Advertisment

ନ୍ୟାୟପାଳିକା ଇତିହାସରେ ରେକର୍ଡ : ମାତ୍ର ୧୫ ଦିନର ଶୁଣାଣି ପରେ ଯୁବକକୁ ମିଳିଲା ଫାଶୀଦଣ୍ଡ

ଶୁଣାଣିର ୧୫ ତମ ଦିନରେ ଜଜ ରାମ କିଶୋର ଯାଦବ ଯୁବକକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତା’କୁ ଫାଶୀ ଦଣ୍ଡ ସହ ଲକ୍ଷେ ଟଙ୍କାର ଜୋରିମାନା ଦେବାକୁ କୁହାଯାଇଛି।

Court

Court

Advertisment

ନ୍ୟାୟପାଳିକା ଇତହାସରେ ନୂଆ ଇତିହାସ ସୃଷ୍ଟି ହୋଇଛି। ଗୋଟିଏ ସମ୍ବେଦନଶୀଳ ମାମଲାର ଶୁଣାଣି ଆରମ୍ଭ ହେବାର ୧୫ ଦିନ ପରେ କୋର୍ଟ ରାୟ ଶୁଣାଣିଛନ୍ତି। ମଥୁରାରେ ଥିବା ଗୋଟିଏ ସ୍ଥାନୀୟ କୋର୍ଟ ଜଣେ ୨୬ ବର୍ଷୀୟ ଯୁବକକୁ ଦୋଷୀ ସାବ୍ୟସ୍ତ କରିବା ସହ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।

Advertisment

ଯୁବକ ଜଣକ ଜଣେ ୯ ବର୍ଷୀୟ ବାଳକଙ୍କୁ ଯୌନ ନିର୍ଯାତନା ଦେବା ସହ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଥିଲା। ପୁଲିସ ତାଙ୍କୁ ଗିରଫ କରିଥିବା ବେଳେ ଆଡିସିନାଲ ସେସନ୍ସ ଓ ସ୍ପେଶାଲ ଜଜ(ପୋକସୋ ଆକ୍ଟ) ରାମ କିଶୋର ଯାଦବ ମାମଲାର ବିଚାର ଆରମ୍ଭ କରିଥିଲେ।

ଶୁଣାଣିର ୧୫ ତମ ଦିନରେ ଜଜ ରାମ କିଶୋର ଯାଦବ ଯୁବକକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତା’କୁ ଫାଶୀ ଦଣ୍ଡ ସହ ଲକ୍ଷେ ଟଙ୍କାର ଜୋରିମାନା ଦେବାକୁ କୁହାଯାଇଛି।

Advertisment

ଦୋଷୀ ସାବ୍ୟସ୍ତ ହୋଇଥିବା ଯୁବକ ଜଣକ ହେଲେ ମହମ୍ମଦ ସୈଫ। ସେ ପୀଡ଼ିତଙ୍କ ବାପାଙ୍କ ହାର୍ଡୱେୟାର ଦୋକାନରେ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିଲା। କୋର୍ଟ କହିଛନ୍ତି ଯେ ଜୋରିମାନା ଅର୍ଥର ୮୦% ପୀଡ଼ତଙ୍କ ବାପା ମା’ଙ୍କୁ ଦିଆଯିବ। ସ୍ୱତନ୍ତ୍ର ଜିଲ୍ଲା ସରକାରୀ ଓକିଲ ଅଳକା ଉପମନ୍ୟୁ କହିଛନ୍ତି, “ଛୋଟ ପିଲାଟିକୁ ଅପହରଣ କରିବା ପରେ ସୈଫ ତାଙ୍କୁ ଗୋଟିଏ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲା।

ସେଠାରେ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲା। ନିର୍ଯାତନା ପରେ କାଳେ ଧରା ପଡ଼ିଯିବ, ସେହି ଭୟରେ ସୈଫ ପିଲାଟିକୁ ଗୋଟିଏ ଲୁହା ରଡରେ ହତ୍ୟା କରିଥିଲା। ମୃତଦେହକୁ ଡ୍ରେନ ନିକଟରେ ଥିବା ଖାତରେ ଫିଙ୍ଗି ଘରକୁ ଚାଲି ଆସିଥିଲା। ଡିଏନଏ ଟେଷ୍ଟରୁ ପିଲାଟି ଯୌନ ନିର୍ଯାତନାର ଶିକାର ହୋଇଥିବା ଜଣାପଡ଼ିଥିଲା।

ମାମଲା ଶୁଣାଣି ବେଳେ କୋର୍ଟ ୧୪ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲେ। ଏଥିସହ ବିଭିନ୍ନ ଦସ୍ତାବିଜକୁ ମଧ୍ୟ ଯାଞ୍ଚ କରିଥିଲେ। ସବୁ କିଛିକୁ ଦେଖିବା ପରେ କୋର୍ଟ ସୋମବାର ସୈଫକୁ ଦୋଷୀ ସାବ୍ୟସ୍ତ କରିବା ସହ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।”

ସୈଫର ଘର କାନପୁର ଜିଲ୍ଲାରେ ହୋଇଥିବା ବେଳେ ସେ ଔରଙ୍ଗାବାଦ ଅଞ୍ଚଳରେ ରହୁଥିଲା। ଏପ୍ରିଲ ୯ ତାରିଖ ସନ୍ଧ୍ୟାରେ ହଠାତ୍‌ ନାବାଳକ ଜଣଙ୍କ ନିଖୋଜ ହୋଇଯାଇଥିଲେ। ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ୍‌ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସିସଟିଭି ଯାଞ୍ଚ ବେଳେ ପିଲାଟିକୁ ଶେଷ ଥର ପାଇଁ ସୈଫ ସହ ଗୋଟିଏ ଦୋକାନ ପାଖରେ ଦେଖିବାକୁ ମିଳିଥିଲା।

ଏହାକୁ ଆଧାର କରି ପୁଲିସ୍‌ ଘଣ୍ଟାର ୨୪ ଘଣ୍ଟା ମଧ୍ୟରେ ସୈଫକୁ ଗିରଫ କରିଥିଲା। ଏହାପରେ ଦୋକାନ ଠାରୁ ୫୦୦ ମିଟର ଦୂରରେ ଥିବା ଡ୍ରେନ ନିକଟ ଖାତରୁ ନାବାଳକଙ୍କ ମୃତଦେହକୁ ଉଦ୍ଧାର କରିଥିଲା। ଆଇପିସିର ଧାରା ୩୬୩, ୩୭୭, ୩୦୨, ୨୦୧ ଓ ପୋକସୋ ଆକ୍ଟରେ ମାମଲା ରୁଜୁ ହୋଇଥିଲା।

ତଦନ୍ତକୁ ତୁରନ୍ତ ଶେଷ କରି ମଥୁରା ଏସ୍‌ପି ଶୈଳେଶ କୁମାର ପାଣ୍ତେ ଏପ୍ରିଲ ୨୮ରେ ଚାର୍ଜଶିଟ ଦାଖଲ କରିଥିଲେ। ଏହାପରେ ୧୫ ଦିନ ଶୁଣାଣି କରି କୋର୍ଟ ସୈଫକୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡ ଦେଇଛନ୍ତି।

ଗତବର୍ଷ ଡିସେମ୍ବରରେ ମଥୁରାର ଗୋଟିଏ ସ୍ୱତନ୍ତ୍ର ପୋକସୋ କୋର୍ଟ ୨୬ ଦିନର ଶୁଣାଣି କରି ଜଣେ ୩୦ ବର୍ଷୀୟ ବ୍ୟକ୍ତିକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ। ଏହି ବ୍ୟକ୍ତି ଜଣଙ୍କ ଜଣେ ୧୦ ବର୍ଷୀୟ ଝିଅକୁ ଦୁଷ୍କର୍ମ କରିବା ସହ ହତ୍ୟା କରିଥିଲା।

Mathura Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe