Advertisment

ନୌସେନାର ୮ ପୂର୍ବତନ ଅଧିକାରୀଙ୍କୁ ଫାଶୀ ଦଣ୍ଡ ମିଳିବା ଘଟଣା; ଫେରାଇ ଆଣିବାକୁ ପରିବାରର ଗୁହାରି

ସେମାନଙ୍କୁ ଖୁବ୍‌ ଶୀଘ୍ର ମୁକ୍ତ କରି ସ୍ୱଦେଶ ଫେରାଇ ଆଣିବାକୁ ସେମାନେ ଭାରତ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି।

author-image
Niharika Rout
Navy Officers

Navy Officers

ଭାରତୀୟ ନୌସେନାର ୮ ପୂର୍ବତନ ଅଧିକାରୀଙ୍କୁ ଫାଶୀ ଦଣ୍ଡାଦେଶ ମିଳିବା ପରେ ସେମାନଙ୍କ ପରିବାର ଉପରେ ପଡ଼ିଛି ଚଡ଼କ । ସେମାନଙ୍କୁ ଖୁବ୍‌ ଶୀଘ୍ର ମୁକ୍ତ କରି ସ୍ୱଦେଶ ଫେରାଇ ଆଣିବାକୁ ସେମାନେ ଭାରତ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି।

Advertisment

କତାର ଜେଲରେ ବନ୍ଦୀ ଥିବା ୮ ଜଣ ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ଇସ୍ରାଏଲ ପାଇଁ ଗୁପ୍ତଚର କରୁଥିବା ଅଭିଯୋଗରେ ଫାଶୀରେ ଝୁଲାଇବାକୁ ରାୟ ଶୁଣାଯାଇଛି। ଭାରତୀୟ ବିଦେଶ ମନ୍ତ୍ରାଳୟ ସମେତ ଉକ୍ତ ୮ ଜଣ ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କ ପରିବାରବର୍ଗଙ୍କୁ ମଧ୍ୟ କତାରର ଏହି ରାୟ ଚକିତ କରିଦେଇଛି। ଏହି ମାମଲାକୁ ଉଚ୍ଚସ୍ତରକୁ ନିଆଯାଇ ନ୍ୟାୟିକ ଲଢ଼େଇ ଲଢ଼ିବାକୁ ଭାରତ ଅଣ୍ଟା ଭିଡ଼ିଛି। ଭାରରତ ସରକାରଙ୍କ ପକ୍ଷରୁ କୁହାଯାଇଛି, କତାରରେ ଫସିଥିବା ଭାରତୀୟ ନାଗରିକଙ୍କ ମୁକ୍ତି ନିମନ୍ତେ ଆମେ ସବୁ ପ୍ରକାର ଚେଷ୍ଟା କରିବୁ ।

ନୌସେନାର ୮ ପୂର୍ବତନ ଅଫିସର ଏବେ କତାର ଜେଲ୍‌ରେ ବନ୍ଦୀ ଥିବା ବେଳେ ସେମାନଙ୍କ ମଧ୍ୟରେ ସୁଗୁନାକର ପକାଲା ନାମକ ବ୍ୟକ୍ତି ବି ଅଛନ୍ତି। ଗୁରୁବାର ତାଙ୍କ ଭିଣୋଇ ସି କଲ୍ୟାଣ ଚକ୍ରବର୍ତ୍ତୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ନିକଟରେ ସମସ୍ତଙ୍କ ମୁକ୍ତ ପାଇଁ ଗୁହାରି କରିଛନ୍ତି।

Advertisment

ଏନେଇ ସେ କହିଛନ୍ତି, ଏହି ୮ ଅଧିକାରୀଙ୍କ ବୟସ ୫୦ରୁ ଊର୍ଦ୍ଧ୍ୱ । ନିଜ ଜୀବିକା ନିମନ୍ତେ ସେମାନେ କତାର ଯାଇଥିଲେ। ସେମାନେ କାହିଁକି ଗୁପ୍ତଚର କାମ କରିବେ ଓ ଏଥିରୁ କାହାକୁ ଫାଇଦା ମିଳିବ ତାହା ଆମେ ବୁଝି ପାରୁନୁ। ତେଣୁ ଭାରତ ସରକାରଙ୍କ ନିକଟରେ ସମସ୍ତଙ୍କ ମୁକ୍ତି ପାଇଁ ଗୁହାରି କରୁଛୁ।

ସେମାନଙ୍କୁ ୧୪ ମାସ ହେଲା କତାର ଜେଲ୍‌ରେ ବନ୍ଦୀ କରି ରଖାଯାଇଛି। ସେମାନଙ୍କୁ କୌଣସି ଠୋସ୍‌ ପ୍ରମାଣ ବିନା ରାତି ଅଧରେ ଗିରଫ କରାଯାଇଥିଲା। ସେମାନେ ଭାରତରେ ଥିବା ନିଜ ସହକର୍ମୀଙ୍କ ସହ ଫୋନ୍‌ରେ କଥା ହେଉଥିବା ବେଳେ ଆପୋଷ ଆଲୋଚନା କରୁଥାଇ ପାରନ୍ତି। ମାତ୍ର ଏହାଦ୍ୱାରା ଗୁଇନ୍ଦାଗିରି ପ୍ରମାଣ ମିଳିବା କଷ୍ଟକର ବ୍ୟାପାର। ତେଣୁ ଏହା ପଛରେ ନିହାତି ଭାବେ କତାର ଓ ଭାରତର ଶତ୍ରୁ ରାଷ୍ଟ୍ରର ହାତ ରହିଥିବା ସେ ଦମ୍ଭୋକ୍ତିର ସହ କହିଛନ୍ତି ।

ଏନେଇ ଭାରତ ସରକାର ତ୍ୱରିତ ଓ କଠୋର ପଦକ୍ଷେପ ଉଠାଇବାକୁ ସେ ଦାବି କରିଛନ୍ତି। ଏଥିସହ ପରିବାରବର୍ଗଙ୍କୁ ଅନ୍ଧାରରେ ନ ରଖିବାକୁ କହିଛନ୍ତି। ଭାରତ ସରକାର ଏମାନଙ୍କୁ ଫେରାଇ ଆଣିବାରେ ବିଫଳ ହେଲେ ନୌସାନ ଅଧିକାରୀଙ୍କ ଭରସା ଉଠିଯିବ ବୋଲି ସେ କହିଛନ୍ତି।

ଏନେଇ ଭାରତର ବିଦେଶ ମନ୍ତ୍ରାଳୟ ଅଧିକାରୀ କହିଛନ୍ତି, ଭାରତକୁ ଏହି ୮ ପୂର୍ବତନ ନୌସେନା ଅଧିକାରୀଙ୍କ ନାଁରେ ଥିବା ଅଭିଯୋଗ ସଂକ୍ରାନ୍ତରେ କୌଣସି ବିବରଣୀ ଦିଆଯାଇନି। ଏପରିକି ଭାରତ ସମ୍ମୁଖରେ କତାର ଠୋସ୍‌ ପ୍ରମାଣ ବି ରଖି ପାରିନି। ତେଣୁ ଇସ୍ରାଏଲ ନିମନ୍ତେ ଏହି ଅଧିକାରୀମାନେ ଗୁପ୍ତଚର କାମ କରୁଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ କଳୋପକଳ୍ପିତ ।

Indian Navy