Advertisment

ବିପକ୍ଷ ଆପଣଙ୍କ ଇସ୍ତଫା ମାଗୁଛନ୍ତି, ପ୍ରଶ୍ନର ଏପରି ଉତ୍ତର ଦେଲେ ରେଳ ମନ୍ତ୍ରୀ

ଏପରି ଏକ ଛାତିଥରା ଦୁର୍ଘଟଣା ପାଇଁ ବିରୋଧୀ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରୁଥିବା ବେଳେ ଏହାର ଜବାବ ରଖିଛନ୍ତି ରେଳ ମନ୍ତ୍ରୀ।

Railway Minister

Railway Minister

Advertisment

ବାଲେଶ୍ୱରରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣାରେ ଅକାଳରେ ୩ ଶହ ପାଖାପାଖି ଜୀବନ ଚାଲି ଯାଇଥିବା ବେଳେ ବହୁ ଘର ଉଜୁଡ଼ି ଯାଇଛି। କିଏ ନିଜ ପୁଅକୁ ହରାଇଛି ତ କିଏ ନିଜ ବାପାମା’ଙ୍କୁ ହରାଇଛି। ନିଜ ଆତ୍ମୀୟଙ୍କ ମୃତଦେହ ଦେଖି ଲୋକଙ୍କ ଆକୁଳ ଚିତ୍କାରରେ ଦୁର୍ଘଟଣା ସ୍ଥଳ ଫାଟି ପଡ଼ୁଛି। ଏପରି ଏକ ଛାତିଥରା ଦୁର୍ଘଟଣା ପାଇଁ ବିରୋଧୀ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରୁଥିବା ବେଳେ ଏହାର ଜବାବ ରଖିଛନ୍ତି ରେଳ ମନ୍ତ୍ରୀ

Advertisment

ଆଜି ସକାଳୁ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିବା ରେଳ ମନ୍ତ୍ରୀ ସେଠାରେ ଘଟଣାର ସମୀକ୍ଷା କରିଛନ୍ତି। ଏହି ଅବସରରେ ସାମ୍ବାଦିକମାନେ ତାଙ୍କୁ ଇସ୍ତଫା ଦେବା ସମ୍ପର୍କରେ ପଚାରିବାରୁ ଏହା ଏପରି ଏକ ଘଟଣା ଘଟିଛି ଯେଉଁଥିପାଇଁ ପ୍ରଥମ ମାନବୀୟ ସମ୍ବେଦନଶୀଳତା ଆବଶ୍ୟକ । ସର୍ବପ୍ରଥମ ଫୋକସ୍‌ ରେସକ୍ୟୁ ଓ ରିଲିଫ ଉପରେ ରହିଥିବା ସେ କହିଛନ୍ତି ।

ଏହି ଘଟଣା ପଛରେ କିଛି ମାନବୀୟ ତ୍ରୁଟି ଅଛି କି ପଚରାଯିବାରୁ ପୂରା ମାମଲାର ଯାଞ୍ଚ ପାଇଁ ଏକ କମିଟି ଗଠିତ ହୋଇଥିବା ସେ କହିଛନ୍ତି। ଯାଞ୍ଚ ପରେ ହିଁ ସମ୍ପୂର୍ଣ୍ଣ ଘଟଣା ଉପରୁ ପରଦା ହଟି ପାରିବ ବୋଲି ସେ କହିଛନ୍ତି। ଏଥିସହ ରେଳ ସୁରକ୍ଷା କମିଶନ ବି ଏହି ଘଟଣାର ତଦନ୍ତ କରୁଥିବା ସେ କହିଛନ୍ତି।

Advertisment

ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟା ୬.୫୦ରୁ ୭.୧୦ ମଧ୍ୟରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବାହାନଗାଠାରେ ୩ଟି ଟ୍ରେନ ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ଏକାଧିକ ବଗି ଲାଇନଚ୍ୟୁତ ହୋଇ ହୋଇଯାଇଥିଲା। ଯାତ୍ରୀବାହୀ ଟ୍ରେନ କରମଣ୍ଡଳ ଶାଲିମାର ଏକ୍ସପ୍ରେସ ଗୋଟିଏ ମାଲବାହୀ ଟ୍ରେନକୁ ଧକ୍କା ଦେବା ପରେ ଲାଇନଚ୍ୟୁତ ହୋଇଥିଲା। ବଗିଗୁଡ଼ିକ ଓଲଟି ପଡ଼ିଥିବା ବେଳେ ଯଶବନ୍ତପୁର-ହାୱାଡା ସୁପରଫାଷ୍ଟ ଏହାକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁଇଟି ଯାକ ଟ୍ରେନର ୧୭ଟି ବଗି ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ପ୍ରାୟ ୩ଶହ ପାଖାପାଖି ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଶହରୁ ଉର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। 

ଏହି ମର୍ମନ୍ତୁଦ ଦୁର୍ଘଟଣା ପାଇଁ  ଟିଏମସି, ସିପିଆଇ, ସିପିଆଇ(ଏମ୍‌ଏଲ୍‌), ଏନସିପି ପ୍ରମୁଖ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଦାୟୀ କରି  ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଉଚିତ ବୋଲି କହିଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ଉତ୍ତର ରଖାଯାଇନି। 

PM Modi Train Accident Railway Minister TrainMishapInOdisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe