ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବିଜେପି ଭେଟରାନ ଲାଲକୃଷ୍ଣ ଆଡଭାନୀଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣିଥରେ ବିଗିଡ଼ିଛି। ଆଜି ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାକୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦିଲ୍ଲୀ ସ୍ଥିତ ଆପୋଲୋ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯିବା ପରେ ତାଙ୍କର ଚିକିତ୍ସା ସ୍ୱତନ୍ତ୍ର ଡାକ୍ତରୀ ଟିମ ଆରମ୍ଭ କରିଛନ୍ତି।
ହସ୍ପିଟାଲର ଡାକ୍ତର ବିନୀତ ସୁରୀ କହିଛନ୍ତି, ବର୍ତ୍ତମାନ ଆଡଭାନୀଙ୍କୁ ଅବଜରଭେସନରେ ରଖାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।
Also Read
ଏହାପୂର୍ବରୁ ରବିବାର ରାତିରେ ମଧ୍ୟ ଆଡଭାନୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। ଏଥିପାଇଁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଆଡଭାନୀ ୟୁରୋଲୋଜି ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହୋଇଥିଲେ। ତେବେ ଦିନକ ପରେ ସୋମବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ୯୬ ବର୍ଷୀୟ ଆଡଭାନୀ ବେଶ କିଛି ଦିନ ହେବ ବୟସାଧିକ କାରଣରୁ ଅସୁସ୍ଥ ରହୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ବିଭାଗ ବଣ୍ଟନକୁ ନେଇ ମହାୟୁତି ମେଣ୍ଟରେ ଅସନ୍ତୋଷ, ସ୍ୱୀକାର କଲେ ଅଜିତ ପାୱାର
ଶନିବାର ରାତିରେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀମଣ୍ଡଳ ବିଭାଗ ବଣ୍ଟନ ହୋଇଛି। ମନ୍ତ୍ରୀଙ୍କ ସଂଖ୍ୟା ଅଧିକ ଥିବାରୁ ସମସ୍ତଙ୍କୁ ଗୋଟିଏ ଲେଖାଏଁ ବିଭାଗ ଦେବାକୁ ପଡ଼ିଲା ବୋଲି କହିଲେ ଅଜିତ ପାୱାର।
National
ଅଲ୍ଲୁ ଅର୍ଜୁନଙ୍କ ଘର ଆଗରେ ବିକ୍ଷୋଭ ଓ ଭଙ୍ଗାରୁଜା, ୮ ଗିରଫ
ବିକ୍ଷୋଭକାରୀ ଅଲ୍ଲୁ ଅର୍ଜୁନଙ୍କ ବାସଭବନରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ୮ ଜଣଙ୍କୁ ଉଠାଇ ନେଇଛି ପୁଲିସ।
National
ବିଷ ବଳୟରେ ରାଜଧାନୀ; ‘ସିଭିୟର’ ସ୍ଥିତିରେ ବାୟୁ ପ୍ରଦୂଷଣ
ରବିବାର ଦିନ ୩ଟା ସୁଦ୍ଧା ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୬ରେ ପହଞ୍ଚିଛି। ୧୬ ଡିସେମ୍ବର ରାତିରୁ ଲାଗୁ ହୋଇଛି ଗ୍ରାପ-୪ କଟକଣା।
National
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା କୁଏତର ସର୍ବୋଚ୍ଚ ସମ୍ମାନ
ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୁଏତର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍ ମୁବାରକ୍ ଅଲ୍-କବୀର’ ପ୍ରଦାନ କରାଯାଇଛି। ଏହା ହେଉଛି କୌଣସି ଦେଶ ଦ୍ୱାରା ମୋଦିଙ୍କୁ ପ୍ରଦାନ କରାଯାଇଥିବା ୨୦ଶ ଅନ୍ତର୍ଜାତୀୟ ସମ୍ମାନ।
Politics
ପ୍ରିୟଙ୍କା ଗାନ୍ଧିଙ୍କ ସଦସ୍ୟତାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ
ପ୍ରିୟଙ୍କା ଗାନ୍ଧି ନାମାଙ୍କନ ପତ୍ରରେ ସମ୍ପତ୍ତିର ସବିଶେଷ ତଥ୍ୟ ଦେଇନଥିବା ଅଭିଯୋଗ। କେରଳ ହାଇକୋର୍ଟରେ ପିଟିସନ ଦାଖଲ କଲେ ୱାୟନାଡ ଉପନିର୍ବାଚନରେ ପରାଜିତ ବିଜେପି ନେତ୍ରୀ।