Advertisment

କ୍ଷତିପୂରଣ ପାଇଥିବା କହିଲେ ଅଗ୍ନିବୀରଙ୍କ ପରିବାର, କିନ୍ତୁ...

ଅଜୟ କୁମାରଙ୍କ ବାପା କହିଛନ୍ତି, “ଅଗ୍ନିବୀର ଯୋଜନା ସଂପୂର୍ଣ୍ଣ ଭାବେ ଉଚ୍ଛେଦ ହେବା ଦରକାର। ଆମକୁ ପେନସନ ଓ କ୍ୟାଣ୍ଟିନ କାର୍ଡ ସାଧାରଣ ସେନା କର୍ମଚାରୀଙ୍କ ଭଳି ମିଳିବା ଉଚିତ।”

Aganiveer

Aganiveer

Advertisment

ଆଇଇଡି ବିସ୍ଫୋରଣରେ ପ୍ରାଣ ହରାଇଥିବା ଅଗ୍ନିବୀର ଅଜୟ କୁମାରଙ୍କ ପରିବାର ଲୋକ ତାଙ୍କ ପାଇଁ ଭାରତୀୟ ସେନା ଠାରୁ ହିରୋର ମାନ୍ୟତା ଦାବି କରିଛନ୍ତି। ସେ କାର୍ଯ୍ୟ କରିବାରେ ପ୍ରାଣ ହରାଇଥିଲେ। ଭାରତ ସରକାରଙ୍କ କ୍ଷତିପୂରଣ ରାଶି ଅଜୟ କୁମାର ସ୍ଥାନ ନେଇ ପାରିବ ନାହିଁ ବୋଲି ସେମାନେ କହିଛନ୍ତି। 

Advertisment

ଅଜୟ କୁମାରଙ୍କ ବାପା କହିଛନ୍ତି, “ଅଗ୍ନିବୀର ଯୋଜନା ସଂପୂର୍ଣ୍ଣ ଭାବେ ଉଚ୍ଛେଦ ହେବା ଦରକାର। ଆମକୁ ପେନସନ ଓ କ୍ୟାଣ୍ଟିନ କାର୍ଡ ସାଧାରଣ ସେନା କର୍ମଚାରୀଙ୍କ ଭଳି ମିଳିବା ଉଚିତ।”

ବାପାଙ୍କ ଭଳି ଅଜୟ କୁମାରଙ୍କ ଭଉଣୀ ମଧ୍ୟ ସମାନ କଥା ଦୋହରାଇଛନ୍ତି। ସେ କହିଛନ୍ତି, “ମୋ ଭାଇ ଗୋଟିଏ ୪ ବର୍ଷର ଚାକିରି ପାଇଁ ଜୀବନ ହରାଇଛି। ସରକାର ୧ କୋଟି ଟଙ୍କାର ପ୍ରତିଶ୍ରୁତି ଦେଉଛନ୍ତି। କ’ଣ ଗୋଟିଏ ପରିବାର ଏହି ଟଙ୍କାରେ ପୁଅକୁ ହରାଇ ଚଳି ପାରିବ? ଅଗ୍ନିବୀର ଯୋଜନାର ପୁର୍ନବିଚାର କରାଯାଉ। ସରକାର ଆମକୁ ଟଙ୍କା ଦେଇଛନ୍ତି। କିନ୍ତୁ ଆମେ ଏହି ଯୋଜନା ବନ୍ଦ ହେଉ ବୋଲି ଚାହୁଁଛୁ।”

Advertisment

୨୦୨୨ରେ ଲଞ୍ଚ ହୋଇଥିବା ଅଗ୍ନିପଥ ଯୋଜନାରେ ସେନା ବାହିନୀ ପାଇଁ ୪ ବର୍ଷିଆ ନିଯୁକ୍ତି ବ୍ୟବସ୍ଥା ହୋଇଛି। ଏହି ଯୋଜନାରେ ସାମିଲ ହେଉଥିବା ଯୁବକଙ୍କୁ ଅଗ୍ନିବୀର କୁହାଯାଏ। ତେବେ ଯଦି ୪ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଏମାନଙ୍କର ମୃତ୍ୟୁ ହେଉଛି, ତା’ହେଲେ ସେନାର ସ୍ଥାୟୀ ଯବାନଙ୍କ ଭଳି ଏମାନଙ୍କ ପାଇଁ ପେନସନର ବ୍ୟବସ୍ଥା ନାହିଁ।

ଏପରି ପାତରଅନ୍ତର ନୀତି ବିତର୍କର କାରଣ ପାଲଟିଛି। କଂଗ୍ରେସ ନେତା ରାହୁଲ ଗାନ୍ଧି ଗୋଟିଏ ଭିଡିଓ ପୋଷ୍ଟ କରି ଅଜୟ କୁମାରଙ୍କ ପରିବାରକୁ କ୍ଷତିପୂରଣ ମିଳି ନଥିବା କହିଥିଲେ। ଏକଥା ସେ ସଂସଦରେ ମଧ୍ୟ ଉଠାଇଥିଲେ। ହେଲେ ଆର୍ମି ବୁଧବାର ବିଳମ୍ବିତ ରାତିରେ ଅଜୟ କୁମାରଙ୍କ ପରିବାର ଲୋକଙ୍କୁ ୯୮.୩୯ ଲକ୍ଷ ଟଙ୍କା ମିଳିଥିବା ସୂଚନା ଦେଇଥିଲା।

ଆଜି ପରିବାର ଲୋକ କହିଛନ୍ତି ଯେ ସେମାନେ ଆର୍ମି ଠାରୁ ୪୮ ଲକ୍ଷ ଓ ବୀମା ବାବଦରେ ୫୦ ଲକ୍ଷ ଟଙ୍କା ପାଇଛନ୍ତି। ଅଜୟ କୁମାରଙ୍କ ବାପା କହିଛନ୍ତି, “ପ୍ରଥମେ ଆମେ ଆଇସିଆଇସିଆଇ ବ୍ୟାଙ୍କ ଠାରୁ ବୀମା ବାବଦରେ ୫୦ ଲକ୍ଷ ଟଙ୍କା ପାଇଥିଲୁ।

ଏହାପରେ ଆର୍ମି ଠାରୁ ୪୮ ଲକ୍ଷ ମିଳିଛି। ଆମେ ଏଯାଏ ପୂର୍ଣ୍ଣ ଅର୍ଥ ରାଶି ପାଇନାହୁଁ। ଆର୍ମି କହିଥିଲା ଯେ ସେମାନେ ଆମକୁ ୬୦ ଲକ୍ଷ ଟଙ୍କା ଦେବେ। ହେଲେ ଏଯାଏ ଆମକୁ ସେହି ଟଙ୍କା ମିଳିନି। କେବେ ଟଙ୍କା ମିଳିବ, ସେକଥା ଆମକୁ ଜଣାନାହିଁ।”

Indian Army Agniveer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe