Advertisment

ଦେଢ ବର୍ଷର ଶିଶୁକୁ ଦୁଷ୍କର୍ମ କରି ଫେରାର ଥିଲା ଅଭିଯୁକ୍ତ, ପୁଲିସ୍‌ କଲା ଏନକାଉଣ୍ଟର

ଅଭିଯୁକ୍ତକୁ ଟ୍ରାପ୍‌ କରି ଜଙ୍ଗଲରେ ପଶି ପୁଲିସ୍ ତାକୁ ଏନକାଉଣ୍ଟର କରିଛି। ଅଭିଯୁକ୍ତର ଗୋଡ଼ରେ ଗୁଳି ବାଜିଥିବା ବେଳେ ପୁଲିସ୍‌ ତାକୁ ଗିରଫ କରି ମେଡିକାଲରେ ଭର୍ତ୍ତି କରିଛି।

Rape Accused

Rape Accused

Advertisment

ଦେଢ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରି ଫେରାର ହୋଇ ଯାଇଥିବା ଅଭିଯୁକ୍ତ ବିରୋଧରେ ପୁଲିସ୍‌ ଗ୍ରହଣ କରିଛି କଡ଼ା କାର୍ଯ୍ୟାନୁଷ୍ଠାନ । ଅଭିଯୁକ୍ତକୁ ଟ୍ରାପ୍‌ କରି ଜଙ୍ଗଲରେ ପଶି ପୁଲିସ୍ ତାକୁ ଏନକାଉଣ୍ଟର କରିଛି। ଅଭିଯୁକ୍ତର ଗୋଡ଼ରେ ଗୁଳି ବାଜିଥିବା ବେଳେ ପୁଲିସ୍‌ ତାକୁ ଗିରଫ କରି ମେଡିକାଲରେ ଭର୍ତ୍ତି କରିଛି।

Advertisment

ଏପରି ଏକ ଘଟଣା ଉତ୍ତରପ୍ରଦେଶର ନୋଏଡାରେ ଘଟିଛି। ଗିରଫ ଅଭିଯୁକ୍ତଜଣକ ହେଲେ ୨୦ ବର୍ଷୀୟ ଉଦୟବୀର। ଉଦୟବୀର ଜଣେ ଦେଢ ବର୍ଷର ଶିଶୁକୁ ଦୁଷ୍କର୍ମ କରି ଫେରାର ହୋଇ ଯାଇଥିଲେ। ପୀଡ଼ିତଙ୍କ ପରିବାରବର୍ଗଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜିବାକୁ ଆରମ୍ଭ କଲା। ଏଥିନିମନ୍ତେ ବହୁ ଟିମ୍‌ ଗଠିତ ହୋଇଥିବା ବେଳେ ଉଦୟବୀର ଜଙ୍ଗଲରେ ଥିବା ଟ୍ରାକିଂରୁ ଜଣାପଡ଼ିଥିଲା।

ଏହାପରେ ପୁଲିସ୍‌ ପକ୍ଷରୁ ଯୋଜନା କରାଯାଇ ଜଙ୍ଗଲରେ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା। ପୁଲିସ୍‌କୁ ଆଖି ଆଗରେ ଦେଖି ଉଦୟବୀର ଗୁଳି ଚଳାଇଥିଲା। ଏହାର ପାଲଟା ଜବାବରେ ପୁଲିସ୍‌ ଫାୟାରିଂ କରିଥିବା ବେଳେ ତାହା ଉଦୟବୀରଙ୍କ ଗୋଡ଼ରେ ବାଜିଥିଲା।

Advertisment

ଏହାପରେ ପୁଲିସ୍‌ ଉଦୟବୀରଙ୍କୁ ଗିରଫ କରି ମେଡିକାଲରେ ଭର୍ତ୍ତି କରିଛି। ସେଠାରେ କଡ଼ା ସୁରକ୍ଷା ମଧ୍ୟରେ ତାଙ୍କ ଚିକିତ୍ସା ଚାଲିଛି।

Minor Raped Encounter Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe