Advertisment

ବେଙ୍ଗଲ ବିଧାନସଭାରେ NEET ବିରୋଧରେ ପ୍ରସ୍ତାବ ପାରିତ, ପୂର୍ବ ପରୀକ୍ଷା ଢାଞ୍ଚା ଆଣିବାକୁ ଦାବି

ଗତକାଲି ତାମିଲନାଡ଼ୁ ବିଧାନସଭାରେ ମଧ୍ୟ ନିଟ୍ ବିରୁଦ୍ଧରେ ପ୍ରସ୍ତାବ ପାରିତ ହୋଇଥିଲା।

author-image
Debibandita Barick
ଅଦ୍ୟତନ ହୋଇଛି
WB Assembly

WB Assembly

NEET-UG ପରୀକ୍ଷା ବିବାଦ ମଧ୍ୟରେ ପଶ୍ଚିମବଙ୍ଗ ବିଧାନସଭାରେ ନିଟ୍ ବିରୁଦ୍ଧରେ ପ୍ରସ୍ତାବ ପାରିତ ହୋଇଛି। ଆଜି ବିଧାନସଭାରେ କେନ୍ଦ୍ର ଅଧୀନ ପରିବର୍ତ୍ତେ ପୂର୍ବ ନିୟମ ଆଧାରରେ ପରୀକ୍ଷା ପରିଚାଳନା ପାଇଁ ଦାବି ଉଠିଛି। ଏହା ପୂର୍ବରୁ ତାମିଲନାଡ଼ୁ ସରକାର ମଧ୍ୟ ସମାନ ଦାବି ଉଠାଇଥିଲେ।

Advertisment

ଗତକାଲି ତାମିଲନାଡ଼ୁ ବିଧାନସଭାରେ NEET ବିରୁଦ୍ଧରେ ପ୍ରସ୍ତାବ ପାରିତ ହୋଇଥିଲା। କେନ୍ଦ୍ର ଅଧୀନରେ ମେଡିକାଲ ପ୍ରବେଶିକା ପରୀକ୍ଷା କରା ନଯାଉ ବୋଲି ତାମିଲନାଡ଼ୁ ବିଧାନସଭାରେ ଦାବି କରାଯାଇଛି। 

ଆଜି ପଶ୍ଚିମବଙ୍ଗ ବିଧାନସଭାରେ ସମାନ ଭାବେ ଶାସକ ଟିଏମସି ପକ୍ଷରୁ NEET ବିରୁଦ୍ଧରେ ପ୍ରସ୍ତାବ ଆଗତ ହୋଇଛି। ରାଜ୍ୟ ଶିକ୍ଷା ମନ୍ତ୍ରୀ ବ୍ରାତ୍ୟ ବସୁ ଏହି ପ୍ରସ୍ତାବ ଆଗତ କରିଥିଲେ। ସେ କହିଥିଲେ, "NEET ପରୀକ୍ଷା ଦାୟିତ୍ୱ କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରାଯିବା ସଙ୍ଘୀୟ ବ୍ୟବସ୍ଥାକୁ କ୍ଷତି ପହଞ୍ଚାଇବା ଭଳି। ଆମେ ଆରମ୍ଭରୁ ଏହାକୁ ବିରୋଧ କରି ଆସିଛୁ।

Advertisment

ସେତେବେଳେ ଗୁଜରାଟରେ ମୁଖ୍ୟମନ୍ତ୍ରୀ ଥିବାବେଳେ ନରେନ୍ଦ୍ର ମୋଦି ମଧ୍ୟ ଏହାକୁ ବିରୋଧ କରିଥିଲେ। ସେ ମଧ୍ୟ NEET ପରୀକ୍ଷା ଆୟୋଜନ କେନ୍ଦ୍ର ଅଧୀନରେ ହେବା ଉଚିତ୍ ନୁହେଁ କହିଥିଲେ। ବର୍ତ୍ତମାନ ଆମେ ପୂର୍ବ ବ୍ୟବସ୍ଥାରେ NEET ପରୀକ୍ଷା ହେଉ ବୋଲି ଚାହୁଁଛୁ।"

ଏହାପରେ ବିଜେପି ପକ୍ଷରୁ ଶଙ୍କର ଘୋଷ ଟିଏମସିକୁ କଟାକ୍ଷ କରି କହିଥିଲେ, "ଯେଉଁ ଲୋକମାନେ ଏହି ପ୍ରକାର ପ୍ରସ୍ତାବକୁ ବିଧାନସଭାରେ ଉଠାଇଛନ୍ତି, ସେମାନଙ୍କ ବେକ ପର୍ଯ୍ୟନ୍ତ ଭ୍ରଷ୍ଟାଚାର ବୁଡ଼ି ରହିଛି। ତୃଣମୂଳ କଂଗ୍ରେସ ଏବଂ ପାରଦର୍ଶିତା ମଧ୍ୟରେ କୌଣସି ସମ୍ବନ୍ଧ ନାହିଁ।"

ପ୍ରକାଶ ଥାଉକି, ପ୍ରଶ୍ନପତ୍ର ଲିକ୍ ଓ ବ୍ୟାପକ ଅନିୟମିତତା ଦର୍ଶାଇ ପୁଣି ଥରେ ନିଟ୍ କରାଇବାକୁ ଦାବି ହୋଇଥିଲା। କିନ୍ତୁ ଗତକାଲି ସୁପ୍ରିମକୋର୍ଟ ଏହାକୁ ମନା କରି ଦେଇଛନ୍ତି। ବ୍ୟବସ୍ଥାଗତ ଭାବେ ଉଲ୍ଲଙ୍ଘନର ପ୍ରମାଣ ନାହିଁ, ତେଣୁ ପୁନଃ ନିଟ୍ ପରୀକ୍ଷାର ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। 

NEET UG Row WB Assembly Resolution Against NEET