Advertisment

ବିଜେପିକୁ ସୁପ୍ରିମ ଝଟ୍‌କା, କୋର୍ଟ କହିଲେ- ପ୍ରତିଦ୍ୱନ୍ଦ୍ୱୀ ତୁମର ଶତ୍ରୁ ନୁହନ୍ତି

ଟିଏମସି ବିରୋଧରେ ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟ ବିଜେପିର ଆବେଦନ ଶୁଣାଣି କରିବାକୁ ମନା କରି ଦେଇଛନ୍ତି।

ଅଦ୍ୟତନ ହୋଇଛି
supreme-court-on bjps-petition

supreme-court-on bjps-petition

Advertisment

ଟିଏମସି ବିରୋଧରେ ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟରୁ ବିଜେପିକୁ ବଡ଼ ଝଟକା ଲାଗିଛି। ସର୍ବୋଚ୍ଚ ନ୍ୟାୟାଳୟ ବିଜେପିର ଆବେଦନ ଉପରେ ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ବିଜେପିର ବିଜ୍ଞାପନ ଭୁଲ ବୋଲି କୋର୍ଟ କହିଛନ୍ତି।

Advertisment

ନିକଟରେ କଲିକତା ହାଇକୋର୍ଟ ଟିଏମସି ବିରୋଧରେ ବିଜେପିର ବିଜ୍ଞାପନ ଉପରେ ଜୁନ ୪ ତାରିଖ ପର୍ଯ୍ୟନ୍ତ ବ୍ୟାନ୍‌ ଲଗାଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ବିଜେପି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ତେବେ ସର୍ବୋଚ୍ଚ ନ୍ୟାୟଳୟରୁ ମଧ୍ୟ ବିଜେପି ଝଟ୍‌କା ମିଳିଛି। ଏହି ଆବେଦନର ଶୁଣାଣି କରିବାକୁ କୋର୍ଟ ସଫା ସଫା ମନା କରିଦେଇଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, ପ୍ରତିଦ୍ୱନ୍ଦ୍ୱୀ ତୁମର ଶତ୍ରୁ ନୁହଁନ୍ତି। ବର୍ତ୍ତମାନ ନିର୍ବାଚନ ଚାଲିଛି। ଏଭଳି ସ୍ଥିତିରେ ଆମେ ଏଥିରେ କାହିଁକି ହସ୍ତକ୍ଷେପ କରିବୁ? ଏହା ଭୋଟରଙ୍କ ହିତରେ ମଧ୍ୟ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Advertisment

ବିଜେପିକୁ ଭର୍ତ୍ସନା କରି ସର୍ବୋଚ୍ଚ ଅଦାଲତ ଆହୁରି କହିଛନ୍ତି ଯେ ଆପଣ ସର୍ବଦା କହିପାରିବେ ଯେ ଆପଣ ଶ୍ରେଷ୍ଠ ଅଟନ୍ତି। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆପଣ ବିରୋଧୀ ଦଳ ବିଷୟରେ 'ମାନହାନୀ ତଥା ଅପମାନଜନକ' ବିଜ୍ଞାପନ ପ୍ରକାଶ କରିବେ। ଏହା ଭୁଲ୍‌ । ବିଜ୍ଞାପନର ପ୍ରଥମ ପୃଷ୍ଠରେ ହିଁ ଭୁଲ୍‌ ଅଛି।

ପ୍ରକୃତରେ ପଶ୍ଚିମବଙ୍ଗର ବିଜେପି ୟୁନିଟ୍ ଲୋକସଭା ନିର୍ବାଚନ ପ୍ରକ୍ରିୟା ସମୟରେ ଟିଏମସି ସହ ଜଡିତ କିଛି ବିଜ୍ଞାପନ ପ୍ରକାଶ କରିଥିଲା। ଏହି ପ୍ରସଙ୍ଗ କଲିକତା ହାଇକୋର୍ଟରେ ପହଞ୍ଚିଥିଲା। ଶୁଣାଣି ସମୟରେ କଲିକତା ହାଇକୋର୍ଟ ତୃଣମୂଳ କଂଗ୍ରେସ ବିରୋଧରେ କୌଣସି ପ୍ରକାରର ଅପମାନଜନକ ବିଜ୍ଞାପନ ପ୍ରକାଶ କରିବା ଉପରେ ବିଜେପିକୁ ବାରଣ କରିଥିଲେ। ପରେ କଲିକତା ହାଇକୋର୍ଟର ଏହି ରାୟକୁ ସୁପ୍ରିମକୋର୍ଟରେ ବିଜେପି ଚ୍ୟାଲେଞ୍ଜ କରିଥିଲା।

Bjp TMC Supreme Court Loksabha Election 2024 TMC Advertisement
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe