Advertisment

ଆତ୍ମହତ୍ୟା କଲେ ଅଗ୍ନିବୀର ଟ୍ରେନିଂ ନେଉଥିବା ଯୁବତୀ

ସୋମବାର ସେ ନିଜ ହଷ୍ଟେଲ ରୁମ୍‌ ଭିତରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି।

author-image
Madhupriya Mistry
Sucide

Sucide

ଝୁଲି ପଡ଼ିଲେ ଭାରତୀୟ ନୌସେନା ପାଇଁ ଅଗ୍ନିବୀରର ଟ୍ରେନିଂ ନେଉଥିବା ଯୁବତୀ। ଜଣେ ୨୦ ବର୍ଷୀୟ ଯୁବତୀ ଆତ୍ମହତ୍ୟା କରିଛନ୍ତି। ମୁମ୍ବାଇରେ ଏହି ଘଟଣା ଘଟିଛି। ମଙ୍ଗଳବାର ଏନେଇ ପୁଲିସ ସୂଚନା ଦେଇଛି।

Advertisment

ମୁମ୍ବାଇ ପୁଲିସ ମୁତାବକ, ମୃତ ଯୁବତୀ ଜଣକ ହେଲେ ଅପର୍ଣ୍ଣା ନାୟର୍‌। ସେ କେରଳର ବାସିନ୍ଦା। ମୁମ୍ବାଇ ମଲାଡ ପଶ୍ଚିମ ଉପନଗର ମାଲବାନୀ ଅଞ୍ଚଳରେ ଆଇଏନ୍‌ଏସ୍‌ ହମ୍‌ଲା ପାଇଁ ପ୍ରଶୀକ୍ଷଣ ନେଉଥିଲେ। ତେବେ ସୋମବାର ସେ ନିଜ ହଷ୍ଟେଲ ରୁମ୍‌ ଭିତରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି।

ତେବେ ଯୁବତୀ ଜଣକ କେଉଁ କାରଣରୁ ଆତ୍ମହତ୍ୟା କଲେ ସେ ନେଇ କିଛି ସୂଚନା ମିଳିନାହିଁ। ଯୁବତୀ ଜଣକର କୌଣସି ବ୍ୟକ୍ତିଙ୍କ ସହ ପ୍ରେମ ସମ୍ପର୍କ ଥିଲା। ସେ ଏହାକୁ ନେଇ ସେ ଚିନ୍ତିତ ଥିବା ବେଳେ ବିବାଦ ଲାଗି ରହିଥିଲା। ଏହି କାରଣରୁ ଯୁବତୀ ଜଣକ ଡିପ୍ରେସନ୍‌ରେ ମଧ୍ୟ ଥିଲେ। ପ୍ରେମ ସମ୍ପର୍କରେ ତିକ୍ତତା ଯୋଗୁ ସେ ବେଡ୍‌ସିଟ୍‌ ଜରିଆରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି।

Advertisment

ଅଧିକାରୀ କହିଛନ୍ତି ଯେ ଯୁବତୀ ଜଣକ ତାଙ୍କର ମୌଳିକ ତାଲିମ ସମାପ୍ତ କରିବା ପରେ ଗତ ୧୫ଦିନ ଧରି ତାଲିମ ନେଉଥିଲେ। ଆତ୍ମହତ୍ୟା ଖବର ମିଳିବା ପରେ ନୌସେନା ଡାକ୍ତରଙ୍କୁ ଡାକି ପ୍ରାଥମିକ ଯାଞ୍ଚ କରିଥିଲା। ଏହାପରେ ଡାକ୍ତରମାନେ ଯୁବତୀଙ୍କୁ ମୃତ ଘୋଷିତ କରିଥିଲେ। ସେପଟେ ଏହି ମାମଲାରେ ମୁମ୍ବାଇ ମାଲଓ୍ୱାନୀ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଅଗ୍ନିବୀର ଟ୍ରେନିଂ ନେଉଥିବା ଯୁବତୀଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିବା ପରେ ଏବେ ଚାରିଆଡୁ ଏହାକୁ ନେଇ ପ୍ରଶ୍ନ ଉଠିଛି।

ଏହାପୂର୍ବରୁ ମଧ୍ୟ ଅମୃତପାଲ ସିଂହ ନାମକ ଜଣେ ଅଗ୍ନିବୀର ଆତ୍ମହତ୍ୟା କରିଥିଲେ। ତେବେ ଆତ୍ମହତ୍ୟା ପରେ ତାଙ୍କୁ ସୈନ୍ୟ ସମ୍ମାନ ମିଳିନଥିଲା। ଏହାକୁ ନେଇ ବିବାଦ ଉପୁଜିଥିଲା। ଏହି ବିବାଦ ପରେ ସେନା ସ୍ପଷ୍ଟ ଭାବରେ କହିଥିଲା ଯେ ନିଜ ବନ୍ଧୁକ ଗୁଳିରୁ ଅମୃତପାଲଙ୍କ ମୃତ୍ୟୁ ଘଟିଛି, ତେଣୁ ତାଙ୍କୁ ସେନା ନିୟମ ଅନୁଯାୟୀ ସାମରିକ ସମ୍ମାନ ଦିଆଯାଇପାରିବ ନାହିଁ।

Mumbai Sucide Agniveer