Advertisment

ରାଜଦଣ୍ଡ ଧରିଲେ ମୋଦି

ତାମିଲନାଡୁ ଧର୍ମପୁରମ ଅଧିନମ୍ ମଠ ମହନ୍ତ ମୋଦିଙ୍କୁ ସେଙ୍ଗୋଲ ବା ରାଜଦଣ୍ଡ ପ୍ରଦାନ କରିଛନ୍ତି।

ଅଦ୍ୟତନ ହୋଇଛି
One of the adheenam priests with Finance Minister Nirmala Sitharaman, and PM Modi in Delhi

One of the adheenam priests with Finance Minister Nirmala Sitharaman, and PM Modi in Delhi

Advertisment

ରାଜଦଣ୍ଡ ଧରିଲେ ମୋଦି। ତାମିଲନାଡୁ ଧର୍ମପୁରମ ଅଧିନମ୍ ମଠ ମହନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦଅ ମୋଦିଙ୍କୁ ସେଙ୍ଗୋଲ ବା ରାଜଦଣ୍ଡ ପ୍ରଦାନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ୨୧ ଜଣ ଅଧିନମ୍ ଓ ଅର୍ଥ ମନ୍ତ୍ରୀ ନିର୍ମଳା ସୀତା ରମଣ ମଧ୍ୟ ଉପସ୍ଥିତ ଥିଲେ। ଏହି ସନ୍ଥମାନେ ମୋଦିଙ୍କୁ ଭେଟିବା ସହ ମନ୍ତ୍ର ଧ୍ୱନୀ କରି ଆଶୀର୍ବାଦ ସହ ସେଙ୍ଗୋଲ ଦେଇଥିଲେ। ଆସନ୍ତାକାଲି ନୂଆ ସଂସଦ ଭବନର ଲୋକାର୍ପଣ ହେବାକୁ ଥିବା ବେଳେ ଏହାପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜଦଣ୍ଡ ହସ୍ତାନ୍ତର କରାଯାଇଛି। ଚୋଳ ଶାସନ ସମୟରେ କ୍ଷମତାର ପ୍ରତିକ ଏହି ରାଜଦଣ୍ଡ ଜଣେ ରାଜା ଅନ୍ୟଜଣକୁ ଶାସନ କ୍ଷମତା ଦେବା ବେଳେ ହସ୍ତାନ୍ତର କରିଥାଏ ବୋଲି ଇତିହାସ କୁହେ।

Advertisment

ଏହି ରାଜଦଣ୍ଡକୁ ଆସନ୍ତାକାଲି ନୂଆ ସଂସଦ ଭବନରେ ବାଚସ୍ପତିଙ୍କ ଆସନ ପାଖରେ ସ୍ଥାପନ କରାଯିବ। ଆସନ୍ତାକାଲି ସକାଳ ପ୍ରାୟ ସାଢେ ୭ଟାରେ ପୂଜା ଏବଂ ଯଜ୍ଞ ରହିଛି। ସକାଳ ପ୍ରାୟ ସାଢେ ୮ରୁ ୯ଟା ଭିତରେ ସେଙ୍ଗୋଲକୁ ସ୍ଥାପନ କରାଯିବ।

ପରେ ପ୍ରାୟ ସାଢେ ୯ଟା ବେଳକୁ ପାର୍ଲାମେଣ୍ଟ ଲବିରେ ପ୍ରାର୍ଥନା ସଭା ଏବଂ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳକୁ ପାର୍ଲାମେଣ୍ଟ ଉପରେ ଦୁଇଟି ସର୍ଟଫିଲ୍ମ ପ୍ରଦର୍ଶିତ ହେବ। ଦିନ ପ୍ରାୟ ଗୋଟାଏ ବେଳକୁ ନୂଆ ୭୫ ଟଙ୍କା କଏନ ଏବଂ ଷ୍ଟାମ୍ପକୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିବେ। ଏହାପରେ ପ୍ରଧାନମନ୍ତ୍ରୀ ମୋଦି ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି।

Advertisment

ସେପଟେ ଆସନ୍ତାକାଲି ଦେଶର ଇତିହାସରେ ଯୋଡ଼ାହେବ ଏକ ନୂତନ ଅଧ୍ୟାୟ। ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ନୂତନ ମନ୍ଦିର ଲୋକାର୍ପଣ ହେବ। ଭାରତକୁ ମିଳିବ ଏକ ଭବ୍ୟ, ବିଶାଳ ଏବଂ ଅତ୍ୟାଧୁନିକ ନୂତନ ସଂସଦ ଭବନ। ଯେଉଁଠି ୧୪୦ କୋଟି ଭାରତୀୟଙ୍କ ପ୍ରତିନିଧି କରିବେ, ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନୀତି ନିର୍ଦ୍ଧାରଣ ଏବଂ ନିୟମ ପ୍ରଣୟନ। ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହେବ ୬୪ ହଜାର ୫ଶହ ବର୍ଗମିଟର କ୍ଷେତ୍ରରେ ନିର୍ମିତ ତ୍ରିକୋଣାକାର ନୂଆ ସଂସଦ ଭବନ। ଯାହାର ସଭା ଉପରେ ଶୋଭା ପାଉଛି ୧୦ ହଜାର କିଲୋଗ୍ରାମର ସୁଦୃଶ୍ୟ ରାଷ୍ଟ୍ରୀୟ ପ୍ରତୀକ- ଅଶୋକ ସ୍ତମ୍ଭ। ସଂସଦ ସୌଧ ମୁଖ୍ୟ ପ୍ରବେଶ ଦ୍ୱାରରେ ଖୋଦିତ ହୋଇଛି ଅଶୋକ ଚକ୍ର। ତଳେ ଲେଖାଯାଇଛି ସତ୍ୟମେବ ଜୟତେ। ନୂତନ ପାର୍ଲାମେଣ୍ଟ ଗୃହରେ ରହିଛି ୩ଟି ପ୍ରବେଶ ପଥ। ଯାହାର ନାଁ ରଖାଯାଇଛି ଜ୍ଞାନ ଦ୍ୱାର, ଶକ୍ତି ଦ୍ୱାର ଓ କର୍ମ ଦ୍ୱାର।

ଏହା କୋଟି କୋଟି ଭାରତୀୟଙ୍କ ଆଶା ଓ ଆକାଂକ୍ଷାର ପ୍ରତୀକ। ନୂଆ ସଂସଦ ଭବନର ଉଦଘାଟନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି। ସକାଳ ୭ଟାରୁ ଆରମ୍ଭ ହେବ ସମାରୋହ। ଦୁଇଟି ପର୍ଯ୍ୟାୟରେ ଏହା ଅପରାହ୍ନ ପ୍ରାୟ ସାଢେ ୨ଟା ଯାଏଁ ଚାଲିବ।

ଆସନ୍ତାକାଲି ପୂଜାର୍ଚ୍ଚନା ଏବଂ ପ୍ରାର୍ଥନାସଭା ସହ ନୂଆ ସଂସଦ ଭବନର ଲୋକାର୍ପଣ ହେବ। ଏଥିପାଇଁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରତ ତାମିଲନାଡୁର ୨୧ ଜଣ ସନ୍ଥ ପହଁଚିସାରିଛନ୍ତି। ଧର୍ମପୁରମ ଅଧିନମର ଏହି ସନ୍ଥ ସମୂହ ସ୍ୱତନ୍ତ୍ର ପୂଜାବିଧି କରିବା ସହ କ୍ଷମତା ହସ୍ତାନ୍ତରର ପ୍ରତୀକ ରାଜଦଣ୍ଡ ବା ସେଙ୍ଗୋଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଦାନ କରିବେ। ବାଚସ୍ପତିଙ୍କ ଆସନ ନିକଟରେ ଏହାକୁ ସ୍ଥାପନ କରାଯିବ।

୪ ମହଲା ବିଶିଷ୍ଟ ନୂତନ ସଂସଦ ଭବନରେ ହୋଇଛି ୧୨ ଶହ ୭୨ ସାଂସଦଙ୍କ ପାଇଁ ବସିବା ବ୍ୟବସ୍ଥା। ଲୋକସଭାରେ ୮୮୮ ସିଟ୍ ଥିବା ବେଳେ, ରାଜ୍ୟସଭାରେ ରହିଛି ୩୮୪ ଆସନ। ପୁରୁଣା ପାର୍ଲାମେଣ୍ଟ ଠାରୁ ନୂଆରେ ପ୍ରାୟ ୫ଶହ ସିଟ୍ ଅଧିକ। ଜାତୀୟ ପକ୍ଷୀ ମୟୂର ଶୈଳୀରେ ଲୋକସଭା
ନିର୍ମିତ ହୋଇଥିବାବେଳେ ଜାତୀୟ ପୁଷ୍ପ ପଦ୍ମ ଦ୍ୱାରା ପ୍ରେରିତ ହୋଇଛି ରାଜ୍ୟସଭା। ନୂଆ ସଂସଦ ସୌଧରେ ପ୍ରତିଟି ସାଂସଦଙ୍କ ସିଟରେ ରହିଛି ମଲ୍ଟିମିଡିଆ ଡିସପ୍ଲେ। ଯୋଗାଯୋଗ ପାଇଁ ଅଛି ଅତ୍ୟାଧୁନିକ ବ୍ୟବସ୍ଥା। ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ହଟ୍ଟଗୋଳ କରିବା ଭଳି ଘଟଣା ଏଡାଇବାକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି।

ଗୃହ ପରିଚାଳନା ଦାୟିତ୍ୱରେ ଥିବା ବାଚସ୍ପତିଙ୍କ ଆସନ ବହୁ ଉଚ୍ଚରେ ରଖାଯାଇଛି। ପ୍ରାୟ ୧ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ଅଟ୍ଟାଳିକା। ମାତ୍ର ଅଢେଇ ବର୍ଷରେ ନିର୍ମାଣ ଶେଷ କରିଛି ଟାଟା ପ୍ରୋଜେକ୍ଟସ ଲିମିଟେଡ୍। ଅତ୍ୟାଧୁନିକ ସୁବିଧାଯୁକ୍ତ ଏହି ସୌଧ ପରିବେଶ ଅନୁକୂଳ ଏବଂ ଭୂକଂପ ପ୍ରତିରୋଧୀ ମଧ୍ୟ।

ନୂତନ ପାର୍ଲାମେଣ୍ଟ ବିଲ୍ଡିଂ ଲୋକାର୍ପଣ ପରେ ପୂରାତନ ସଂସଦ ଗୃହକୁ ଗଣତନ୍ତ୍ରର ସଂଗ୍ରହାଳୟରେ ପରିଣତ କରାଯିବ।

Narendra Modi New Parliament Building
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe