Advertisment

୩୫୦ ବର୍ଷ ପରେ ଭାରତ ଫେରିବ ଛତ୍ରପତି ଶିବାଜୀଙ୍କ 'ବାଘ ନଖ'

ଛତ୍ରପତି ଶିବାଜୀ ମହାରାଜଙ୍କ 'ବାଘ ନଖ' ଫେରାଇ ଆଣିବାକୁ ଚୁକ୍ତି ସ୍ୱାକ୍ଷର ପାଇଁ ମଙ୍ଗଳବାର ବ୍ରିଟେନ ଗସ୍ତ କରିବେ ମହାରାଷ୍ଟ୍ର ସଂସ୍କୃତି ମନ୍ତ୍ରୀ।

ଅଦ୍ୟତନ ହୋଇଛି
Chhatrapati Shivaji & Wagh Nakh

Chhatrapati Shivaji & Wagh Nakh

Advertisment

ନଭେମ୍ବରରେ ଫେରିବ ଛତ୍ରପତି ଶିବାଜୀ ମହାରାଜଙ୍କ 'ବାଘ ନଖ'। ଶିବାଜୀଙ୍କ ୩୫୦ତମ ରାଜ୍ୟାଭିଶେଷକ ଉତ୍ସବ ପାଳନ ଅବସରରେ ଏହି ଅସ୍ତ୍ର ବ୍ରିଟେନରୁ ଫେରିବ। ପୂର୍ବରୁ ଏନେଇ ବ୍ରିଟେନ ସରକାରଙ୍କ ସହ କଥାବାର୍ତ୍ତା ସରିଥିଲା।

Advertisment

ଆସନ୍ତା ମଙ୍ଗଳବାର ମହାରାଷ୍ଟ୍ରର ସଂସ୍କୃତି ମନ୍ତ୍ରୀ ସୁଧୀର ମୁଙ୍ଗନ୍ତୀୱାର ଲଣ୍ଡନ ଗସ୍ତ କରିବେ। ସେଠାରେ ପହଞ୍ଚିବା ପରେ ଅସ୍ତ୍ରଶସ୍ତ୍ର ଫେରସ୍ତ ପାଇଁ ସଂଗ୍ରହାଳୟ ସହ ଏକ ଚୁକ୍ତି ସ୍ୱାକ୍ଷର କରିବେ। ମୁଙ୍ଗନ୍ତୀୱାର କହିଛନ୍ତି ଯେ, ବ୍ରିଟେନରୁ ଆମେ ପ୍ରଥମ ପର୍ଯ୍ୟାୟରେ ବାଘ ନଖ ଫେରାଇ ଆଣିବୁ। ନଭେମ୍ବରରେ ଏହାକୁ ଭାରତ ଅଣାଯିବ। ସେଥିପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଛି।

ଯେଉଁ ଦିନ ଛତ୍ରପତି ଶିବାଜୀ ମହାରାଜ ଅଫଜଲ ଖାନକୁ ମାରିଥିଲେ ସେହି ଦିନ ବାଘନଖ ଫେରାଇ ଆଣିବାକୁ ପ୍ରୟାସ ଚାଲିଥିବା ମୁଙ୍ଗନ୍ତୀୱାର ଚଳିତ ମାସ ଆରମ୍ଭରେ କହିଥିଲେ।

Advertisment

୧୬୫୯ ମସିହାରେ ପ୍ରତାପଗଡ ଯୁଦ୍ଧରେ ମରାଠା ବିଜୟ ଛତ୍ରପତି ଶିବାଜୀଙ୍କ ମରାଠା ସାମ୍ରାଜ୍ୟ ପ୍ରତିଷ୍ଠା ଅଭିଯାନରେ ଏକ ପରିବର୍ତ୍ତନ ଆଣିଥିଲା। ସେ ୧୬୫୯ ମସିହାରେ ବିଜେପୁର ସୁଲତାନର ଜେନେରାଲ ଅଫଜଲ ଖାନକୁ ପରାସ୍ତ କରି ଏହି ବିଜୟ ହାସଲ କରିଥିଲେ। ବାଘ ନଖରେ ହିଁ ମହାରାଜା ଶିବାଜୀ ଅଫଜଲ ଖାନକୁ ମାରିଥିଲେ। 

ଇଂରେଜମାନେ ମହାରାଜଙ୍କ ଏହି ସ୍ମୃତି ବ୍ରିଟେନ ନେଇଯାଇଥିଲା। ଇଂଲଣ୍ଡର ଭିକ୍ଟୋରିଆ ଆଣ୍ଡ ଅଲବର୍ଟ ସଂଗ୍ରହାଳୟରେ ବର୍ତ୍ତମାନ ବାଘ ନଖ ରହିଛି। ନଭେମ୍ବରରେ ଏହା ମହାରାଷ୍ଟ୍ରକୁ ଫେରିବ। ବାଘ ନଖକୁ ଦକ୍ଷିଣ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ସଂଗ୍ରହାଳୟରେ ରଖାଯିବ ବୋଲି କୁହାଯାଉଛି।

Chhatrapati Shivaji Wagh Nakh Tiger Claw Return India Chhatrapati Shivaji Tiger Claw
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe