/odisha-reporter/media/media_files/2026/02/01/budget1-2026-02-01-14-27-59.jpg)
ପ୍ରତରକ୍ଷା ବଜେଟ
ପ୍ରତିରକ୍ଷା ବିଭାଗ ବଜେଟରେ ବଡ଼ଧରଣର ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ପ୍ରତିରକ୍ଷା ବିଭାଗ ପାଇଁ ବଜେଟରେ ମୋଟ ୭.୮୫ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ପୂର୍ବବର୍ଷ ବଜେଟରେ ପ୍ରତିରକ୍ଷା ବିଭାଗକୁ ୬.୮୧ ଲକ୍ଷ କୋଟି ଟଙ୍କା ମିଳିଥିଲା। ଅର୍ଥାତ ପ୍ରତିରକ୍ଷା ବଜେଟରେ ୧୫% ବୃଦ୍ଧି କରାଯାଇଛି।
ପାକିସ୍ତାନ ଓ ଚାଇନା ପଟୁ ସମ୍ଭାବ୍ୟ ବିପଦ ରହୁଥିବା ବେଳେ କେନ୍ଦ୍ର ସରକାର ନିୟମିତ ଭାବେ ସାମାରିକ ପ୍ରସ୍ତୁତି ଓ ଅତ୍ୟାଧୁନିକ ପ୍ରତି ଯତ୍ନବାନ ରହିଥିବା ଏହି ବଜେଟ ବ୍ୟୟବରାଦରୁ ସ୍ପଷ୍ଟ ହୋଇଛି। ସବୁଠାରୁ କୌତୁହଳର ବିଷୟ ହେଲା ଯେ ନିଜର ୧ ଘଣ୍ଟା ୨୫ ମିନିଟର ବଜେଟ ଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିରକ୍ଷା ବିଭାଗ ସହ ଜଡ଼ିତ କୌଣସି ନିର୍ଦ୍ଦିଷ୍ଟ ନୀତି ସମ୍ପର୍କରେ କହି ନଥିଲେ। କିନ୍ତୁ ବେଶ ସତର୍କତାର ସହ ପ୍ରତିରକ୍ଷାକୁ ଅଧିକ ମଜବୁତ କରିବା ପାଇଁ ବଜେଟରେ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି।
ଏହି ବ୍ୟୟବରାଦର ସବୁଠାରୁ ପ୍ରମୁଖ ଅଂଶ ହେଉଛି ପ୍ରତିରକ୍ଷା ପୁଞ୍ଜିତଗତ ଖର୍ଚ୍ଚରେ ବୃଦ୍ଧି। ପୁଞ୍ଜିଗତ ଖର୍ଚ୍ଚକୁ ୨୮% ବୃଦ୍ଧି କରି ୨.୩୧ ଲକ୍ଷ କୋଟି ଟଙ୍କା କରାଯାଇଛି। ଗତବର୍ଷ ଏଥିପାଇଁ ୧.୮୦ ଲକ୍ଷ କୋଟିର ବ୍ୟବସ୍ଥା ହୋଇଥିଲା। ବର୍ଦ୍ଧିତ ପୁଞ୍ଜିଗତ ବ୍ୟୟ ଜରିଆରେ ସରକାର ଉନ୍ନତ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ଓ ଘରୋଇ ପ୍ରତିରକ୍ଷା ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ କେନ୍ଦ୍ରୀତ କରିଥିବା ସଙ୍କେତ ଦେଇଛନ୍ତି।
ପ୍ରତରକ୍ଷା ୟୁନିଟର ମରାମତି, ରକ୍ଷାଣବେକ୍ଷଣ ଓ ଏହା ସହ ଜଡ଼ିତ ସମସ୍ତ କଞ୍ଚାମାଲ ଆମଦାନୀ ଉପରେ ଲାଗୁ ହେଉଥିବା ମୂଳ ସୀମା ଶୁଳ୍କକୁ ମଧ୍ୟ ସରକାର ହଟାଇ ଦେଇଛନ୍ତି। ବିଗତ ବର୍ଷ ଗୁଡ଼ିକରେ ମଧ୍ୟ ଭାରତର ପ୍ରତିରକ୍ଷା ବଜେଟକୁ ବୃଦ୍ଧି କରାଯାଇଥିଲା। କିନ୍ତୁ ଜିଡିପି ତୁଳନାରେ ପ୍ରତିରକ୍ଷା ଖର୍ଚ୍ଚ ବର୍ଷ ବର୍ଷ ଧରି ତଳମୁହାଁ ରହିଥିଲା। ସରକାରୀ ତଥ୍ୟ ଅନୁସାରେ, ୨୦୧୫-୧୬ରେ ପ୍ରତିରକ୍ଷା ଖର୍ଚ୍ଚ ୨.୯୪ ଲକ୍ଷ କୋଟି ରହିଥିବା ବେଳେ ୨୦୨୫-୨୬ରେ ଏହା ୭.୮୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।
ପ୍ରତିରକ୍ଷା ପୁଞ୍ଜିଗତ ଖର୍ଚ୍ଚ, ଯାହା ଅତ୍ୟାଧୁନିକ ପାଇଁ ବ୍ୟବହାର ହୋଇଥାଏ, ତାହା ମଧ୍ୟ ୨୦୧୫-୧୬ରେ ୮୩,୬୧୪ କୋଟି ଥିବା ବେଳେ ୨୦୨୫-୨୬ରେ ୨.୩୧ ଲକ୍ଷ କୋଟିରେ ପହଞ୍ଚିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରତିରକ୍ଷା ଉତ୍ପାଦନ ବଜେଟ ୧.୫୪ କୋଟି ଛୁଇଁଥିଲା। ଆଭ୍ୟନ୍ତରୀଣ ଆଉଟପୁଟ ୨୦୨୩-୨୪ରେ ରେକର୍ଡ ୧.୨୭ କୋଟିରେ ପହଞ୍ଚିଥିଲା। ଏହା ୨୦୧୪-୧୫ରେ ଥିବା ୪୬,୪୨୯ କୋଟି ତୁଳନାରେ ୧୭୪% ଅଧିକ।
Defence Ministry allocated a budget of Rs 7.8 lakh crore for the year 2026-27. Defence forces to get Rs 2.19 lakh crore for modernisation.
— ANI (@ANI) February 1, 2026
The Defence Ministry has major projects in the pipeline, like the contracts for Rafale fighter jets, submarines and unmanned aerial… pic.twitter.com/dT5pn1cpsr
ପ୍ରତିରକ୍ଷା ରପ୍ତାନୀ ମଧ୍ୟ ୨୦୨୪-୨୫ରେ ସର୍ବକାଳୀନ ରେକର୍ଡରେ ୨୩,୬୦୦ କୋଟି ରହିଥିଲା। ଏହା ମଧ୍ୟରେ ପ୍ରମୁଖ ବ୍ରହ୍ମୋସ ସୁପରସୋନିକ ମିସାଇ, ଆକାଶ ସାମ ସିଷ୍ଟମ ଓ ପିନାକ ମଲ୍ଟି ବାରେଲ ଲଞ୍ଚର୍ସ ରହିଛି। ଏହାକୁ ଫ୍ରାନ୍ସ ଓ ଆର୍ମେନିଆକୁ ପଠାଯାଇଛି।
ବଜେଟରେ ଥିବା ବ୍ୟବସ୍ଥା ଅନୁଯାୟୀ, ଭାରତୀୟ ପ୍ରତିରକ୍ଷା ବିଭାଗକୁ ଅତ୍ୟାଧୁନିକ କରିବା ପାଇଁ ୨.୧୯ ଲକ୍ଷ କୋଟି ଦିଆଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପୁଞ୍ଜିଗତ ବ୍ୟୟ ୧.୮ ଲକ୍ଷ କୋଟି। ଏୟାରକ୍ରାଫ୍ଟ ଓ ଏରୋ ଇଞ୍ଜିନ ପାଇଁ ୬୩,୭୩୩ କୋଟିର କାପେକ୍ସ ବ୍ୟବସ୍ଥା ହୋଇଛି। ପେନସନ ପାଇଁ ୧.୭୧ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ଏପରି ଭାବେ ପ୍ରତିରକ୍ଷା ବିଭାଗ ପାଇଁ ବଜେଟରେ ମୋଟ ୭.୮୫ ଲକ୍ଷ କୋଟିର ବ୍ୟୟବରାଦ ହୋଇଛି। ଏହା ଜିଡିପିର ୧୧%।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
