Advertisment

ଜି-୨୦ ହେଲା ଜି-୨୧, ଆଫ୍ରିକୀୟ ୟୁନିୟନକୁ ମିଳିଲା ସଦସ୍ୟତା

ସମ୍ମିଳନୀର ଅଧ୍ୟକ୍ଷତା କରୁଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ସମ୍ପର୍କରେ ଘୋଷଣା କରିଛନ୍ତି। ଏଥିସହ ଭାରତ ଅଧ୍ୟକ୍ଷତାରେ ବସିଥିବା ଜି-୨୦ର ସଦସ୍ୟ ରାଷ୍ଟ୍ରଙ୍କ ସଂଖ୍ୟା ୨୧କୁ ବଢ଼ିଛି।

author-image
Hemant Lenka
AU

AU

ଦିଲ୍ଲୀରେ ଆରମ୍ଭ ହୋଇଥିବା ଦୁଇ ଦିନିଆ ଜି-୨୦ ଶିଖର ସମ୍ମିଳନୀର ପ୍ରଥମ ଦିନରେ ବଡ଼ ଘଟଣା ଘଟିଛି। ଜି-୨୦ ଗୋଷ୍ଠୀରେ ସାମିଲ ହୋଇଛି ଆଫ୍ରିକୀୟ ୟୁନିୟନ ବା ଏୟୁ।

Advertisment

ସମ୍ମିଳନୀର ଅଧ୍ୟକ୍ଷତା କରୁଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ସମ୍ପର୍କରେ ଘୋଷଣା କରିଛନ୍ତି। ଏଥିସହ ଭାରତ ଅଧ୍ୟକ୍ଷତାରେ ବସିଥିବା ଜି-୨୦ର ସଦସ୍ୟ ରାଷ୍ଟ୍ରଙ୍କ ସଂଖ୍ୟା ୨୧କୁ ବଢ଼ିଛି। ଏବେ ଆଉ ଜି-୨୦ ନୁହେଁ , ବରଂ ଏହି ଦେଶଗୁଡ଼ିକ ଜି-୨୧ ଗଠନ କରିଛନ୍ତି। ଏୟୁରେ ୫୫ଟି ଦେଶ ରହିଛନ୍ତି। ଏବେ ସେମାନେ ସମସ୍ତେ ଜି-୨୦ର ସ୍ଥାୟୀ ସଦସ୍ୟ ହୋଇଛନ୍ତି।

ମୋଦି ଜି-୨୦ରେ ଏୟୁ ସାମିଲ ହେଉଥିବା ଘୋଷଣା କରିବା ପରେ ଏହାର ଅଧ୍ୟକ୍ଷ ଅଜାଲି ଅସୁମାନି ସମ୍ମୁଖ ଭାଗକୁ ଆସି ପୂର୍ଣ୍ଣ ସଦସ୍ୟ ରାଷ୍ଟ୍ରଗୁଡ଼ିକ ପାଇଁ ଧାର୍ଯ୍ୟ ଆସନ ଗ୍ରହଣ କରିଥିଲେ। ସେ ମୋଦିଙ୍କୁ ମଧ୍ୟ ଆଲିଙ୍ଗନ କରି ଧନ୍ୟବାଦ ଜଣାଇଥିଲେ।

Advertisment

ମୋଦି କହିଥିଲେ, “ସବକା ସାଥ ନୀତିରେ ବିଶ୍ୱାସ ରଖୁଥିବା ଭାରତ ଆଫ୍ରିକୀୟ ୟୁନିୟନକୁ ଜି-୨୦ର ପୂର୍ଣ୍ଣ ସ୍ଥାୟୀ ସଦସ୍ୟ ରାଷ୍ଟ୍ରର ମାନ୍ୟତା ଦେବାକୁ ପ୍ରସ୍ତାବ ଦେଇଥିଲା। ମୋର ବିଶ୍ୱାସ ଯେ ଆମେ ସମସ୍ତେ ଏହି ପ୍ରସ୍ତାବରେ ଏକମତ ଅଛୁ। ଆମେ କାମ ଆରମ୍ଭ କରିବା ପୂର୍ବରୁ ମୁଁ ଏୟୁ ସଭାପତିଙ୍କୁ ସ୍ଥାୟୀ ସଦସ୍ୟ ଭାବେ ତାଙ୍କ ଆସନ ଗ୍ରହଣ କରିବାକୁ ଅନୁରୋଧ କରୁଛି।” ଏହାପରେ ସେ ତିନି ଥର ଛୋଟ ହାତୁଡ଼ିକୁ ପିଟି ସହମତି ପ୍ରକାଶ କରିବାର ଇଙ୍ଗିତ କରିଥିଲେ।

ଅନ୍ୟପକ୍ଷରେ ଜି-୨୦ ସଦସ୍ୟ ରାଷ୍ଟ୍ରଙ୍କ ଜିଡିପିକୁ ମିଶାଇଲେ ଏହା ବିଶ୍ୱର ୮୫% ଜିଡିପି ସହ ସମାନ। ଏହାବାଦ ୭୫% ବିଶ୍ୱ ବାଣିଜ୍ୟ ଓ ଦୁଇ ତୃତୀୟାଂଶ ଜନସଂଖ୍ୟା ମଧ୍ୟ ଜି-୨୦ ରାଷ୍ଟ୍ରଗୁଡ଼ିକ ପାଖରେ ରହିଛି।

ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚାଇନା, ଫ୍ରାନ୍ସ, ଜର୍ମାନୀ, ଇଣ୍ଡିଆ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ଦକ୍ଷିଣ କୋରିଆ, ମେକ୍ସିକୋ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ୟୁନାଇଟେଡ କିଙ୍ଗଡମ, ଆମେରିକା ଓ ୟୁରୋପୀୟ ୟୁନିୟନକୁ ନେଇ ଜି-୨୦ ଗଠନ କରାଯାଇଛି। ଏବେ ଏଥିରେ ଆଫ୍ରିକୀୟ ୟୁନିୟନ ସାମିଲ ହୋଇଛି।

PM Modi G20 Meet G20 Summit G20