Advertisment

ସ୍ୱାମୀ ଗାଧଉ ନାହାନ୍ତି; ଛାଡ଼ପତ୍ର ଆବେଦନ କଲେ ସ୍ତ୍ରୀ

"ଜିଦ୍ କଲେ ଗାଧାନ୍ତି, ନହେଲେ ଅନ୍ୟ ସମୟରେ ଗଙ୍ଗାପାଣି ଛିଞ୍ଚି ହୋଇ ପଡ଼ନ୍ତି।"

ଅଦ୍ୟତନ ହୋଇଛି
Man standing near tubewell

Man standing near tubewell

Advertisment

ଉତ୍ତର ପ୍ରଦେଶର ଜଣେ ନବବିବାହିତା ମହିଳା ଛାଡ଼ପତ୍ର ଆବେଦନ କରିଛନ୍ତି। ଛାଡ଼ପତ୍ର ପାଇଁ ସେ ଯେଉଁ କାରଣ ଦର୍ଶାଇଛନ୍ତି, ତାହା ସବୁଠୁ ଆଶ୍ଚର୍ଯ୍ୟଜନକ। କାରଣ ତାଙ୍କ ସ୍ୱାମୀ ଗାଧଉ ନଥିବାରୁ ସେ ଛାଡ଼ପତ୍ର ଦେବାକୁ ଚାହୁଁଥିବା ଆବେଦନରେ ଉଲ୍ଲେଖ କରିଛନ୍ତି। 

Advertisment

ମହିଳାଙ୍କ କହିବାନୁସାରେ, ସେ ୪୦ ଦିନ ପୂର୍ବେ ବିବାହ କରିଥିଲେ। ମାତ୍ର ତାଙ୍କ ସ୍ୱାମୀ ଏହି ଦିନ ମଧ୍ୟରେ ମାତ୍ର ଥରେ କିମ୍ବା ଦୁଇଥର ଗାଧୋଇଛନ୍ତି।ସେ ଏପରି ନିୟମିତ ଭାବେ କରି ଆସୁଛନ୍ତି, ଯାହା ଫଳରେ ତାଙ୍କ ଶରୀରରୁ ଦୁର୍ଗନ୍ଧ ଆସେ। ତେଣୁ ସେ ତାଙ୍କ ସହ ରହିପାରିବେ ନାହିଁ ବୋଲି କହିଛନ୍ତି। ଏନେଇ ସେ ଆଗ୍ରାସ୍ଥିତ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି।

ମହିଳା ଜଣକ ଆବେଦନରେ ଆହୁରି କହିଛନ୍ତି ଯେ, ତାଙ୍କ ସ୍ୱାମୀ ମାସରେ ମାତ୍ର ଥରେ କିମ୍ବା ଦୁଇ ଥର ଗାଧାନ୍ତି। ସେ ଜିଦ୍ କରିବାରୁ ୬ ଥର ଗାଧୋଇଥିଲେ। ନହେଲେ ଅନ୍ୟ ସମୟରେ ଗଙ୍ଗାପାଣି ଛିଞ୍ଚି ହୋଇପଡ଼ନ୍ତି। 

Advertisment

ରିପୋର୍ଟ ଅନୁସାରେ, ଏହି କାରଣକୁ ନେଇ ମହିଳା ଜଣକ ବାପଘରକୁ ମଧ୍ୟ ପଳାଇଥିଲେ। ପରବର୍ତ୍ତୀ ସମୟରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣି ଛାଡ଼ପତ୍ର ଆବେଦନ କରିଛନ୍ତି। ଏହାପରେ ପୁଲିସ ହସ୍ତକ୍ଷେପ ପରେ ମହିଳାଙ୍କ ସ୍ୱାମୀ ନିୟମିତ ଗାଧୋଇବାକୁ ରାଜି ହୋଇଥିଲେ। ତଥାପି ମହିଳା ଜଣକ ତାଙ୍କ ସହ ରହିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। 

ଆସନ୍ତା ସେପ୍ଟେମ୍ବର ୨୨ରେ ପରବର୍ତ୍ତୀ କାଉନସେଲିଂ ହେବ। ତେବେ ଏପରି ସ୍ଥିତିରେ ସମ୍ପର୍କ କେଉଁ ମୋଡ଼ ନେଉଛି, ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ। 

Divorce Divorce File
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe