Advertisment

ଦେଶ ସୁରକ୍ଷା ପାଇଁ ଯାଇଥିଲେ, ସହିଦ ହେଲେ ଅଗ୍ନିବୀର

ଲଦାଖ ନିକଟ ସିଆଚୀନରେ ଡ୍ୟୁଟି କରୁଥିବାବେଳେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି।

Agniveer gawate akshay laxman dies

Agniveer gawate Akshay laxman dies

Advertisment

ଦେଶର ସୁରକ୍ଷା ଉଦ୍ଦେଶ୍ୟରେ ନିୟୋଜିତ ଜଣେ ଅଗ୍ନିବୀର ସହିଦ ହୋଇଛନ୍ତି। ସହିଦ ଅଗ୍ନିବୀରଙ୍କ ନାଁ ଗାଭେଟ୍ ଅକ୍ଷୟ ଲକ୍ଷ୍ମଣ। ଲଦାଖ ନିକଟ ସିଆଚୀନରେ ଡ୍ୟୁଟି କରୁଥିବାବେଳେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ସେନାର ଲେହର 'ଫାୟାର ଆଣ୍ଡ ଫ୍ୟୁରି କର୍ପସ' ପକ୍ଷରୁ ଏହି ସୂଚନା ଜାରି କରାଯାଇଛି।

Advertisment

ଅପରେଟର ଭାବେ ପୋଷ୍ଟ ହୋଇଥିବା ଅଗ୍ନିବୀର ଗାଭେଟ ଅକ୍ଷୟଙ୍କୁ ସିଆଚୀନରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛି ଭାରତୀୟ ସେନା। ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଏବଂ ଫୋର୍ସର ସମସ୍ତ ବଡ଼ ଅଫିସର ମହାରାଷ୍ଟ୍ରରେ ପହଞ୍ଚି ଅଗ୍ନିବୀର ଗାଭେଟ ଅକ୍ଷୟ ଲକ୍ଷ୍ମଣଙ୍କ ମୃତ୍ୟୁରେ ସମବେଦନା ଜଣାଇଛନ୍ତି। ତେବେ କେଉଁ କାରଣରୁ ଅଗ୍ନିବୀର ଗାଭେଟ ଅକ୍ଷୟଙ୍କ ମୃତ୍ୟୁ ହୋଇଛି ସେ ନେଇ କିଛି ସୂଚନା ଦିଆଯାଇ ନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ଗ୍ଲାସିଅରର ବିପଜ୍ଜନକ ସ୍ଥାନରେ ତାଙ୍କ ଡ୍ୟୁଟି ପଡ଼ିଥିଲା। କରାକୋରାମ ପର୍ବତ ରେଞ୍ଜର ପ୍ରାୟ ୨୦ ହଜାର ଫୁଟ ଉଚ୍ଚରେ ଅବସ୍ଥିତ ସିଆଚୀନ୍ ଦୁନିଆର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ଭାବରେ ଜଣାଶୁଣା। ସେଠାରେ ସୈନିକମାନଙ୍କୁ ଅତ୍ୟଧିକ ଥଣ୍ଡା ଏବଂ ପ୍ରବଳ ପବନର ସାମ୍ନା କରିବାକୁ ପଡିଥାଏ।

Advertisment
Agniveer Siachen Indian Army
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe