Advertisment

Toxic Water: ୨୫ ମୃତ୍ୟୁ ପରେ ବିଷାକ୍ତ ପାଣି ଯୋଗୁ ଆଉ ୨୪ ଜଣଙ୍କୁ ଜଣ୍ଡିସ

ଧୂସର ଓ ଦୁର୍ଗନ୍ଧ ପାଣି ପିଇ ଏପରି ସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ସ୍କୁଲ ଯାଉଥିବା ପିଲାମାନେ ପାଣି ପିଇ ଅସୁସ୍ଥ ହେବାରୁ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି।

Water

ଦୂଷିତ ପାଣି

Advertisment

ବିଷାକ୍ତ ପାଣି ଯୋଗୁ ଆଉ ୨୪ ଜଣ ଜଣ୍ଡିସରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଛୋଟ ପିଲା ମଧ୍ୟ ରହିଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋର ଅନ୍ତର୍ଗତ ମହୋୱ ଅଞ୍ଚଳରେ ଦୂଷିତ ପାଣି ଯୋଗୁ ଏପରି ଘଟଣା ଘଟିଛି। ଗୁରୁବାର ରାତିରେ ପାଟ୍ଟି ବଜାର ଓ ଚନ୍ଦ୍ରେ ମାର୍ଗ ଅଞ୍ଚଳରୁ ଏହି ଖବର ଆସିଥିବା ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି। 

Advertisment

ଧୂସର ଓ ଦୁର୍ଗନ୍ଧ ପାଣି(Water) ପିଇ ଏପରି ସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ସ୍କୁଲ ଯାଉଥିବା ପିଲାମାନେ ପାଣି ପିଇ ଅସୁସ୍ଥ ହେବାରୁ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ଏଲିନା ନାମକ ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଅସୁସ୍ଥତା କାରଣରୁ ପ୍ରି ବୋର୍ଡ ପରୀକ୍ଷା ଦେଇ ପାରି ନାହାନ୍ତି। ୧୨ ବର୍ଷୀୟ ଗୀତନାଶ ଓ ୯ ବର୍ଷୀୟ ଲକ୍ଷିତା ମଧ୍ୟ ଏବେ ଜଣ୍ଡିସରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। 

ମୋତି ମହଲ ଅଞ୍ଚଳରେ ସ୍ଥିତି ଆହୁରି ଖରାପ ରହିଛି। ଇନ୍ଦୋର ଜିଲ୍ଲାପାଳ ଶିବମ ବର୍ମା ବିଳମ୍ବିତ ରାତିରେ ମହୋୱରେ ପହଞ୍ଚିବା ସହ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କିଛି ଲୋକଙ୍କୁ ଭେଟିଛନ୍ତି। ପ୍ରଭାବିତ ଅଞ୍ଚଳର ଲୋକମାନଙ୍କ ସହ ମଧ୍ୟ ସେ ସ୍ଥିତି ସମ୍ପର୍କରେ କଥା ହୋଇଛନ୍ତି।

Advertisment

ସ୍ଥାନୀୟ ଲୋକଙ୍କ କହିବା କଥା ଯେ ସେମାନେ ଦୂଷିତ ପାଣି ଆସୁଥିବା ସମ୍ପର୍କରେ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। କିଛି ପାଣି ପାଇପ ସ୍ୱେରଜ ନାଲ କିମ୍ବା ଡ୍ରେନ ଦେଇ ଆସିଥିବା ମଧ୍ୟ ସେମାନେ ଜଣାଇଥିଲେ। ହେଲେ କେହି ବି ଏହା ଉପରେ କୌଣସି ପଦକ୍ଷେପ ନେଇ ନାହାନ୍ତି। 

ଏବେ ସ୍ଥିତି ବିଗିଡ଼ିବାରୁ ସ୍ୱାସ୍ଥ୍ୟାଧିକାରୀମାନେ ମହୋୱରେ ପହଞ୍ଚିଛନ୍ତି। ଇନ୍ଦୋରରୁ ଗୋଟିଏ ମେଡିକାଲ ଟିମ ମଧ୍ୟ ପ୍ରଭାବିତ ଅଞ୍ଚଳକୁ ଯାଉଛି। ତେବେ ଏଯାଏ ଦୂଷିତ ପାଣି ଯୋଗୁ ମହୋୱରେ କୌଣସି ମୃତ୍ୟୁ ଖବର ସାମ୍ନାକୁ ଆସିନାହିଁ।

କିନ୍ତୁ ପ୍ରଦୂଷିତ ପାଣି ଯୋଗୁ ଏଠାରୁ ୬୦ କିମି ଦୂର ଇନ୍ଦୋର ସହରରେ ୨୫ ଜଣଙ୍କ ମୃତ୍ୟୁ ହୋଇ ସାରିଛି। ଗତ ମଙ୍ଗଳବାର ହିଁ ୫୧ ବର୍ଷୀୟ ହେମାନୀ ଗାଏକ୍ୱାଡ ସେଠାରେ ପ୍ରାଣ ହରାଇଛନ୍ତି। ପ୍ରଦୂଷିତ ପାଣି ପାଇ ଡିସେମ୍ବର ୨୨ରେ ଗାଏକ୍ୱାଡ ଅସୁସ୍ଥ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। 

Water
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe