Advertisment

ଅଗ୍ନିପଥ ଯୋଜନା: ଅନ୍ୟାୟ କଥା କହି ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ କଂଗ୍ରେସ ମୁଖିଆ

ସେନା ବାହିନୀରେ ନିୟମିତ ନିଯୁକ୍ତି ପାଇଁ ଆଶା ରଖିଥିବା ଯୁବଗୋଷ୍ଠୀ ସହ ଅଗ୍ନିପଥ ଯୋଜନା ଦ୍ୱାରା ଅନ୍ୟାୟ କରାଯାଇଥିବା ସେ କହିଛନ୍ତି।

author-image
Hemant Lenka
Kharge

Kharge

କେନ୍ଦ୍ର ସରକାର ସେନା ବାହିନୀରେ ଅସ୍ଥାୟୀ ନିଯୁକ୍ତି ପାଇଁ ଆଣିଥିବା ଅଗ୍ନିପଥ ଯୋଜନାକୁ ପୁଣି ବିରୋଧ କରିଛି କଂଗ୍ରେସ। ଅଗ୍ନିପଥ ଯୋଜନା ବିରୋଧରେ ଆଜି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି। ନିୟମିତ ନିଯୁକ୍ତି ପ୍ରକ୍ରିୟା ବନ୍ଦ ହୋଇ ଯାଇଥିବାରୁ ଯୁବଗୋଷ୍ଠୀଙ୍କ ସ୍ୱପ୍ନ ଭାଙ୍ଗି ଚୂରମାର ହୋଇ ଯାଇଥିବା ସେ ଚିଠିଲେ ଉଲ୍ଲେଖ କରିଛନ୍ତି।

Advertisment

ସେନା ବାହିନୀରେ ନିୟମିତ ନିଯୁକ୍ତି ପାଇଁ ଆଶା ରଖିଥିବା ଯୁବଗୋଷ୍ଠୀ ସହ ଅଗ୍ନିପଥ ଯୋଜନା ଦ୍ୱାରା ଅନ୍ୟାୟ କରାଯାଇଥିବା ସେ କହିଛନ୍ତି। ଖଡଗେ ଚିଠିରେ କହିଛନ୍ତି, “ସେନା ବାହିନୀରେ ନିୟମିତ ନିଯୁକ୍ତି ପ୍ରକ୍ରିୟା ବନ୍ଦ ହୋଇ ଯାଇଥିବାରୁ ପ୍ରାୟ ୨ ଲକ୍ଷ ଯୁବକ ଓ ଯୁବତୀଙ୍କ ଭବିଷ୍ୟତ ଅନିଶ୍ଚିତା ମଧ୍ୟକୁ ଠେଲି ହୋଇଯାଇଛି।”

ରାଷ୍ଟ୍ରପତି ଭାରତୀୟ ସେନା ବାହିନୀର ସୁପ୍ରିମ କମାଣ୍ଡର। ତେଣୁ ଖଡଗେ ଆଜି ତାଙ୍କୁ ଚିଠି ଲେଖିଛନ୍ତି। ସେ ଚିଠିରେ ଆହୁରି ଦାବି କରିଛନ୍ତି ଯେ ଯୁବକଯୁବତୀମାନେ ଅନେକ ବର୍ଷ ଧରି ସେମାନଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଉଦ୍ୟମ କରି ଚାଲିଛନ୍ତି। ହେଲେ ନିଯୁକ୍ତି ପ୍ରକ୍ରିୟା ବନ୍ଦ ହୋଇଯିବାରୁ ସେମାନେ ହତାଶ ହେଉଛନ୍ତି।

Advertisment

ଅସହାୟ ଅନୁଭବ କରୁଛନ୍ତି। ଏଥିପାଇଁ ଆତ୍ମହତ୍ୟା ଭଳି ଘଟଣା ମଧ୍ୟ ଘଟୁଛି। ଆମ ଯୁବଗୋଷ୍ଠୀଙ୍କୁ ଏପରି ହଇରାଣ ହେବାକୁ ଆମେ ଅନୁମତି ଦେଇ ପାରିବା ନାହିଁ। ତେଣୁ ସମସ୍ତଙ୍କୁ କେମିତି ନ୍ୟାୟ ମିଳିବ, ତା’କୁ ନିଶ୍ଚିତ କରିବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ବୋଲି ଖଡଗେ ଚିଠିରେ କହିଛନ୍ତି।

ସେନା ବାହିନୀରେ ଅଗ୍ନିବୀରଙ୍କୁ ଅସ୍ଥାୟୀ ରୂପେ ନିଯୁକ୍ତି ଦେବାକୁ କେନ୍ଦ୍ର ସରକାର ୨୦୨୨ ମସିହା ଜୁନ ମାସରେ ଅଗ୍ନିପଥ ଯୋଜନା ଲାଗୁ କରିଥିଲା। ୧୭ ବର୍ଷରୁ ୨୧ ବର୍ଷର ଯୁବକ/ଯୁବତୀମାନଙ୍କୁ ପ୍ରଥମେ ସେନା ବାହିନୀରେ ସାମିଲ କରାଯିବ।

ଏହାର ୪ ବର୍ଷ ପରେ ନିଯୁକ୍ତି ପାଇଥିବା ୭୫% ପିଲାଙ୍କୁ ସେନା ବାହିନୀରୁ ବାହାର କରାଯିବ। ବାକି ୨୫% ପିଲା ସେନା ବାହିନୀରେ ସ୍ଥାୟୀ ନିଯୁକ୍ତି ପାଇବେ। ସେନା ବାହିନୀରେ ଏପରି ଅସ୍ଥାୟୀ ନିଯୁକ୍ତିକୁ ବିଭିନ୍ନ ମହଲରେ ବିରୋଧ କରାଯାଇଥିଲା।

Congress President Of India Mallikarjun Kharge