Advertisment

ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଜଟାୟୁଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରୀ

ରାମାୟଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିବା ଜଟାୟୁ (ଗରୁଡ)ଙ୍କ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ।

PM Modi

PM Modi

Advertisment

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଜଟାୟୁଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାମାୟଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିବା ଜଟାୟୁ (ଗରୁଡ)ଙ୍କ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ। ଆନ୍ଧ୍ରପ୍ରଦେଶର ଲେପାକ୍ଷୀରେ ଜଟାୟୁଙ୍କର ଏହି ମନ୍ଦିର ରହିଛି, ଯାହା ବୀରଭଦ୍ର ମନ୍ଦିର ନାମରେ କ୍ଷାତ।

Advertisment

ଲେପାକ୍ଷୀ ସେହି ସ୍ଥାନ ବୋଲି ବିଶ୍ୱାସ କରାଯାଏ, ଯେଉଁଠାରେ ରାବଣ ମାତା ସୀତାଙ୍କୁ ଅପହରଣ କରି ନେଇଯିବା ସମୟରେ ଜଟାୟୁ ତାଙ୍କୁ ପିଛା କରି କରି ଯାଇଥିଲା। ପ୍ରଭୁ ରାମ ଯେତେବେଳେ ଦେବୀ ସୀତାଙ୍କୁ ଖୋଜି ସେଠାରେ ପହଞ୍ଚିଥିଲେ, ଜଟାୟୁ ଅପହରଣ ବାବଦରେ ପ୍ରଭୁ ରାମଙ୍କୁ ସୂଚନା ଦେଇ ସେହିଠାରେ ପ୍ରାଣ ହରାଇଥିଲା। ଉକ୍ତ ସ୍ଥାନରେ ପ୍ରଭୁ ରାମ ଜଟାୟୁଙ୍କୁ ମୋକ୍ଷ ପ୍ରଦାନ କରିଥିଲେ ବୋଲି କୁହାଯାଏ।

ପୌରାଣିକ କିମ୍ବଦନ୍ତୀ ଅନୁସାରେ, ସେହି ସ୍ଥାନରେ ହିଁ ଜଟାୟୁଙ୍କ ମନ୍ଦିର ସ୍ଥାପନ ହୋଇଛି। ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠାକୁ ଆଉ ମାତ୍ର କିଛି ଦିନ ଥିବାବେଳେ ପ୍ରଧାନମନ୍ତ୍ରୀ ଜଟାୟୁଙ୍କ ଦର୍ଶନ କରିଛନ୍ତି।  

Advertisment

ପ୍ରକାଶ ଥାଉ କି, ପ୍ରଧାନମନ୍ତ୍ରୀ ଆଜିଠାରୁ ଆନ୍ଧ୍ରପ୍ରଦେଶ ଏବଂ କେରଳ ଗସ୍ତରେ ଅଛନ୍ତି। ଏହି ଦୁଇ ଦିନିଆ ଗସ୍ତ ମଧ୍ୟରେ ସେଠାରେ ଅନେକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ। ବୁଧବାର ପ୍ରଧାନମନ୍ତ୍ରୀ ମୋଦି କେରଳର ଗୁରୁଭୟୁର ଏବଂ ଥ୍ରିପ୍ରୟାର ଶ୍ରୀ ରାମସ୍ୱାମୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ।

PM Modi Jatayu Temple AP Jatayu Ramayana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe