Advertisment

ସ୍ୱାମୀଙ୍କୁ ରାକ୍ଷୀ ବାନ୍ଧିଲେ ନବବିବାହିତା, କହିଲେ- ତୁମେ ମୋ’ ଭାଇ

ନିଜ ପ୍ରଥମ ପ୍ରେମଙ୍କୁ ହିଁ ଜୀବନସାଥୀ କରିବାକୁ ନିଷ୍ପତ୍ତି ନେଇ ଘରୁ ଗୋଡ଼ କାଢ଼ିଲେ ଯୁବତୀ। ମାତ୍ର ପରିବାର ଲୋକେ ଏହାକୁ ବରଦାସ୍ତ କରି ପାରିଲେନି।

author-image
Niharika Rout
undefined

Bride

ନିଜ ପ୍ରଥମ ପ୍ରେମଙ୍କୁ ହିଁ ଜୀବନସାଥୀ କରିବାକୁ ନିଷ୍ପତ୍ତି ନେଇ ଘରୁ ଗୋଡ଼ କାଢ଼ିଲେ ଯୁବତୀ। ମାତ୍ର ପରିବାର ଲୋକେ ଏହାକୁ ବରଦାସ୍ତ କରି ପାରିଲେନି। ଜୋରଜବରଦସ୍ତି ଭାବେ ଝିଅକୁ ଉଠାଇ ଆଣି ଅନ୍ୟତ୍ର ବିବାହ କରାଇଲେ। ମାତ୍ର ପ୍ରଥମ ସ୍ୱାମୀଙ୍କୁ ଝୁରି ଦିନରାତି ଆଖିରୁ ଲୁହ ଗଡ଼ାଉଥିବା ମହିଳା ଶେଷରେ ନେଲେ ଅଜବ ନିଷ୍ପତ୍ତି। ନିଜ ଦ୍ୱିତୀୟ ପତିଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କୁ ଭାଇ ବୋଲି ସମ୍ବୋଧନ କରି ଛାଡ଼ି ଦେବାକୁ ନେହୁରା ହେଲେ। ଏପରି ଏକ ଅଜବ ଘଟଣା ରାଜସ୍ଥାନରେ ଘଟିଛି।

Advertisment

ରାଜସ୍ଥାନ ଯୋଧପୁରର ତରୁଣା ଶର୍ମା ନାମ୍ନୀ ଯୁବତୀ ପରିବାର ବିରୋଧରେ ଯାଇ ନିଜ ସ୍କୁଲ ବେଳର ସାଙ୍ଗ ସୁରେନ୍ଦ୍ର ଶଙ୍ଖେଲାଙ୍କୁ ପ୍ରଥମ ବିବାହ କରିଥିଲେ। ମାତ୍ର ସୁରେନ୍ଦ୍ର ଯୁବକଜଣକ ଅନ୍ୟ ଜାତିର ହୋଇଥିବାରୁ ପରିବାର ଲୋକେ ଏହାକୁ ତୀବ୍ର ବିରୋଧ କରିଥିଲେ। ଏପରିକି ବିବାହର ୧୦ ଦିନ ପରେ ସେମାନେ ଜୋର ଜବରଦସ୍ତି ଝିଅକୁ ଶ୍ୱଶୁର ଘରୁ ନିଜ ଘରକୁ ନେଇ ଆସିଥିଲେ।

ଏହାପରେ ପ୍ରାୟ ୫ ମାସ କାଳ ଝିଅକୁ ରାଜସ୍ଥାନ ଓ ଗୁଜରାଟର ବିଭିନ୍ନ ସ୍ଥାନରେ ନଜରବନ୍ଦୀ କରି ରଖିବା ସହ ତାଙ୍କର ସବୁ ଯୋଗାଯୋଗ ମାଧ୍ୟମ କାଟି ଦେଇଥିଲେ । ଫଳରେ ସେ ନିଜ ପ୍ରଥମ ସ୍ୱାମୀଙ୍କ ସହ ଯୋଗାଯୋଗ କରି ପାରି ନ ଥିଲେ।

Advertisment

ଇତି ମଦ୍ୟରେ ପରିବାର ଲୋକେ ତରୁଣାଙ୍କର ଛତିଶଗଡ଼ର ଜଣେ ଯୁବକ ଜୀତେନ୍ଦ୍ର ଯୋଶୀଙ୍କ ସହ ଦ୍ୱିତୀୟ ବିବାହ କରାଇ ଦେଲେ। ଜୀତେନ୍ଦ୍ର ବିବାହ ପରେ ତାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ତରୁଣା।

କିଛି ଦିନ ପୂର୍ବେ ଅସୁସ୍ଥତା ହେତୁ ରାୟପୁରର ଏକ ହସ୍ପିଟାଲ ଯାଇଥିବା ତରୁଣା ଜଣେ ବ୍ୟକ୍ତିଙ୍କ ଫୋନ୍‌ ଆଣି ନିଜ ପ୍ରଥମ ସ୍ୱାମୀଙ୍କୁ ଯୋଗାଯୋଗ କରିଥିଲେ। ଏପରିକି ସେ ନିଜ ଦୁଃଖଭରା କାହାଣୀ ଟ୍ୱିଟରରେ ପୋଷ୍ଟ କରିଥିବା ବେଳେ ଏହା ଖୁବ୍‌ ଭାଇରାଲ ହେବାକୁ ବି ଲାଗିଲା। ବଲିଉଡ ଆକ୍ଟର ସୋନୁ ସୁଦ ମଧ୍ୟ ତରୁଣାଙ୍କ ଷ୍ଟୋରିକୁ ଟ୍ୟାଗ୍‌ କଲେ।

ଇତି ମଧ୍ୟରେ ନିଜ ପ୍ରଥମ ସ୍ୱାମୀଙ୍କ ପାଖକୁ ଫେରିବାକୁ କାକୁତିମିନତି ହେଉଥିବା ତରୁଣା ଶେଷରେ ନିଜ ଦ୍ୱିତୀୟ ପତିଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି। ମାତ୍ର ଏହାକୁ ମାନିବାକୁ ଜୀତେନ୍ଦ୍ର ଯୋଶୀ ରାଜି ନୁହନ୍ତି।

ଏପରିକି ତରୁଣାଙ୍କର ବିବାହ ନିମନ୍ତେ ଇଚ୍ଛା ନ ଥିଲେ ସେ ପ୍ରଥମରୁ ମନା କରି ପାରିଥାନ୍ତେ । ମୁଁ କେବେ ବି ବାଧ୍ୟ କରି ବିବାହ କରିନି। ତାଙ୍କ ପରିବାର ଲୋକେ ମୋ’ ସହ ଯୋଗାଯୋଗ କରି ଏହି ବିବାହ ପ୍ରସ୍ତାବ ଦେଇଥିଲେ। ତରୁଣାଙ୍କ ପ୍ରଥମ ବିବାହ ସମ୍ପର୍କରେ କିଛି ଜାଣି ନ ଥିବା କହିଛନ୍ତି ଜିତେନ୍ଦ୍ର ।

Rajasthan Marriage Remarriage