Advertisment

୧୦ ଥର ପ୍ରତ୍ୟାଖାନ ହେବା ପରେ ବର ସାଜିଲେ ୩.୭ ଫୁଟ ଉଚ୍ଚର ଯୁବକ; ପାଇଗଲେ ସ୍ୱପ୍ନର ନାୟିକା

ଅର୍ସଦ ବହୁ ପୂର୍ବରୁ ବିବାହ ପାଇଁ ମନ ବଳାଇଥିଲେ ବି କମ୍‌ ଉଚ୍ଚତା ଯୋଗୁ ତାଙ୍କ ଆଶା ପାଣି ଫୋଟକା ପରି ମିଳାଇ ଯାଉଥିଲା। କେବଳ କମ୍‌ ଉଚ୍ଚତା ଯୋଗୁ ତାଙ୍କୁ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଥର ପ୍ରତ୍ୟାଖାନର ସମ୍ମୁଖୀନ ହେବାକୁ ପଡ଼ିଥିଲା।

Groom

Groom

Advertisment

ବିବାହ ଏକ ପବିତ୍ର ବନ୍ଧନ । କୁହାଯାଏ, ରବ ନେ ବନାଦି ଯୋଡ଼ି। ଯୋଡ଼ି ସ୍ୱର୍ଗରେ ହିଁ ସ୍ଥିର ହୋଇଥାଏ । ନଚେତ ଦୀର୍ଘ ୧୫ ବର୍ଷର ଅପେକ୍ଷା ପରେ ୧୦ ଥର ପ୍ରତ୍ୟାଖାନର ଅପମାନ ସହିବା ପରେ ବି ଜଣେ ୩.୭ ଫୁଟ ଉଚ୍ଚତା ବିଶିଷ୍ଟ ବରକୁ ନିଜ ମନ ପସନ୍ଦର କନିଆ ମିଳି ନ ଥାନ୍ତା। ତାଙ୍କ କନିଆଙ୍କ ଉଚ୍ଚତା ମଧ୍ୟ ୪ ଫୁଟ । ଏପରି ଏକ ଘଟଣା ଉତ୍ତରପ୍ରଦେଶର ବୁଲେନ୍ଦସହର ଜିଲ୍ଲାରେ ଘଟିଛି।

Advertisment

ବୁଲେନ୍ଦସହର ଜିଲ୍ଲାର ଅର୍ସଦ ବହୁ ପୂର୍ବରୁ ବିବାହ ପାଇଁ ମନ ବଳାଇଥିଲେ ବି କମ୍‌ ଉଚ୍ଚତା ଯୋଗୁ ତାଙ୍କ ଆଶା ପାଣି ଫୋଟକା ପରି ମିଳାଇ ଯାଉଥିଲା। କେବଳ କମ୍‌ ଉଚ୍ଚତା ଯୋଗୁ ତାଙ୍କୁ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଥର ପ୍ରତ୍ୟାଖାନର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏପରିକି ଅର୍ସଦ କେବେ ବର ସାଜି ପାରିବେ କି ନାହିଁ ତାହାକୁ ନେଇ ତାଙ୍କ ଘର ଲୋକେ ବି ସନ୍ଦେହରେ ପଡ଼ି ଯାଇଥିଲେ।

ମାତ୍ର ଭାଗ୍ୟ ତାଙ୍କ ପାଇଁ ଆଉ କିଛି ଚମତ୍କାର ରଖିଥିଲା। ନଚେତ ୧୦ ଥର ପ୍ରତ୍ୟାଖାତ ହେବା ପରେ ବି ଅର୍ସଦଙ୍କୁ ମିଳିଗଲା ନିଜ ମନର ମାନସୀ । ମୋ’ ଉଚ୍ଚତା ପାଇଁ ଲୋକଙ୍କଠାରୁ ବହୁ ଟାହିଟାପରା ଶୁଣିବା ପରେ ବି ମୋ’ ସ୍ୱପ୍ନର ନାୟିକା ସହ ନିଶ୍ଚିତ ରୂପେ ଦେଖାହେବ ବୋଲି ବିଶ୍ୱାସ ଥିଲା ବୋଲି କହିଛନ୍ତି ଅର୍ସଦ ।

Advertisment

ଏଥିସହ ତାଙ୍କ କହିବାନୁଯାୟୀ, ୪ ମାସ ପୂର୍ବେ ଜଣେ ନିକଟ ସମ୍ପର୍କୀୟ ଏହି ପ୍ରସ୍ତାବ ସମ୍ପର୍କରେ କହିଥିଲେ। ମାତ୍ର ଝିଅ ଉଚ୍ଚତାଠୁ ମୋ’ ଉଚ୍ଚତା କମ୍‌ ଥିବାରୁ ଝିଅ ଘର ମୋ’ ସହ ବିବାହ ନିମନ୍ତେ ମନା କରି ଦେଇଥିଲେ। ତେଣୁ ସେଠି ମଧ୍ୟ ବିବାହ ଆଶା ମୋର ମଉଳି ଯାଇଥିଲା। ମାତ୍ର ପରେ ଉଭୟଙ୍କ ପରିବାର ମଧ୍ୟରେ ଆଲୋଚନା ହେବା ପରେ ଏହି ବିବାହ ନିମନ୍ତେ ସମ୍ମତି ପ୍ରକାଶ ପାଇଥିଲା।

ଶେଷରେ ଶରୱାନି ପିନ୍ଧି ମୁଣ୍ଡରେ ପଗଡ଼ି ବାନ୍ଧି ଅର୍ସଦ ସାଜିଲେ ବର। ଆଉ ନିଜ ନାୟିକାଙ୍କ ପାଇଁ ବ୍ୟାଣ୍ଡ ବାଜା ବଜାଇ ବରଯାତ୍ରୀ ଧରି ତାଙ୍କ ଘର ସମ୍ମୁଖରେ ପହଞ୍ଚିଗଲେ । ବିବାହ ଶେଷରେ ନିଜ ମନର ମାନସୀଙ୍କୁ ସବୁ ଦିନ ପାଇଁ ନିଜର କରି ଘରକୁ ନେଇ ଆସିଲେ। ଏବେ ଉଭୟ ବେଶ୍‌ ହସଖୁସିରେ ଦିନ କାଟୁଥିବା ଜଣାଯାଇଛି।

Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe