Advertisment

ଆରପାରିରେ 'ଅଗ୍ନିମ୍ୟାନ୍'; ଅଗ୍ନି ମିଶାଇଲର ପ୍ରଥମ ପ୍ରୋଗ୍ରାମ ଡାଇରେକ୍ଟର ଥିଲେ

ଅଗ୍ନି ମିଶାଇଲର ଜନକ ଭାବେ ପରିଚିତ ପ୍ରଖ୍ୟାତ ଏରୋସ୍ପେଶ୍ ବୈଜ୍ଞାନିକ ଡକ୍ଟର ରାମ ନାରାୟଣ ଅଗ୍ରୱାଲ ଆଖି ବୁଜିଲେ । ୮୪ ବର୍ଷ ବୟସରେ ହାଇଦ୍ରାବାଦରେ ଏହି ପୂର୍ବତନ DRDO ବୈଜ୍ଞାନିକଙ୍କ ଦେହାନ୍ତ ହୋଇଛି।

Passed Away

Passed Away

Advertisment

ଆଖି ବୁଜିଲେ ଅଗ୍ନି-ମ୍ୟାନ୍ ବା ଅଗ୍ନି ମିଶାଇଲର ଜନକ ଭାବେ ପରିଚିତ ପ୍ରଖ୍ୟାତ ଏରୋସ୍ପେଶ୍ ବୈଜ୍ଞାନିକ ଡକ୍ଟର ରାମ ନାରାୟଣ ଅଗ୍ରୱାଲ । ୮୪ ବର୍ଷ ବୟସରେ ହାଇଦ୍ରାବାଦରେ ଏହି ପୂର୍ବତନ DRDO ବୈଜ୍ଞାନିକଙ୍କ ଦେହାନ୍ତ ହୋଇଛି।

Advertisment

ଭାରତର ଲଙ୍ଗ ରେଞ୍ଜ ବାଲିଷ୍ଟିକ୍ ମିଶାଇଲ୍ ପ୍ରୋଗ୍ରାମରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ଏବଂ ଅଗ୍ନି ମିଶାଇଲର ପ୍ରଥମ ପ୍ରୋଗ୍ରାମ ଡାଇରେକ୍ଟର ଥିଲେ। ୧୯୮୩ ମସିହାରୁ ୨୦୦୫ରେ ଅବସର ନେବା ପର୍ଯ୍ୟନ୍ତ ସେ ଅଗ୍ନି ମିଶାଇଲ୍ ନିର୍ମାଣର ନେତୃତ୍ୱ ନେଇଥିଲେ ।

ହାଇଦ୍ରାବାଦସ୍ଥିତ ଆଡଭାନ୍ସଡ ସିଷ୍ଟମ ଲାବ୍ରଟୋରି ASLର ନିର୍ଦ୍ଦେଶକ ଭାବେ ସେ ଅବସର ଗ୍ରହଣ କରିଥିଲେ । ତାଙ୍କ ନେତୃତ୍ୱରେ ୫ହଜାର କିଲୋମିଟର ଦୂରକୁ ଲକ୍ଷ୍ୟଭେଦ କ୍ଷମତା ଥିବା ଅଗ୍ନି-ଭି କ୍ଷେପଣାସ୍ତ୍ର ମଧ୍ୟ ବିକଶିତ ହୋଇଥିଲା । ଦୀର୍ଘ ୨୨ ବର୍ଷର କ୍ୟାରିୟରରେ ସେ ପୂର୍ବତନ ରାଷ୍ଟ୍ରପତି ତଥା ମିଶାଇଲ୍ ମ୍ୟାନ୍ ଅଫ୍ ଇଣ୍ଡିଆ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ସହ ମଧ୍ୟ ଅତି ଘନିଷ୍ଠ ଭାବେ କାର୍ଯ୍ୟ କରିଛନ୍ତି।

Advertisment

ଦେଶକୁ ଆଣବିକ କ୍ଷେପଣାସ୍ତ୍ର ସକ୍ଷମ କରାଇବାରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ସେ ପଦ୍ମଶ୍ରୀ ଓ ପଦ୍ମଭୂଷଣରେ ସମ୍ମାନିତ ହୋଇଥିଲେ । ୧୯୪୧
ମସିହା ଜୁଲାଇ ୨୪ରେ ରାଜସ୍ଥାନ ଜୟପୁରରେ ଜନ୍ମ ଗ୍ରହଣ କରିଥିଲେ ଡକ୍ଟର ରାମ ନାରାୟଣ ଅଗ୍ରୱାଲ। ତାଙ୍କ ବିୟୋଗରେ DRDO ପକ୍ଷରୁ ଶୋକ ବ୍ୟକ୍ତ କରାଯାଇଛି ।

Andhra Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe