Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ପଦେ କଥା ଲେଖିଲେ କେଜ୍ରିୱାଲଙ୍କ ପତ୍ନୀ

କ୍ଷମତାର ଅହଂକାର ଯୋଗୁ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଗିରଫ କରିଥିବା ସୁନିତା କହିଛନ୍ତି।

Kejriwal

Kejriwal

Advertisment

ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନିତା ବଡ଼ ବୟାନ ଦେଇଛନ୍ତି। ସେ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। କ୍ଷମତାର ଅହଂକାର ଯୋଗୁ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଗିରଫ କରିଥିବା ସୁନିତା କହିଛନ୍ତି।

Advertisment

କେଜ୍ରିୱାଲଙ୍କ ଗିରଫଦାରୀର ଗୋଟିଏ ଦିନ ପରେ ସୁନିତା ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ “ଆପଣମାନଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ୩ ଥରର ମୁଖ୍ୟମନ୍ତ୍ରୀଙ୍କୁ ମୋଦିଜୀ କ୍ଷମତାର ଅଂହକାରରେ ଗିରଫ କରାଇଛନ୍ତି। ସେ ସମସ୍ତଙ୍କୁ ଦଳି ଦେବାକୁ ଲାଗି ପଡ଼ିଛନ୍ତି।

ଏହା ଦିଲ୍ଲୀବାସୀଙ୍କ ସହ ଧୋକା। ଆପଣମାନଙ୍କ ମୁଖ୍ୟମନ୍ତ୍ରୀ ସବୁବେଳେ ଆପଣମାନଙ୍କ ସହ ଛିଡ଼ା ହୋଇଛନ୍ତି। ସେ ଭିତରେ(ଜେଲ) କି ବାହାରେ ରୁହନ୍ତୁ, ତାଙ୍କ ଜୀବନ ସବୁବେଳେ ଆପଣମାନଙ୍କ ପାଇଁ ସମର୍ପିତ। ଜନତା ଜନାର୍ଦନ ସବୁ କିଛି ଜାଣିଛନ୍ତି। ଜୟ ହିନ୍ଦ।”

Advertisment

କେଜ୍ରିୱାଲଙ୍କୁ ଗୁରୁବାର ଗିରଫ କରିଥିବା ଇଡି ଆଜି ତାଙ୍କୁ କୋର୍ଟରେ ହାଜର କରିଛି। କୋର୍ଟରେ ହାଜର କରିବା ପରେ ତାଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି।

ରିମାଣ୍ଡ ପାଇଁ ଆବେଦନ କରିବା ବେଳେ ଅନେକ ସାଂଘାତିକ କଥା ଇଡି ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଡିସିନାଲ ସଲିସିଟର ଜେନେରାଲ ଏସ୍‌ଭି ରାଜୁ କୋର୍ଟଙ୍କୁ ଜଣାଇଛନ୍ତି।

Arvind Kejriwal AAP PMModi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe