Advertisment

ଲିଭ୍‌-ଇନ୍‌ ପାର୍ଟନର୍‌ଙ୍କୁ ଡରାଇବା ପାଇଁ ଟ୍ରେନ୍‌ ଲାଇନ୍‌କୁ ଡେଇଁ ପଡ଼ିଲେ ମହିଲା

ଲିଭ-ଇନ୍‌ ପାର୍ଟନରଙ୍କ ସହ ଝଗଡ଼ା ହେବା ପରେ ମହିଳା ଜଣକ ତାଙ୍କୁ ଡରାଇବା ପାଇଁ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ।

author-image
Madhupriya Mistry
ଅଦ୍ୟତନ ହୋଇଛି
Woman Jumped on Railway Track

Woman Jumped on Railway Track

ଉଭୟଙ୍କ ମଧ୍ୟରେ ହେଲା ଭୟଙ୍କର ଝଗଡ଼ା। ଏହାପରେ ଲିଭ-ଇନ୍‌ ପାର୍ଟନରଙ୍କୁ ଡରାଇବା ପାଇଁ ଟ୍ରେନ୍‌ ଲାଇନ୍‌କୁ ଡେଇଁ ପଡିଲେ ମହିଳା। ଚଢ଼ିଗଲା ଟ୍ରେନ୍‌। ଉତ୍ତରପ୍ରଦେଶର ଆଗ୍ରା ରାଜା ମଣ୍ଡି ରେଳ ଷ୍ଟେସନର ପ୍ଲାଟ୍‌ଫର୍ମ ନମ୍ବର-୧ରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

Advertisment

ଟ୍ରେନ୍‌ ଲାଇନ୍‌କୁ ଡେଇଁଥିବା ମହିଳା ଜଣକ ହେଲେ ୩୮ ବର୍ଷୀୟ ରାଣୀ। ସୋମବାର ବିଳମ୍ବିତ ରାତିରେ ରାଣୀ ଓ ତାଙ୍କ ଲିଭ-ଇନ୍‌ ପାର୍ଟନର କିଶୋରଙ୍କ ମଧ୍ୟରେ ଭୟଙ୍କର ଝଗଡା ହୋଇଥିଲା। ଏହାପରେ ସେ କିଶୋରଙ୍କୁ ଡରାଇବା ପାଇଁ କଥିତ ରୂପେ ରେଲଓ୍ୱେ ଟ୍ରାକ୍‌କୁ ଡେଇଁ ପଡିଥିଲେ।

ଲିଭ-ଇନ୍ ପାର୍ଟନରଙ୍କ ମଦ୍ୟପାନ ଅଭ୍ୟାସକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ହେବା ପରେ ଯୁବତୀ ତାଙ୍କୁ ଆତ୍ମହତ୍ୟା ଧମକ ଦେଇଥିଲେ। ଏହାପରେ ରେଳ ଧାରଣାକୁ ଡେଇଁ ପଡିଥିଲେ। ତେବେ ଏତିକି ବେଳେ ସେ ପ୍ଲାଟଫର୍ମ ଉପରକୁ ଆସିବା ଚେଷ୍ଟା କରିବା ସମୟରେ ସାମ୍ନା ପଟୁ ଆସୁଥିବା କେରଳ ଏକ୍ସପ୍ରେସ୍‌ ଟ୍ରେନ୍‌ ତାଙ୍କ ଉପରେ ଚଢ଼ି ଯାଇଥିଲା। ସେ ପ୍ଲାଟଫର୍ମ ଓ ଟ୍ରେନ୍‌ ମଧ୍ୟରେ ଫଶି ଯାଇଥିଲେ।

Advertisment

ପ୍ରେମିକା ଉପରେ ଆଖି ସ‌ାମ୍ନାରେ ଟ୍ରେନ ମାଡ଼ିଯିବା ଦେଖି ଯୁବକ ଜଣକ କ’ଣ କରିବେ କିଛି ବୁଝି ପାରି ନଥିଲେ। ବିଚଳିତ ହୋଇ ଏଣେ ତେଣେ ଦୌଡ଼ିବାକୁ ଲାଗିଥିଲେ। ଘଟଣା ସମ୍ପର୍କରେ ଖବର ପାଇବା ପରେ ଆରପିଏଫ ଘଟଣାସ୍ଥଳରେ ପହଞ୍ଚି ଯୁତବୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାଣୀଙ୍କର ମୃତ୍ୟୁ ହୋଇଥିଲା।

ପୁଲିସ ରିପୋର୍ଟ ମୁତାବକ, ଦେଢ଼ ବର୍ଷ ହେବ  ରାଣୀ ଏବଂ କିଶୋର ଲୋହାମଣ୍ଡି ଅଞ୍ଚଳରେ ଥିବା ବରଫ ଗଳିରେ ଏକାଠି ଲିଭ-ଇନ୍‌ରେ ରହୁଥିଲେ। କିଶୋର ଚାଉମିନ୍‌ ବିକ୍ରି କରନ୍ତି। ଏଥିରେ ରାଣୀ ତାଙ୍କୁ ସହାୟତା କରୁଥିଲେ। ରାଣୀଙ୍କ ମୃତଦେହକୁ ପୁଲିସ ବ୍ୟବଚ୍ଛଦେ ପାଇଁ ପଠାଇବା ସହ ମାମଲାର ତଦନ୍ତ ଜାରି ରଖିଛି। 

Woman Jumped On Railway Track Agra Train Accident Live In Partner