Manish Sisodia and Kumar Biswas
ଆସିଲା ଦିଲ୍ଲୀ ନିର୍ବାଚନ ଫଳାଫଳ। ହାରିଲା ଆପ୍। ଜିତିଲା ବିଜେପି। ବିଜେପି ଗତ ଥର ଅପେକ୍ଷା ଅଧିକ ୪୦ଟି ଆସନ ପାଇଥିବା ବେଳେ ଆପ୍ ହରାଇଛି ୪୦ଟି ଆସନ। ଅରବିନ୍ଦ୍ର କେଜ୍ରିୱାଲ, ମନୀଷ ସିସୋଦିଆ, ସୋମନାଥ ଭାରତୀ ଓ ସୌରଭ ଭରଦ୍ୱାଜଙ୍କ ଭଳି ବଡ଼ ବଡ଼ ଆପ୍ ନେତା ହାରିଯାଇଛନ୍ତି। ଆଉ ଏଭଳି ଫଳାଫଳ ଆସିବା ପରେ ପୂର୍ବତନ ଆପ୍ ନେତା ତଥା ଜଣାଶୁଣା କବି କୁମାର ବିଶ୍ୱାସ ତାଙ୍କ ଷ୍ଟାଇଲରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ସମାଲୋଚନା କରିଛନ୍ତି।
କେଜ୍ରିୱାଲଙ୍କ ନାଁ ନନେଇ କୁମାର ବିଶ୍ୱାସ କହିଛନ୍ତି, ଯେଉଁ ବ୍ୟକ୍ତି ଆପ୍ର କର୍ମକର୍ତ୍ତାଙ୍କ ସ୍ୱପ୍ନକୁ ଧୂଳିସାତ କରି ଦେଲେ ତାଙ୍କ ପାଇଁ ମୋର ଆଦୌ ସହାନୁଭୂତି ନାହିଁ। ଦିଲ୍ଲୀ ବର୍ତ୍ତମାନ ତାଙ୍କଠାରୁ ମୁକ୍ତ। ସେ ସେହି ସବୁ ସ୍ୱପ୍ନ (ଆପ୍ କର୍ମକର୍ତ୍ତାଙ୍କ ସ୍ୱପ୍ନ)କୁ ନିଜ ବ୍ୟକ୍ତିଗତ ଲକ୍ଷ୍ୟ ହାସଲ ନିମନ୍ତେ ବ୍ୟବହାର କରିଥିଲେ। ଆଜି ନ୍ୟାୟ ମିଳିଛି।
କେଜ୍ରିୱାଲଙ୍କ ପରେ ଆପ୍ର ଅନ୍ୟତମ ପ୍ରମୁଖ ନେତା ମନୀଷ ସିସୋଦିଆଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ତାଙ୍କୁ କଟାକ୍ଷ କରି କୁମାର ବିଶ୍ୱାସ କହିଛନ୍ତି, ଆମେ ଯେତେବେଳେ ଖବର ପାଇଲୁ ଯେ ମନୀଷ ସିସୋଦିଆ ଜଙ୍ଗପୁରା ଆସନରେ ହାରି ଯାଇଛନ୍ତି, ରାଜନୀତିଠାରୁ ବହୁ ଦୂରରେ ଥିବା ମୋ ପତ୍ନୀ କାନ୍ଦି ପକାଇଥିଲେ।
ଉଭୟ କେଜ୍ରିୱାଲ ଓ ସିସୋଦିଆ ପରାସ୍ତ ହୋଇଛନ୍ତି। ନୂଆଦିଲ୍ଲୀ ଆସନରୁ ପ୍ରାର୍ଥୀ ହୋଇଥିବା ଅରବିନ୍ଦ କେଜ୍ରିୱାଲ ୨୫,୯୯୯ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଭେଶ ସାହିବ ସିଂହ ବର୍ମା ୩୦,୦୮୮ ଖଣ୍ଡ ଭୋଟ୍ ପାଇଛନ୍ତି। ଅର୍ଥାତ୍ କେଜ୍ରିୱାଲ ୪୦୮୯ ଖଣ୍ଡ ଭୋଟ୍ରେ ପରାସ୍ତ ହୋଇଛନ୍ତି। ସେହିପରି ଜଙ୍ଗପୁରା ଆସନରେ ପ୍ରାର୍ଥୀ ହୋଇଥିବା ମନୀଷ ସିସୋଦିଆ ୩୮,୧୮୪ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ତରଭିନ୍ଦର ସିଂହ ମରୱା ୩୮,୮୫୯ ଖଣ୍ଡ ଭୋଟ୍ ପାଇଛନ୍ତି। ମନୀଷ ୬୭୫ ଖଣ୍ଡ ଭୋଟ୍ରେ ତରଭିନ୍ଦରଙ୍କଠାରୁ ପରାସ୍ତ ହୋଇଛନ୍ତି।
ସୂଚନାଯୋଗ୍ୟ, କୁମାର ବିଶ୍ୱାସ ଆପ୍ରେ ଥିଲେ। ସେ ୨୦୧୮ରେ ଦଳ ଛାଡ଼ିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1739018250.jpg)