Advertisment

ନିର୍ବାଚନୀ ବଣ୍ଡ ମାମଲା: ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲା SBI

ଏପ୍ରିଲ ୨୦୧୯ରୁ ୧୫ଫେବ୍ରୁଆରୀ ୨୦୨୪ ମଧ୍ୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ୨୨ ହଜାର ୨୧୭ ନିର୍ବାଚନୀ ବଣ୍ଡ ଜାରି କରିଛି। ସେଥିରୁ ୨୨ ହଜାର ୩୦ଟି ବଣ୍ଡ ରିଡିମ୍ ହୋଇଥିବା ସତ୍ୟପାଠରେ ସୂଚନା ଦେଇଛି SBI।

electoral-bonds case

electoral-bonds case

Advertisment

ସୁପ୍ରିମକୋର୍ଟଙ୍କ ତାଗିଦ ପରେ ନିର୍ବାଚନୀ ବଣ୍ଡର ସମସ୍ତ ତଥ୍ୟ ଗତକାଲି ନିର୍ବାଚନ କିମିଶନଙ୍କୁ ହସ୍ତାନ୍ତର କରିଛି ଏସ୍‌ବିଆଇ। ଏହି ନିର୍ବାଚନୀ ବଣ୍ଡ ମାମଲାରେ ଆଜି ସୁପ୍ରମକୋର୍ଟରେ ସତ୍ୟପାଠ ଦାଖଲ କରିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ।

Advertisment

ସତ୍ୟପାଠରେ ଦର୍ଶାଯାଇଥିବା ତଥ୍ୟ ଅନୁୟାୟୀ ଏପ୍ରିଲ ୨୦୧୯ରୁ ୧୫ଫେବ୍ରୁଆରୀ ୨୦୨୪ ମଧ୍ୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ୨୨ ହଜାର ୨୧୭ ନିର୍ବାଚନୀ ବଣ୍ଡ ଜାରି କରିଛି। ସେଥିରୁ ୨୨ ହଜାର ୩୦ଟି ବଣ୍ଡ ରିଡିମ୍ ହୋଇଥିବା ସତ୍ୟପାଠରେ ସୂଚନା ଦେଇଛି SBI। ତେବେ ବଳକା ୧୮୭ ବଣ୍ଡରେ ଥିବା ଟଙ୍କାକୁ ନିୟମ ଅନୁସାରେ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରେ ଜମା କରି ଦିଆଯାଇଛି।

୧ ଏପ୍ରିଲ ୨୦୧୯ରୁ ୧୧ ଏପ୍ରିଲ ୨୦୧୯ ମଧ୍ୟରେ ୩ ହଜାର ୩୪୬ ନିର୍ବାଚନୀ ବଣ୍ଡ ଜାରି ହୋଇଥିବା ବେଳେ ୧ ହଜାର ୬୦୯ ବଣ୍ଡ ରିଡିମ ହୋଇଛି ବୋଲି ସୁପ୍ରିମକୋର୍ଟଙ୍କୁ ଜଣାଇଛି ଭାରତୀୟ ଷ୍ଟେଟ ବ୍ୟାଙ୍କ।

Advertisment

ଏହି ସବୁ ତଥ୍ୟକୁ ଭାରତୀୟ ନିର୍ବାଚନ କମିଶନଙ୍କୁ ଏକ ପେନ ଡ୍ରାଇଭରେ ପ୍ରଦାନ କରାଯାଇଥିବା କୋର୍ଟଙ୍କୁ ଜଣାଇଛି ଷ୍ଟେଟ ବ୍ୟାଙ୍କ। ଏକ ବନ୍ଦ ଲଫାପା ଭିତରେ ପେନ୍‌ ଡ୍ରାଇଭ୍‌କୁ ରଖାଯାଇଛି। ଆଉ ପେନ୍‌ ଡ୍ରାଇଭ୍‌ ଭିତରେ ଦୁଇଟି ପିଡିଏଫ୍ ଫାଇଲ୍‌ ଫର୍ମାଟରେ ରହିଛି ସମସ୍ତ ଡାଟା। ଏହା ପାସୱାର୍ଡ ପ୍ରୋଟେକ୍ଟେଡ୍ ବୋଲି ସତ୍ୟପାଠରେ କହିଛି ଏସ୍‌ବିଆଇ।

ଏସବିଆଇ ସିଏମଡି ଦୀନେଶ ଖାରା ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ସେ କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରାଯାଇଛି। ନିର୍ବାଚନ ବଣ୍ଡ କ୍ରୟ ଏବଂ ବିକ୍ରୟ, ଏହାର କ୍ରେତାଙ୍କ ନାମ ସମେତ ସମସ୍ତ ଆନୁସଙ୍ଗିକ ସୂଚନା ସମ୍ବନ୍ଧରେ ଏସବିଆଇ ଏକ ରିପୋର୍ଟ ପ୍ରସ୍ତୁତ କରିଛି ଏବଂ ଏହା ଠିକ ସମୟରେ ନିର୍ବାଚନ କମିଶନଙ୍କୁ ପ୍ରଦାନ କରାଯାଇଛି।

କହିରଖୁ ଯେ, ସୁପ୍ରିମକୋର୍ଟ ଫେବୃଆରୀ ୧୫ ତାରିଖରେ ଏସବିଆଇକୁ ପ୍ରଥମେ ନିର୍ବାଚନ କମିଶନଙ୍କ ନିକଟରେ ମାର୍ଚ୍ଚ ୧୨ ସୁଦ୍ଧା ନିର୍ବାଚନୀ ବଣ୍ଡ ଦାଖଲ କରିବାକୁ କହିଥିଲେ। କିନ୍ତୁ ୨ ସପ୍ତାହ ପରେ ହଠାତ ଏସିବିଆଇ ସୁପ୍ରିମକୋର୍ଟରେ ଗୋଟିଏ ଆବେଦନ ଦାଖଲ କରିଥିଲା। ନିର୍ବାଚନ ଆୟୋଗଙ୍କ ନିକଟରେ ନିର୍ବାଚନ ବଣ୍ଡର ବିବରଣୀ ଦାଖଲ କରିବାକୁ ଏସବିଆଇ ଜୁନ୍ ୩୦ ପର୍ଯ୍ୟନ୍ତ ସମୟ ମାଗିଥିଲା। ବିଭିନ୍ନ ପ୍ରକାରର ଆଳ ଦେଖାଇ ସମୟ ମାଗିବାକୁ ଚେଷ୍ଟା କରିଥିଲା। କିନ୍ତୁ ସର୍ବୋଚ୍ଚ ଅଦାଲତ କିଛି ବି ଶୁଣି ନଥିଲେ। ସୋମବାର ଶୁଶାଣି ବେଳେ ଏସିବିଆଇକୁ ସୁପ୍ରିମକୋର୍ଟ ତାଗିଦ କରି ୨୪ ଘଣ୍ଟା ଅର୍ଥାତ ମଙ୍ଗଳବାର ସନ୍ଧ୍ୟା ୫ଟା ସୁଦ୍ଧା ତଥ୍ୟ ଦାଖଲ କରିବାକୁ କହିଥିଲେ। 

ଗତ ଫେବ୍ରୁଆରୀ ୧୫ରେ ନିର୍ବାଚନୀ ବଣ୍ଡ ସ୍କିମକୁ ଅଣ ସାମ୍ବିଧାନିକ ବୋଲି ରାୟ ଦେଇଥିଲେ ସୁପ୍ରିମକୋର୍ଟ। ଏହା ସହ ବଣ୍ଡ ଜାରି କରିବା ତୁରନ୍ତ ବନ୍ଦ କରିବାକୁ SBIକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।

Supreme Court SBI Electoral Bonds Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe