Advertisment

ଘାରିଲା HMPV ଭାଇରସ୍‌ ଚିନ୍ତା, ଦେଶରେ ଦିନକରେ ୬ ଆକ୍ରାନ୍ତ ଚିହ୍ନଟ

ବେଙ୍ଗାଳୁରୁରେ ୨ ଶିଶୁ, ଚେନ୍ନାଇରେ ୨ ଏବଂ ଅହମ୍ମଦାବାଦରେ ଜଣେ ୨ ମାସର ଶିଶୁ HMPV ରେ ଆକ୍ରାନ୍ତ ହୋଇଛନ୍ତି। କୋଲକାତାରେ ମଧ୍ୟ ୬ ମାସର ଶିଶୁ ଶରୀରରେ HMPV ଚିହ୍ନଟ ହୋଇଛି।

author-image
Madhupriya Mistry
HMPV Virus

HMPV Virus

ପୁଣି ଦେଶକୁ ଘାରିଲା ଭାଇରସ୍ ଚିନ୍ତା। ଭାରତର ୪ ରାଜ୍ୟରେ ଦିନକରେ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପରେ ପୁଣି ଆଗକୁ ଲକଡାଉନ୍ ଲାଗୁ ହେବ କି ବୋଲି ବଢ଼ିଛି ଆଶଙ୍କା। ସୋସିଆଲ ମିଡିଆରେ ହାଶଟ୍ୟାଗ୍ ଲକଡାଉନ୍ ଟ୍ରେଣ୍ଡ୍ କରୁଛି।

Advertisment

ବେଙ୍ଗାଳୁରୁରେ ୨ ଶିଶୁ, ଚେନ୍ନାଇରେ ୨ ଏବଂ ଅହମ୍ମଦାବାଦରେ ଜଣେ ୨ ମାସର ଶିଶୁ HMPV ରେ ଆକ୍ରାନ୍ତ ହୋଇଛନ୍ତି। କୋଲକାତାରେ ମଧ୍ୟ ୬ ମାସର ଶିଶୁ ଶରୀରରେ HMPV ଚିହ୍ନଟ ହୋଇଛି। ଦେଶରେ HMPV ଆକ୍ରାନ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି।

ବଡ଼ କଥା ହେଉଛି ଯେ, କୌଣସି ଆକ୍ରାନ୍ତଙ୍କର ଟ୍ରାଭେଲ ହିଷ୍ଟ୍ରି ନାହିଁ। ଏହି ଭୂତାଣୁରେ ଅଧିକ ଶିଶୁ ଆକ୍ରାନ୍ତ ହେଉଥିବାରୁ ଚିନ୍ତା ବଢ଼ିଛି। କର୍ଣ୍ଣାଟକ ଓ ମହାରାଷ୍ଟ୍ର ସରକାର ଏଥିପାଇଁ ଗାଇଡଲାଇନ୍ ଜାରି କରିସାରିଛନ୍ତି। କର୍ଣ୍ଣାଟକ ସରକାର ଲୋକଙ୍କ ମାସ୍କ ପିନ୍ଧିବା ପାଇଁ ଅପିଲ୍ କରିଥିବା ବେଳେ, ଗହଳି ସ୍ଥାନକୁ ନଯିବା ପାଇଁ ମହାରାଷ୍ଟ୍ରରେ କଟକଣା ଲାଗିଛି।

Advertisment

ସେପଟେ HMPVକୁ ନେଇ ଭୟଭୀତ ନ ହେବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ପରାମର୍ଶ ଦେଇଛନ୍ତି। HMPV ନୂଆ ଭୂତାଣୁ ନୁହେଁ, ୨୦୦୧ରେ ପ୍ରଥମେ ଚିହ୍ନଟ ହୋଇଥିଲା। ସ୍ଥିତି ଉପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ICMR, NCDC ତୀକ୍ଷ୍ଣ ନଜର ରଖିଛି ବୋଲି କହିଛନ୍ତି ଜେପି ନଡ୍ଡା।

Maharashtra Govt Jp Nadda Kolkata HMPV Virus