Advertisment

Elephant: ୨୨ ଜଣଙ୍କୁ ଦଳିଦେଲା ବଣୁଆ ହାତୀ, ଘୋଷଣା ହେଲା ଏମର୍ଜେନ୍ସି

ବର୍ତ୍ତମାନ ସୁଦ୍ଧା ସେ ୨୨ ଜଣଙ୍କୁ ଦଳି ସାରିଥିବା ବେଳେ ଘର ଦ୍ୱାର ଠାରୁ ଆରମ୍ଭ କରି ଫସଲ ନଷ୍ଟ କରିବାରେ ଲାଗିଛି। ଦିନକୁ ସେ ୩୦ କିମି ରାସ୍ତା ଅତିକ୍ରମ କରୁଛି। ସେହିପରି ସାମ୍ନାରେ ଯାହା ବି ଆସୁଛି ସବୁ କିଛିକୁ ଧ୍ୱଂସ କରି ଦେଉଥିବା ଜଙ୍ଗଲ ବିଭାଗର ଅଧିକାରୀମାନେ କହିଛନ୍ତି।

Elephant

ହାତୀ

Advertisment

ଝାରଖଣ୍ଡର ପଶ୍ଚିମ ସିଙ୍ଘଭୂମିରେ ବଣୁଆ ହାତୀ(Elephant)ର ଉପଦ୍ରବ। ଗୋଟିଏ ହାତୀ ଏଠାରେ ଭୟଙ୍କର କ୍ଷୟକ୍ଷତି ଘଟାଇ ଚାଲିଛି। ଏଥିଯୋଗୁ ଝାରଖଣ୍ଡ ସରକାର ହାତୀ ଏମର୍ଜେନ୍ସି ଘୋଷଣା କରିଛନ୍ତି। ନିଜର ପଲ ଠାରୁ ଅଲଗା ହୋଇ ଯାଇଥିବା ଗୋଟିଏ ହାତୀ ଅତ୍ୟନ୍ତ ମାରାତ୍ମକ ହୋଇ ଯାଇଛି।

Advertisment

ବର୍ତ୍ତମାନ ସୁଦ୍ଧା ସେ ୨୨ ଜଣଙ୍କୁ ଦଳି ସାରିଥିବା ବେଳେ ଘର ଦ୍ୱାର ଠାରୁ ଆରମ୍ଭ କରି ଫସଲ ନଷ୍ଟ କରିବାରେ ଲାଗିଛି। ଦିନକୁ ସେ ୩୦ କିମି ରାସ୍ତା ଅତିକ୍ରମ କରୁଛି। ସେହିପରି ସାମ୍ନାରେ ଯାହା ବି ଆସୁଛି ସବୁ କିଛିକୁ ଧ୍ୱଂସ କରି ଦେଉଥିବା ଜଙ୍ଗଲ ବିଭାଗର ଅଧିକାରୀମାନେ କହିଛନ୍ତି। 

ଦିନକୁ ଦିନ ପଲ ଠାରୁ ଅଲଗା ହୋଇ ଯାଇଥିବା ହାତୀର ଉପଦ୍ରବ ବଢ଼ୁଥିବାରୁ ତାକୁ କାବୁ କରିବା ପାଇଁ ବନ ବିଭାଗ ୧୦୦ରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରିଛି। ସେମାନେ ହାତୀ ଉପରେ ନଜର ରଖିବା ସହ ତା’କୁ ୩ ଥର ଟ୍ରାଙ୍କୁଲାଇଜିଂ କରିବାକୁ ଚେଷ୍ଟା କରି ସାରିଲାଣି। ତଥାପି କୌଣସି ସୁଫଳ ଏଯାଏ ମିଳିନି।

Advertisment

ଅଧିକାରୀମାନେ କହିଛନ୍ତି ଯେ ହାତୀଟି ଏବେ ଏମିତି ଏକ ପ୍ରାକୃତିକ ଅବସ୍ଥାରେ ରହିଛି ଯେଉଁ ଅବସ୍ଥାରେ ସାଧାରଣତଃ ଟେଷ୍ଟୋଷ୍ଟେରୋନ ସ୍ତର ଅଧିକ ରହିଥାଏ। ଏହି ସମୟରେ ହାତୀମାନେ ସାଧାରଣତଃ ଅଧିକ ରାଗି, ଅଧିକ ବିପଦଜନକ ଓ ନିୟନ୍ତ୍ରଣ ବାହାରକୁ ଚାଲି ଯାଆନ୍ତି। ଏପରି ଅବସ୍ଥା ପ୍ରାୟ ୨ରୁ ୩ ମାସ ଧରି ଲାଗି ରହିଥାଏ। ଏହାପରେ ହାତୀ ସାଧାରଣତଃ ସ୍ଥିର ହୋଇଯାଏ।

ଡିଭିଜନାଲ ବନ ଅଧିକାରୀ କୁଲଦୀପ ମୀନାଙ୍କ କହିବା କଥା ଯେ ପ୍ରଥମଥର ଗୋଟିଏ ପୁରୁଷ ହାତୀ ଏତେ ସଂଖ୍ୟା ଲୋକଙ୍କୁ ଏହି ଅଞ୍ଚଳରେ ମାରିଛି। ଏହା ଗୋଟିଏ ଅପ୍ରତ୍ୟାଶିତ ପରିସ୍ଥିତି। ବର୍ତ୍ତମାନ ସ୍ଥିତିକୁ ନିୟନ୍ତ୍ରଣ ପାଇଁ ଚେଷ୍ଟା ଚାଲିଥିବା ସେ କହିଛନ୍ତି। 

ଝାରଖଣ୍ଡରେ ହାତୀଙ୍କ ସଂଖ୍ୟା 

ଝାରଖଣ୍ତରେ ପ୍ରାୟ ୫୦୦ରୁ ୬୦୦ ହାତୀ ରହିଛନ୍ତି। ଅଧିକାଂଶ ହାତୀ ପାଲାମୁ ଓ ଦକ୍ଷିଣ ଛୋଟନାଗପୁର ଅଞ୍ଚଳରେ ବୁଲାବୁଲି କରନ୍ତି। ଜଙ୍ଗଲ ନିକଟରେ ରହୁଥିବା ଗାଁଗୁଡ଼ିକ ହାତୀଙ୍କ ଉପଦ୍ରବ ଯୋଗୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। କାରଣ ହାତୀମାନେ ସାଧାଣତଃ ଜନବସତି ମୁହାଁ ହେଉଥିବାରୁ ଲୋକମାନଙ୍କ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ସେମାନେ ରାତିରେ ଗାଁ ହେଉଥିବାରୁ ଲୋକଙ୍କ ଜୀବନ ମଧ୍ୟ ଯାଉଛି। 

Elephant
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe