Advertisment

‘ଲୋକଙ୍କ ଭାବନା ସହ ଖେଳୁଛନ୍ତି ଦିଦି, ନିର୍ବାଚନ ପୂର୍ବରୁ ହିଁ ଆହତ ହେଉଛନ୍ତି’

ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହେବା ଘଟଣାକୁ ରାଜନୈତିକ ରୂପ ଦେଇଛି କଂଗ୍ରେସ । ଲୋକଙ୍କ ଭାବନା ସହ ଖେଳିବାକୁ ଦିଦି ଏପରି ଡ୍ରାମା ରଚିଥିବା କହିଛନ୍ତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ।

Adhir Ranjan Chowdhary & Mamata Banerjee

Adhir Ranjan Chowdhary & Mamata Banerjee

Advertisment

ଆସନ୍ତା ମାସ ୮ ତାରିଖରେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ ।  ହେଲେ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହେବା ଘଟଣାକୁ ରାଜନୈତିକ ରୂପ ଦେଇଛି କଂଗ୍ରେସ । ଲୋକଙ୍କ ଭାବନା ସହ ଖେଳିବାକୁ ଦିଦି ଏପରି ଡ୍ରାମା ରଚିଥିବା କହିଛନ୍ତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ।

Advertisment

ଗତ ମଙ୍ଗଳବାର ନିର୍ବାଚନୀ ପ୍ରଚାର ସାରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକତା ଫେରୁଥିଲେ। ମାତ୍ର ସିଲିଗୁଡ଼ି ନିକଟରେ ଖରାପ ପାଗ ଯୋଗୁ ତାଙ୍କ ହେଲିକପ୍ଟରକୁ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା। ସେତେବେଳେ ମମତା ବାନାର୍ଜୀଙ୍କ ଗୋଡ଼ରେ ଆଘାତ ଲାଗିଥିଲା ଓ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ସିନିୟର ଡାକ୍ତରଙ୍କ ଟିମ୍‌ ତାଙ୍କ ଚିକିତ୍ସା କରିଥିଲେ। ଡାକ୍ତରମାନେ ତାଙ୍କୁ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ପରାମର୍ଶ ଦେବା ସତ୍ତ୍ୱେ ସେ ଗତ ବୁଧବାର ହସ୍ପିଟାଲରୁ ପଳାଇ ଯାଇଥିବା ଜଣାଯାଇଛି।

ଲୋକଙ୍କୁ ବିଭ୍ରାନ୍ତ କରିବାକୁ ତଥା ସେମାନଙ୍କ ଭାବନା ସହ ଖେଳିବାକୁ ମୁଖ୍ୟମନ୍ତ୍ରୀ ଏପରି ଚାଲ ରଚିଥିବା କହିଛନ୍ତି ଅଧୀର ରଞ୍ଜନ । ସେ କହିଛନ୍ତି, ପୂର୍ବରୁ ମଧ୍ୟ ସମାନ ଘଟଣା ସରିଛି। ପୂର୍ବ ଥର ମଧ୍ୟ ନିର୍ବାଚନ ଆଗରୁ ଦିଦିଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ମାତ୍ର ନିର୍ବାଚନ ଫଳାଫଳ ବାହାରିବା ପରେ ସେ ନିଜ ଗୋଡ଼ରେ ଛିଡ଼ା ହେବାକୁ ସକ୍ଷମ ହୋଇ ପାରିଥିଲେ।

Advertisment

ଏହି ଘଟଣାକୁ ନେଇ ଟିଏମସିର କିଛି ପ୍ରତିକ୍ରିୟା ମିଳିପାରିନି।

Congress Mamata Banerjee TMC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe