Advertisment

ଅଯୋଧ୍ୟା ଯିବେନି ଆଡଭାନୀ, ଶେଷ ମୁହୂର୍ତ୍ତରେ ବାତିଲ କଲେ କାର୍ଯ୍ୟକ୍ରମ

ଆଜି ହେବାକୁ ଥିବା ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାର ଭବ୍ୟ କାର୍ଯ୍ୟକ୍ରମରେ ଲାଲକୃଷ୍ଣ ଆଡଭାନୀ ସାମିଲ ହେବେନି। ପ୍ରଥମେ ଏଥିନିମନ୍ତେ ଆଡଭାନୀ ସମ୍ମତି ଜଣାଇଥିବା ବେଳେ ଶେଷ ମୁହୂର୍ତ୍ତରେ କିନ୍ତୁ ତାହାକୁ ବାତିଲ କରି ଦେଇଛନ୍ତି।

author-image
Niharika Rout
Lal Krishna Advan

Lal Krishna Advan

ଅଯୋଧ୍ୟା ଯିବେନି ବରିଷ୍ଠ ବିଜେପି ନେତା ତଥା ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ । ଆଜି ହେବାକୁ ଥିବା ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାର ଭବ୍ୟ କାର୍ଯ୍ୟକ୍ରମରେ ସେ ସାମିଲ ହେବେନି। ପ୍ରଥମେ ଏଥିନିମନ୍ତେ ଆଡଭାନୀ ସମ୍ମତି ଜଣାଇଥିବା ବେଳେ ଶେଷ ମୁହୂର୍ତ୍ତରେ କିନ୍ତୁ ତାହାକୁ ବାତିଲ କରି ଦେଇଛନ୍ତି।

Advertisment

ଆଡଭାନୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ଏବେ ଅତ୍ୟଧିକ ଠଣ୍ଡା ପଡ଼ିଥିବା ବେଳେ ପାଗ ବି ଖରାପ ରହୁଛି। ଏହାକୁ ଆଖି ଆଗରେ ରଖି ୯୬ ବର୍ଷୀୟ ଆଡଭାନୀଙ୍କ ଅଯୋଧ୍ୟା ଗସ୍ତକୁ ବାତିଲ କରି ଦିଆଯାଇଛି।

ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାର ଭବ୍ୟ କାର୍ଯ୍ୟକ୍ରମରେ ସାମିଲ ହେବାକୁ ବହୁ ଭିଭିଆଇଙ୍କୁ ଆମନ୍ତ୍ରୀତ କରାଯାଇଥିଲା। ବରିଷ୍ଠ ରାଜନେତା, ସେଲିବ୍ରିଟି, କ୍ରିକେଟ ଷ୍ଟାରଙ୍କୁ ଏଥିନିମନ୍ତେ ନିମନ୍ତ୍ରିତ କରାଯାଇଥିଲା।

Advertisment

ବିଶ୍ୱ ହିନ୍ଦୁ ପରିଷଦର ଆନ୍ତର୍ଜାତିକ କାର୍ଯ୍ୟକାରୀ ସଭାପତି ଆଲୋକ କୁମାର ଆଡଭାନୀଙ୍କ ବାସଭବନକୁ ଯାଇ ନିମନ୍ତ୍ରଣ ପତ୍ର ଦେଇଥିବା ବେଳେ ଏଥିନିମନ୍ତେ ସେ ସମ୍ମତି ଜଣାଇଥିଲେ। ଆଡଭାନୀଙ୍କ ଅଯୋଧ୍ୟା ଗସ୍ତ ବେଳେ ତାଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯିବ। ୯୬ବର୍ଷୀୟ ଆଡଭାନୀଙ୍କ ଚିକିତ୍ସା ପାଇଁ ମେଡିକାଲ ଟିମ୍ ମଧ୍ୟ ମହଜୁଦ ରହିବେ ବୋଲି କୁହାଯାଇଥିଲେ।

ଏହି ପରିପ୍ରେକ୍ଷୀରେ ନିଜ ଖୁସି ବ୍ୟକ୍ତ କରି ଆଡଭାଣୀ କହିଥିଲେ, ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାର ସୁଯୋଗ ପାଇବା ଖୁବ୍‌ ସୌଭାଗ୍ୟର ବିଷୟ । କାରଣ ଏହା କେବଳ ଏକ ମନ୍ଦିର ନୁହେଁ, ଏହା ଦେଶର ପବିତ୍ରତା, ମର୍ଯ୍ୟାଦାର ପ୍ରସଙ୍ଗ ଅଟେ । ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଖେଇ ଆସୁଥିବା ବେଳେ ସମଗ୍ର ଦେଶର ପରିବେଶ ମଙ୍ଗଳମୟ ହୋଇ ଉଠିଲାଣି। ତେଣୁ ଏପରି ସୁବର୍ଣ୍ଣ ସୁଯୋଗରେ ସାମିଲ ହେବା, ପ୍ରତ୍ୟକ୍ଷଦର୍ଶୀ ହେବାର ସୌଭାଗ୍ୟ ପାଇଥିବାରୁ ମୁଁ ନିଜକୁ ଖୁବ୍‌ ଭାଗ୍ୟଶାଳୀ ମନେ କରୁଛି।

କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କର ଏହି ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରି ଦିଆଯାଇଛି।

Bjp Ayodhya Ram Mandir L. K. Advani