Advertisment

ନିଜ ଆଦେଶ ଉପରେ ରୋକ ଲଗାଇଲେ ରାଜ୍ୟପାଳ

ବିବାଦ ବଢ଼ୁଥିବାରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏଥିରେ ହସ୍ତକ୍ଷେପ କରିଥିଲା। ଆଟର୍ଣ୍ଣି ଜେନେରାଲଙ୍କ ସହ ମଧ୍ୟ ରାଜ୍ୟପାଳ ରବି କଥା ହୋଇଥିଲେ। ଏହାପରେ ସେ ନିଜ ଆଦେଶ ଉପରେ ରୋକ ଲଗାଇଥିବା କଥା ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କୁ ବିଧିବଦ୍ଧ ଭାବେ ଜଣାଇଛନ୍ତି।

TamilNadu

TamilNadu

Advertisment

ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ଓ ପରାମର୍ଶ ସତ୍ତ୍ୱେ ତାମିଲନାଡୁ ରାଜ୍ୟପାଳ ଆରଏନ ରବି ଜାରି କରିଥିବା ଆଦେଶ ଉପରେ ସେ ନିଜେ ହିଁ ରୋକ ଲଗାଇ ଦେଇଛନ୍ତି। ଇଡି ଦ୍ୱାରା ଗିରଫ ହୋଇଥିବା ଭି ସେନ୍ଥାଲି ବାଲାଜୀଙ୍କୁ ରାଜ୍ୟପାଳ ରବି ଗୁରୁବାର ହଠାତ୍‌ ରାଜ୍ୟ କ୍ୟାବିନେଟରୁ ବହିଷ୍କାର କରିଥିଲେ। ତେବେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ଓ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କୋର୍ଟରେ ରାଜ୍ୟପାଳଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିବେ ବୋଲି କହିଥିଲେ।

Advertisment

ବିବାଦ ବଢ଼ୁଥିବାରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏଥିରେ ହସ୍ତକ୍ଷେପ କରିଥିଲା। ଆଟର୍ଣ୍ଣି ଜେନେରାଲଙ୍କ ସହ ମଧ୍ୟ ରାଜ୍ୟପାଳ ରବି କଥା ହୋଇଥିଲେ। ଏହାପରେ ସେ ନିଜ ଆଦେଶ ଉପରେ ରୋକ ଲଗାଇଥିବା କଥା ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କୁ ବିଧିବଦ୍ଧ ଭାବେ ଜଣାଇଛନ୍ତି। ଗୁରୁବାର ସନ୍ଧ୍ୟାରୁ ରାତି ଭିତରେ ରାଜ୍ୟପାଳଙ୍କ ଏପରି ପଦକ୍ଷେପ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଭାରତୀୟ ରାଜନୀତିକ ଇତିହାସରେ ମୁଖ୍ୟମନ୍ତ୍ରୀଙ୍କ ସୁପାରିସ ବିନା ରାଜ୍ୟପାଳ ନିଜ ତରଫରୁ ଜଣେ ମନ୍ତ୍ରୀଙ୍କୁ ବହିଷ୍କାର କରିବା ଘଟଣା ପ୍ରଥମଥର ପାଇଁ ଗୁରୁବାର ତାମିଲନାଡୁରେ ଘଟିଥିଲା। ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ରାଜଭବନ ପକ୍ଷରୁ ବିଳମ୍ବିତ ରାତିରେ ସିଏମଓକୁ ଫୋନ କରି ବହିଷ୍କାର ଆଦେଶ ଉପରେ ରୋକ ଲଗାଯାଇଥିବା କଥା ଜଣାଇ ଦିଆଯାଇଛି।

Advertisment

ଜୁନ ୧୪ରେ ମନ୍ତ୍ରୀ ବାଲାଜୀଙ୍କୁ ଇଡି ପିଏମଏଲଏ ବଳରେ ଗିରଫ କରିଥିଲା। ତେବେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ବାଇପାସ ସର୍ଜରୀ ହୋଇଛି। ବର୍ତ୍ତମାନ ତାଙ୍କ ନାଁରେ ଅପରାଧିକ ମାମଲା ରହିଛି। ଏହାର ତଦନ୍ତ ଚାଲୁଥିବା ବେଳେ ବାଲାଜୀ ଜେଲରେ ରହିଛନ୍ତି।

ତାଙ୍କ ବିରୋଧରେ ତଦନ୍ତ ଚାଲୁଥିବା ବେଳେ ଯଦି ସେ ରାଜ୍ୟ ମନ୍ତ୍ରିମଣ୍ଡଳରେ ରହିବେ, ତା’ହେଲେ ଆଇନ ପ୍ରକ୍ରିୟା ଉପରେ ଏହାର ନକାରାମତ୍କ ପ୍ରଭାବ ପଡ଼ିବ। ନିରପେକ୍ଷ ତଦନ୍ତ ମଧ୍ୟ ହୋଇପାରିବ ନାହିଁ। ଫଳରେ ରାଜ୍ୟର ସାମ୍ବିଧାନିକ ବିଧିବ୍ୟବସ୍ଥା ଭୁଶୁଡ଼ି ପଡ଼ିବ ବୋଲି ରାଜ୍ୟପାଳ ରବି ଗୋଟିଏ ବିବୃତିରେ କହିବା ସହ ତାଙ୍କୁ ଷ୍ଟାଲିନଙ୍କ କ୍ୟାବିନେଟରୁ ବହିଷ୍କାର କରିଥିଲେ।

ତେବେ ରାଜ୍ୟପାଳଙ୍କ ଏପରି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପ୍ରତିକ୍ରିୟା ମୁଖ୍ୟମନ୍ତ୍ରୀ ଷ୍ଟାଲିନ କହିଥିଲେ ଯେ “ରାଜ୍ୟପାଳଙ୍କ ପାଖରେ କୌଣସି କ୍ଷମତା ନାହିଁ। ଆମେ ଏହାକୁ ଆଇନଗତ ଉପାୟରେ ଚ୍ୟାଲେଞ୍ଜ କରିବୁ।”

ଇଡି ଦ୍ୱାରା ଗିରଫ ହୋଇଥିଲେ ହେଁ ତାମିଲନାଡୁ ସରକାର ବାଲାଜୀ ରାଜ୍ୟମନ୍ତ୍ରୀ ଭାବେ ରହିବେ। କିନ୍ତୁ ତାଙ୍କର କୌଣସି ବିଭାଗ ରହିବ ନାହିଁ ବୋଲି କହିଥିଲେ। ସରକାରଙ୍କ ଏପରି ନିଷ୍ପତ୍ତିକୁ ରାଜ୍ୟପାଳ ବିରୋଧ କରିଥିଲେ। ଏହାପରେ ତାଙ୍କୁ କ୍ୟାବିନେଟରୁ ବହିଷ୍କୃତ କରିଥିଲେ।

Tamilnadu DMK MK Stalin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe