Language row in Karnataka
କର୍ଣ୍ଣାଟକରେ ଭାଷାକୁ ନେଇ ବିବାଦ ଜୋର ଧରିଛି। ଦୋକାନଗୁଡିକର ନାମଫଳକରେ ୬୦ ପ୍ରତିଶକ କନ୍ନଡ ଭାଷା ବ୍ୟବହାରକୁ ନେଇ ବେଙ୍ଗାଲୁରୁ ନଗର ନିଗମ ଦେଇଥିବା ନିର୍ଦ୍ଦେଶକୁ ଏବେ ଜୋରଦାର ହଙ୍ଗାମା ଆରମ୍ଭ ହୋଇଛି। କନ୍ନଡ ସମର୍ଥକମାନେ କେମ୍ପାଗୌଡା ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହିଂସକ ପ୍ରଦର୍ଶନ କରିଛନ୍ତି।
କର୍ଣ୍ଣାଟକର ଏକ ହୋଟେଲ ବାହାରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ହୋଇଛି। ହୋଟେଲ ଭିତରେ ପଶି ଏଠାରେ ଇଂରାଜୀରେ ଲେଖାଥିବା ସାଇନ୍ବୋର୍ଡକୁ ଭାଙ୍ଗି ଦେଇଛନ୍ତି କନ୍ନଡ ଭାଷା ସମର୍ଥକ। ଏହି ପୂରା ଘଟଣାର ଭିଡିଓ ସାମ୍ନାକୁ ଆସିଛି। ସେହିପରି ଅନ୍ୟ ଏକ ଭିଡିଓରେ ବିକ୍ଷୋଭକାରୀମାନେ ସେଲୁନ ଓ ସ୍ପାରେ ଇଂରାଜୀରେ ଲେଖାଥିବା ସାଇନବୋର୍ଡକୁ ଫାଡି ଦେଇଥିବା ଦେଖିବାକୁ ମିଳିଛି। ସେହିପରି ଏୟାରଟେଲ୍ ଷ୍ଟୋର ବାହାରେ ଲାଲ ଓ ହଳଦିଆ ରଙ୍ଗର ପତାକା ଧରି ବିରୋଧ ପ୍ରଦର୍ଶନ କରାଯାଇଛି। ନଗର ନିଗମ ପକ୍ଷରୁ ଜାରି ନିର୍ଦ୍ଦେଶକୁ ତୁରନ୍ତ ଲାଗୁ କରିବାକୁ ବିକ୍ଷୋଭକାରୀମାନେ ଦାବି କରିଛନ୍ତି।
ବେଙ୍ଗାଲୁରୁ ନଗର ନିଗମ ଦେଇଥିବା ନିର୍ଦ୍ଦେଶ ମୁତାବକ, ପ୍ରତ୍ୟେକ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକରେ ୬୦ ପ୍ରତିଶତ କନ୍ନଡ ବୋର୍ଡର ବ୍ୟବହାର କରିବାକୁ ହେବ। ଗତକାଲି ଏକ ବୈଠକ ପରେ ଏହି ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ ଏବେ ଭାଷାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବିବିଏମ୍ପି ମୁଖ୍ୟ ତୁଷାର ଗିରି କହିଛନ୍ତି, ନଗର ନିଗମ ଅଧିନରେ ଥିବା ବ୍ୟବସାୟିକ ଦୋକାନଗୁଡିକୁ ଫେବ୍ରୁଆରୀ ୨୮ ସୁଦ୍ଧା ଏହି ନିର୍ଦ୍ଦେଶ ପାଳନ କରିବାକୁ ପଡିବ, ନଚେତ୍ ସେମାନଙ୍କ ଦୋକାନଗୁଡିକର ଲାଇସେନ୍ସ ରଦ୍ଦ କରାଯିବା ସହିତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଉଲ୍ଲେଖଯୋଗ୍ୟ, ଅକ୍ଟୋବର ମାସରେ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା କହିଥିଲେ, 'କର୍ଣ୍ଣାଟକରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି କନ୍ନଡ କହିବା ଶିଖିବା ଉଚିତ୍, ଆମେ ସମସ୍ତେ କନ୍ନଡ। ବିଭିନ୍ନ ଭାଷାରେ କଥା ହେଉଥିବା ଲୋକମାନେ ଏଠାରେ ବସବାସ କରୁଛନ୍ତି। କିନ୍ତୁ ଏହି ରାଜ୍ୟରେ ରହୁଥିବା ସମସ୍ତ ଲୋକ କନ୍ନଡ କହି ଶିଖିବା ଜରୁରୀ।'
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1703669902.jpg)