Advertisment

ବର ଟଙ୍କା ଗଣି ନ ପାରିବାରୁ ବେଦୀ ଉପରେ ବାହାଘର ଭାଙ୍ଗିଦେଲେ କନିଆଁ

ବରଣମାଳା ପଡ଼ି ସାରିଥିଲେ ବି ବାହା ହେବାକୁ ମନା କରିବାରୁ ଖାଲି ହାତରେ ଫେରିଯାଇଛି ବର।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ବେଦୀ ଉପରେ ବରକୁ ଖାଲି ହାତରେ ଫେରାଇ ଦେଲେ କନିଆଁ। ବରଣମାଳା ପଡ଼ି ସାରିଥିଲା। କିନ୍ତୁ ବିବାହ କରିବେ ନାହିଁ ବୋଲି ରୋକ୍ ଠୋକ୍ ମନା କରିବାରୁ ଶେଷରେ ବରକୁ 'ଶିଶୁପାଳ' ହୋଇ ଫେରିବାକୁ ପଡ଼ିଛି। ଏପରି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ଔରିୟାରେ। 

Advertisment

ସୂଚନା ଅନୁସାରେ, ଔରିୟା ଜିଲ୍ଲୀର ବିଧୁନା ଅଞ୍ଚଳର ଜଣେ ଯୁବତୀଙ୍କର ନିକଟସ୍ଥ ରାମପୁର ଗାଁରେ ଜଣେ ଯୁବକଙ୍କ ସହ ବାହାଘର ଠିକ୍ ହୋଇଥିଲା। ପୂର୍ବ ପ୍ରସ୍ତୁତି ଅନୁସାରେ, ବର ଯାଇ କନିଆଁ ଘରେ ପହଞ୍ଚି ଥିଲେ। ବନ୍ଧୁ-ବାନ୍ଧବ, ସାହି-ପଡ଼ିଶାଙ୍କ ଉପସ୍ଥିତିରେ ବାହାଘର ଚାଲିଥିଲା। କିନ୍ତୁ ହଠାତ୍ ବାହା ହେବାକୁ ମନା କରିଦେଇଥିଲେ କନିଆଁ।

କୁହାଯାଉଛି ଯେ, ବର ଟଙ୍କା ଗଣିନପାରିବାରୁ କନିଆଁ ତାଙ୍କୁ ବାହା ହେବାକୁ ମନାକରି ଦେଇଛନ୍ତି। ଆହୁରି ମଧ୍ୟ ଅଭିଯୋଗ ହୋଇଛି ଯେ, ବର ୨୦ ଟଙ୍କିଆ ନୋଟ୍ ମଧ୍ୟ ଚିହ୍ନି ପାରିନଥିଲେ। ଫଳରେ ବର ପାଠ ପଢିନଥିବା କିମ୍ବା ଅନ୍ୟାନ୍ୟ କିଛି ସମସ୍ୟା ସନ୍ଦେହ କରି ବେଦୀ ଉପରୁ ଫେରାଇ ଦେଇଛନ୍ତି କନିଆଁ।

Advertisment

ପରିବାର ଲୋକ ଯେତେ ବୁଝାସୁଝା କରିଥିଲେ ମଧ୍ୟ କିନିଆଁ ମାନିନଥିଲେ। ଏହା ପରେ ଝିଅ ଏବଂ ପୁଅ ଘର ପକ୍ଷରୁ ଏକ ସଭା ଅନୁଷ୍ଠିତ ହୋଇଥିଲା। କନିଆଁକୁ ମନାଇବା ପାଇଁ ବହୁ ଚେଷ୍ଟା କରାଯାଇଥିଲା। କିନ୍ତୁ ସେ ଉକ୍ତ ବରକୁ ବିବାହ କରିପାରିବେ ନାହିଁ ବୋଲି ସିଧା ସିଧା ମନା କରିଦେଇଥିଲେ। ଫଳରେ ବର ପକ୍ଷ ଖାଲି ହାତରେ ଫେରି ଯାଇଛନ୍ତି।   

କନିଆଁର ଭାଇ କହିଛନ୍ତି ଯେ, ବରକୁ ଟଙ୍କା ଗଣିବାକୁ କୁହାଯିବାରୁ ଗଣିପାରିନଥିଲେ। ଏପରିକି ୧୦୦ ଟଙ୍କା ମଧ୍ୟ ଗଣିପାରି ନଥିଲେ କି ୨୦ ଟଙ୍କିଆ ନୋଟ୍ କେଉଁଟା ଚିହ୍ନିପାରି ନଥିଲେ। ଏଥିପାଇଁ ଆମର ତାଙ୍କ ଉପରେ ସନ୍ଦେହ ହୋଇଥିଲା। 

କନିଆଁଙ୍କ ମାଆ ଝିଅର ନିଷ୍ପତ୍ତିକୁ ସହମତି ଜଣାଇଛନ୍ତି। ସେ କହିଛନ୍ତି, ଝିଅ ସଠିକ୍ ନିଷ୍ପତ୍ତି ନେଇଛି, ନଚେତ୍ ବିବାହ ପରେ କ'ଣ ହୋଇଥାନ୍ତା? ଝିଅର ଜୀବନ ନଷ୍ଟ ହେବାରୁ ରକ୍ଷା ପାଇଯାଇଛି। 

UP Marriage News Bride Groom