିତ । ତେଣୁ ଆମର ବ୍ୟବସାୟକୁ ବିଭ୍ରାନ୍ତିକର ଭାବେ ଉପସ୍ଥାପନ କରିପାରିବ ନାହିଁ।

ସୂଚନାଯୋଗ୍ୟ, ହିଣ୍ଡେନ୍‌ବର୍ଗ’ ହେଉଛି ସର୍ଟ ସେଲିଙ୍ଗ୍‌ରେ ପାରଦର୍ଶିତା ଥିବା ନ୍ୟୁୟର୍କର ଗୋଟିଏ କ୍ଷୁଦ୍ର କମ୍ପାନି। ତା’ର ଏହି ରିପୋର୍ଟ ଯୋଗୁଁ ଅଦାନୀ ଗ୍ରୁପ୍‌ ମାତ୍ର ଦୁଇ ସପ୍ତାହରେ ୫୦ ବିଲିୟନ୍‌ ଆମେରିକୀୟ ଡଲାର ‘ମାର୍କେଟ୍‌ ଭେଲ୍ୟୁ’ ହରାଇଛି। ନିଜେ ଅଦାନୀ ମଧ୍ୟ ୨୦ ବିଲିୟନ୍‌ ଡଲାର୍‌ ବା ସମୁଦାୟ ସମ୍ପତ୍ତିର ଏକପଞ୍ଚମାଂଶ ହରାଇଛନ୍ତି।

Advertisment
Gautam Adani
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe