Advertisment

ତଲାବିରା କୋଇଲା ଖଣି ଘୋଟାଲା ମାମଲା: ୮ ବର୍ଷ ପରେ ହେବ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ଆବେଦନର ଶୁଣାଣି

୮ ବର୍ଷ ପରେ ଆଜି ହେବ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କୋଇଲା ଆବଣ୍ଟନ ଅନିୟମିତତା ମାମଲାରେ କରିଥିବା ଆବେଦନର ଶୁଣାଣି।

author-image
Debibandita Barick
ଅଦ୍ୟତନ ହୋଇଛି
undefined

Supreme Court

୮ ବର୍ଷ ପରେ ଆଜି ହେବ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଆବେଦନ କରିଥିବା ମାମଲାର ଶୁଣାଣି। କୋଇଲା ଘୋଟାଲା ମାମଲାରେ ମାର୍ଚ୍ଚ ୨୦୧୫ରେ ଦିଲ୍ଲୀର ଏକ ଟ୍ରାଏଲ କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଏହି ଆବେଦନ କରିଥିଲେ ମନମୋହନ ସିଂହ। ଶେଷରେ ଦୀର୍ଘ ୮ ବର୍ଷ ପରେ ରାୟ ଶୁଣାଣି ନେଇ ତାଲିକାଭୂକ୍ତ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। 

Advertisment

୨୦୧୫ରେ ହିଣ୍ଡାଲକୋକୁ ଓଡ଼ିଶାର ତଲାବିରା-୨ କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ଅଭିଯୋଗରେ ପୂର୍ବ ପ୍ରଧାନମନ୍ତ୍ରୀଙ୍କୁ ଅଭିଯୁକ୍ତ ଭାବେ ସମନ୍ କରାଯାଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ ମନମୋହନ ସିଂହ। ଅପ୍ରେଲ ୧, ୨୦୧୫ରେ ସୁପ୍ରିମକୋର୍ଟ ସମନ୍ ନିର୍ଦ୍ଦେଶକୁ ସ୍ଥଗିତ ରଖିଥିଲେ। ଶେଷରେ ଦୀର୍ଘ ୮ ବର୍ଷ ପରେ ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିବେ। ସିଂହଙ୍କ ୨୦୧୫ ଆବେଦନକୁ ନେଇ ସେହି ବର୍ଷ ପୂର୍ବତନ କେନ୍ଦ୍ର କୋଇଲା ସଚିବ ପିଏସ୍ ପାରଳାଙ୍କ ଦ୍ୱାରା ମଧ୍ୟ ଏକ ଆବଦେନ ଦାଖଲ କରାଯାଇଥିଲା। ଆଜି ଏହି ଆବେଦନର ମଧ୍ୟ ଶୁଣାଣି ହେବ।

ସିବିଆଇ କୋଇଲା ବ୍ଲକ୍ ଆବଣ୍ଟନ ମାମଲାରେ ଏକ କ୍ଲୋଜର୍ ରିପୋର୍ଟ ଦାଖଲ କରିଥିଲା। କିନ୍ତୁ ଦିଲ୍ଲୀର ଏକ ଟ୍ରାଏଲ କୋର୍ଟ ଏହି ସମୟରେ କହିଥିଲେ ଯେ, ଏହି ଅନିୟମିତତା ସମୟରେ କୋଇଲା ମନ୍ତ୍ରଣାଳୟ ଦାୟିତ୍ୱରେ ଥିବା ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଶିଳ୍ପପତି କୁମାର ମଙ୍ଗଲମ ବିଡଲା ଏବଂ ଅନ୍ୟ କେତେ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଥିଲେ ଏବଂ ସେମାନଙ୍କୁ କୋର୍ଟରେ ହାଜର ହେବାକୁ ସମନ୍ କରିଥିଲେ। କିନ୍ତୁ ଏହାକୁ ଚ୍ୟାଲେଞ୍ଚ କରି ମନମୋହନ ସିଂହଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ସେତେବେଳେ ସୁପ୍ରିମକୋର୍ଟ ମଧ୍ୟ ଆବେଦନକୁ ଗ୍ରହଣ କରିଥିଲେ।  

Advertisment
Manmohan Singh Coal Scam Plea Supreme Court Hear Coal Scam Plea Manmohan Singh Plea In SC