Advertisment

ଭାରତରୁ ଲୁଟି ଆମେରିକାରେ ଲୁଚିଥିଲେ, ୨୫ ବର୍ଷ ପରେ ବନ୍ଧା ହେଲେ

ନୂଆଦିଲ୍ଲୀରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ବ୍ରାଞ୍ଚରେ ରାଜୀବ ମେହେଟା ନିଜ ନାମରେ ମିଥ୍ୟା ଆକାଉଣ୍ଟ ଖୋଲିଥିଲେ। ବ୍ୟବସାୟରେ ବିଭିନ୍ନ ପାର୍ଟି ତଥା କମ୍ପାନୀମାନଙ୍କୁ ଠକିବାକୁ ସେ ଏହି ଆକାଉଣ୍ଟ କରିଥିବା କହିଛି ସିବିଆଇ ।

author-image
Niharika Rout
ଅଦ୍ୟତନ ହୋଇଛି
Rajiv Mehta

Rajiv Mehta

ଭାରତରେ ବ୍ୟାଙ୍କ ଠକେଇରେ ଲକ୍ଷ ଲକ୍ଷ ଟଙ୍କା ଲୁଟି ଯୁକ୍ତରାଷ୍ଟ୍ର ଆମେରିକା ପଳାଇଥିଲେ। ସେଠାରେ ରାଜକୀୟ ଠାଣୀରେ ବଞ୍ଚୁଥିବା ବେଳେ ୨୫ ବର୍ଷ ପରେ ବାନ୍ଧିଛି ସିବିଆଇ। ଇଣ୍ଟରପୋଲ ସହାୟତା ଯୋଗୁ ଏହା ସମ୍ଭବ ହୋଇ ପାରିଥିବା କହିଛି ସିବିଆଇ। ଧରା ପଡ଼ିଥିବା ଅଭିଯୁକ୍ତଙ୍କ ନାଁ ରାଜୀବ ମେହେଟ୍ଟା ।

Advertisment

ନୂଆଦିଲ୍ଲୀରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ବ୍ରାଞ୍ଚରେ ରାଜୀବ ମେହେଟା ନିଜ ନାମରେ ମିଥ୍ୟା ଆକାଉଣ୍ଟ ଖୋଲିଥିଲେ। ବ୍ୟବସାୟରେ ବିଭିନ୍ନ ପାର୍ଟି ତଥା କମ୍ପାନୀମାନଙ୍କୁ ଠକିବାକୁ ସେ ଏହି ଆକାଉଣ୍ଟ କରିଥିବା କହିଛି ସିବିଆଇ । ଏହା ମାଧ୍ୟମରେ ସେ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲେ।

ଏନେଇ ୧୯୯୮ ମସିହାରେ ରାଜୀବ ମେହେଟ୍ଟାକ ନାଁରେ କ୍ରିମିନାଲ କେସ୍‌ ରୁଜୁ ହୋଇଥିଲା। ଧୋକା ଦେବା, ଚୋରି କରିବା, ଅପରାଧିକ ଷଡଯନ୍ତ୍ର ଆଦି ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ଏହାପରେ ସେ ଆମେରିକା ଫେରାର ହୋଇ ଯାଇଥିଲେ। କୋର୍ଟ ଏହି ମାମଲାର ବିଚାର କରି ରାଜୀବଙ୍କୁ ଜଣେ ଅଭ୍ୟାସଗତ ଚୋର ବୋଲି ଆଖ୍ୟା ଦେଇଥିଲେ।

Advertisment

ଏହାପରେ ରାଜୀବଙ୍କ ନାଁରେ ୨୦୦୦ ମସିହାରେ ଇଣ୍ଟରପୋଲରେ ରେଡ କର୍ଣ୍ଣର ନୋଟିସ୍‌ ଜାରି କରାଯାଇଥିଲା। ରାଜୀବଙ୍କୁ ଠାବ କରିବାକୁ ଇଣ୍ଟରପୋଲ ସଦସ୍ୟ ଥିବା ରାଷ୍ଟ୍ରମାନଙ୍କୁ ସୂଚିତ କରାଯାଇଥିଲା। ବହୁ ସନ୍ଧାନ ପରେ ରାଜୀବ ଆମେରିକାରେ ଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କୁ ସେଠାରୁ ଗିରଫ କରାଯାଇଛି।

USA CBI Arrest