Advertisment

ହନୁମାନ ଜୟନ୍ତୀ ପାଇଁ ମମତାଙ୍କୁ ସତର୍କ କରାଇଲେ ହାଇକୋର୍ଟ

ଆଗକୁ ହନୁମାନ ଜୟନ୍ତୀ ଆସୁଥିବା ବେଳେ ପୂର୍ବଭଳି ଯେମିତି ଅପ୍ରୀତିକର ପରିସ୍ଥିତି ନଉପୁଜେ ସେଥିପାଇଁ ସାବଧାନ କରି ଦେଇଛନ୍ତି ଅଦାଲତ।

Mamata Banarjee

Mamata Banarjee

Advertisment

ରାମ ନବମୀ ଅବସରରେ ବେଙ୍ଗଲରେ ଗୋଷ୍ଠୀ ସଂଘର୍ଷ ଘଟି ହିଂସା ଉପୁଜିବା ପରେ କଲିକତା ହାଇକୋର୍ଟ ସତର୍କ କରାଦେଇଛନ୍ତି। ଆଗକୁ ହନୁମାନ ଜୟନ୍ତୀ ଆସୁଥିବା ବେଳେ ପୂର୍ବଭଳି ଯେମିତି ଅପ୍ରୀତିକର ପରିସ୍ଥିତି ନଉପୁଜେ ସେଥିପାଇଁ ସାବଧାନ କରି ଦେଇଛନ୍ତି ଅଦାଲତ। ଏଥିପାଇଁ ଆବଶ୍ୟକ ହେଲେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ନିକଟରେ ଆବେଦନ ପାଇଁ ପରାମର୍ଶ ଦେଇଛନ୍ତି।

Advertisment

ଏଥିସହ ଯେଉଁ ଜାଗାରେ ସେକ୍ସନ ୧୪୪ ଲାଗୁ ହୋଇଛି ସେ ସବୁ ସ୍ଥାନରେ ଶୋଭାଯାତ୍ରା ପାଇଁ ଅନୁମତି ନଦେବାକୁ କୋର୍ଟ କହିଛନ୍ତି। ନିକଟରେ ଶିବପୁର ଏବଂ ରିସ୍ରରେ ଘଟିଥିବା ହିଂସା ସମ୍ପର୍କିତ ଏକ ରିପୋର୍ଟ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ସରକାର ହାଇକୋର୍ଟରେ ଦାଖଲ କରିଛନ୍ତି। ଏଥିସହ ଆଗାମୀ ହନୁମାନ ଜୟନ୍ତୀକୁ ଦୃଷ୍ଟିରେ ରଖି ରାଜ୍ୟରେ ଶାନ୍ତି ରକ୍ଷା ପାଇଁ ସେ କେଉଁ ପଦକ୍ଷେପ ନେଇଛନ୍ତି ତାହା କୋର୍ଟଙ୍କୁ କହିଛନ୍ତି। ରାମନବମୀ ରାଲିବେଳେ ହୁଗୁଳି ଓ ହାଉଡ଼ାରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଢେଲାମାଡ଼, ବ୍ୟାପକ ଭଙ୍ଗାରୁଜା ଓ ଜଳାପୋଡ଼ା ହୋଇଥିଲା। କେନ୍ଦ୍ର ଗୃହ ମନ୍ତ୍ରାଳୟ ବେଙ୍ଗଲ ରାମନବମୀ ହିଂସାକୁ ନେଇ ରିପୋର୍ଟ ତଲବ କରିଛି। କଲିକତା ହାଇକୋର୍ଟ ମଧ୍ୟ ରିପୋର୍ଟ ତଲବ କରିଥିଲେ।

ରାମନବମୀ ହିଂସାକୁ ନେଇ ବଙ୍ଗ ରାଜନୀତି ସରଗରମ। ପରସ୍ପରକୁ ଦାୟୀ କରୁଛନ୍ତି ବିଜେପି ଓ ଟିଏମସି। ଆଜି ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି ବିଜେପି। ଅନ୍ୟପଟେ ହୁଗୁଳିରେ ହିଂସକାଣ୍ଡ ଘଟିଥିବା ଅଞ୍ଚଳ ନିଜେ ପରିଦର୍ଶନ କରିଛନ୍ତି ରାଜ୍ୟପାଳ। ରାମନବମୀ ପରଠାରୁ ହିଂସାକାଣ୍ଡ ଲାଗି ରହିଛି। ଗତକାଲି ରାତିରେ ହୁଗୁଳିରେ ଆଉ ଏକ ହିଂସାକାଣ୍ଡ ଘଟିଥିଲା। ଆଜି ଟ୍ରେନ ସେବା ବାତିଲ କରିଦିଆଯାଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe