Advertisment

ଖଡଗେଙ୍କ ତାଗିଦକୁ ଖାତିର କଲେନି ଅଧୀର ରଞ୍ଜନ

‘ମମତା ବାନାର୍ଜୀଙ୍କ ପ୍ରତି ତାଙ୍କର କୌଣସି ବ୍ୟକ୍ତିଗତ ଆକ୍ରୋଶ ନାହିଁ। ମୋର ଆଦର୍ଶ ତାଙ୍କୁ ବିରୋଧ କରେ। ମୁଁ ତାଙ୍କର ରାଜନୀତିକ ଆଦର୍ଶକୁ ପ୍ରଶ୍ନ କରେ।’

Adhir Ranjan Chowdhury

Adhir Ranjan Chowdhury

Advertisment

‘ମୁଁ ସେଭଳି ବ୍ୟକ୍ତିଙ୍କ ସପକ୍ଷରେ କହିପାରିବି ନାହିଁ, ଯିଏ ମୋ ରାଜନୀତିକ କ୍ୟାରିୟର ଓ ପଶ୍ଚିମବଙ୍ଗରେ ଆମ ଦଳକୁ ନଷ୍ଟ କରି ଦେବାକୁ ଚାହାଁନ୍ତି। ଏହି ଲଢ଼େଇ ହେଉଛି ପ୍ରତ୍ୟେକ କଂଗ୍ରେସ କର୍ମୀଙ୍କର। ମୁଁ ସେମାନଙ୍କ ତରଫରୁ କହୁଛି।’ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି ଏକଥା କହିଛନ୍ତି ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ତଥା ବହରାମପୁର ଲୋକସଭା ଆସନରୁ ପୁଣି ପ୍ରାର୍ଥୀ ହୋଇଥିବା ଅଧୀର ରଞ୍ଜନ ଚୌଧୁରୀ।

Advertisment

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ତାଗିଦ କରିବାର କିଛି ଘଣ୍ଟା ମଧ୍ୟରେ ଏଭଳି ବୟାନ ଦେଇଛନ୍ତି ଅଧୀର ରଞ୍ଜନ ଚୌଧୁରୀ। ମମତା ବାନାର୍ଜୀ ଇଣ୍ଡି ମେଣ୍ଟର ସଦସ୍ୟ ରହିବେ ନା ନାହିଁ ସେହି ନିଷ୍ପତ୍ତି ସେ (ଅଧୀର ରଞ୍ଜନ ଚୌଧୁରୀ) ନେଇ ପାରିବେ ନାହିଁ ବୋଲି କହିଥିଲେ ଶ୍ରୀ ଖଡଗେ।

ଅଧୀର ରଞ୍ଜନ କହିଛନ୍ତି, ମମତା ବାନାର୍ଜୀଙ୍କ ପ୍ରତି ମୋର କୌଣସି ବ୍ୟକ୍ତିଗତ ଆକ୍ରୋଶ ନାହିଁ। ମୋର ଆଦର୍ଶ ତାଙ୍କୁ ବିରୋଧ କରେ। ମୁଁ ତାଙ୍କର ରାଜନୀତିକ ଆଦର୍ଶକୁ ପ୍ରଶ୍ନ କରେ।

Advertisment

ସେହିପରି ତାଙ୍କ ବୟାନ ଉପରେ ମଲ୍ଲିକାର୍ଜୁନ ଖଡଗେ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ମୁଁ ଚାହେଁ ନାହିଁ ଯେ ରାଜ୍ୟ କଂଗ୍ରେସକୁ ତାଙ୍କ (ମମତା ବାନାର୍ଜୀଙ୍କ) ବ୍ୟକ୍ତିଗତ ଏଜେଣ୍ଡା ପାଇଁ ବ୍ୟବହାର କରାଯାଉ। ତା’ପରେ ସେ ପୂରା ସଂଗଠନକୁ ନଷ୍ଟ କରି ଦେବେ। ଯଦି ଖଡଗେଜୀ ମୋ ମତାମତ ବିରୋଧରେ କହୁଛନ୍ତି, ତା’ହେଲେ ମୁଁ ରାଜ୍ୟରେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା କଂଗ୍ରେସ କର୍ମୀଙ୍କ ପାଇଁ କହିବା ଜାରି ରଖିବି।

ପୂର୍ବରୁ ଅଧୀର ରଞ୍ଜନ କହିଥିଲେ ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା କରାଯାଇପାରିବ ନାହିଁ। କାରଣ ସେ ଇଣ୍ଡି ମେଣ୍ଟରୁ ବାହାରି ଯାଇଛନ୍ତି ଓ ବିଜେପି ସହିତ ହାତ ମିଳାଇ ପାରନ୍ତି। ସେ ଅଭିଯୋଗ କରିଥିଲେ ଯେ ପୁରୁଲିଆ, ବଙ୍କୁରା ଓ ଝାଡ଼ଗ୍ରାମରେ ବାମ ଦଳର ସମ୍ମାନହାନୀ କରିବା ପାଇଁ ମମତା ମାଓବାଦୀଙ୍କ ସହଯୋଗ ନେଇଥିଲେ ଓ ପରେ ସେମାନଙ୍କୁ ଛାଡ଼ି ଦେଇଥିଲେ।

ଅନ୍ୟପକ୍ଷରେ ଗତକାଲି ଏକ ମିଳିତ ସାମ୍ବାଦିକ ସମ୍ମଳନୀରେ ଅଧୀର ରଞ୍ଜନଙ୍କ ଏହି ମନ୍ତବ୍ୟକୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଗ୍ରହଣ କରି ନଥିଲେ। ଶିବସେନା (ୟୁବିଟି) ସଭାପତି ଉଦ୍ଧବ ଠାକରେ ଓ ଏନ୍‌ସିପି (ଏସ୍‌ପି) ମୁଖ୍ୟ ଶରଦ ପାୱାରଙ୍କ ଉପସ୍ଥିତିରେ ମୁମ୍ବାଇରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଖଡଗେ କହିଥିଲେ, ମମତା ମେଣ୍ଟ ସହିତ ଅଛନ୍ତି। ନିକଟରେ ସେ କହିଥିଲେ ଯେ ସେ ସରକାରରେ ଯୋଗ ଦେବେ। ଅଧୀର ରଞ୍ଜନ ଚୌଧୁରୀ ନିଷ୍ପତ୍ତି ନେବେ ନାହିଁ। ଏ ନିଷ୍ପତ୍ତି ମୁଁ ନେବି। ଯେଉଁମାନେ ଏଥିରେ ରାଜି ନହେବେ ସେମାନେ ଯାଇପାରନ୍ତି।

ତୃଣମୂଳ କଂଗ୍ରେସ ନେତା ତଥା ଦଳର ମୁଖପାତ୍ର କୁନାଲ ଘୋଷ କହିଛନ୍ତି ଯେ ମଲ୍ଲିକାର୍ଜୁନ ଖଡଗେ ବହୁ ପୂର୍ବରୁ ଏହି କଥା କହିବାର ଥିଲା। ମମତା ବାନାର୍ଜୀ ସ୍ପଷ୍ଟ କରି ସାରିଛନ୍ତି ଯେ ଟିଏମ୍‌ସି ଇଣ୍ଡି ମେଣ୍ଟରେ ଅଛି ଓ ରହିବ। ପଶ୍ଚିମବଙ୍ଗ କଂଗ୍ରେସ ଓ ଅଧୀର ରଞ୍ଜନ ଚୌଧୁରୀ ବାରମ୍ବାର ମମତା ବାନାର୍ଜୀଙ୍କୁ ସମାଲୋଚନା କରୁଛନ୍ତି ଏବଂ ବିଜେପିର ସ୍ଥିତିକୁ ଦୃଢ଼ କରୁଛନ୍ତି।

Mamata Banerjee Mallikarjun Kharge 2024 General Election Adhir Ranjan Chaudhary
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe