Advertisment

ବଦଳିବ ଅହମଦନଗରର ନାଁ, ହେବ ଅହିଲ୍ୟାନଗର

ତାଙ୍କ ସୂଚନା ଅନୁସାରେ, ଅହମଦନଗରର ନାଁ ମରାଠା ରାଣୀ ତଥା ଯୋଦ୍ଧା ଅହିଲ୍ୟାବାଈ ହୋଲକରଙ୍କ ନାଁ ଅନୁସାରେ ନାମିତ ହେବ। ଅହିଲ୍ୟାବାଈଙ୍କ ୨୯୮ତମ ଜନ୍ମଦିନ ପୂର୍ବରୁ ଏପରି ଖବର ସାମ୍ନାକୁ ଆସିଛି।

author-image
Hemant Lenka
City

City

ବଦଳିବ ମହାରାଷ୍ଟ୍ରର ଅହମଦନଗର ନାଁ। ଉକ୍ତ ସହର ଅହିଲ୍ୟାନଗର ଭାବେ ପରିଚୟ ହାସଲ କରିବ ବୋଲି ନିଜେ ମୁଖ୍ୟମନ୍ତ୍ରୀ ଏନନାଥ ସିନ୍ଦେ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ସିନ୍ଦେ ଯେଉଁ କାର୍ଯ୍ୟକ୍ରମରେ ଏସମ୍ପର୍କରେ ଘୋଷଣା କରିଛନ୍ତି, ସେଥିରେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ମନ୍ତ୍ରୀ ରାଧାକୃଷ୍ଣ ଭିଖେ ପାଟିଏ ଓ ବିଜେପି ବିଧାୟକ ଗୋପୀଚାନ୍ଦ ପାଡାଲକର ପ୍ରମୁଖ ଯୋଗ ଦେଇଥିଲେ। ସର୍ବସମ୍ମୁଖରେ ମୁଖ୍ୟମନ୍ତ୍ରୀ ସିନ୍ଦେ ଅହମଦନଗରର ନାଁ ବଦଳିବ ବୋଲି ଘୋଷଣା କରିଛନ୍ତି।

Advertisment

ତାଙ୍କ ସୂଚନା ଅନୁସାରେ, ଅହମଦନଗରର ନାଁ ମରାଠା ରାଣୀ ତଥା ଯୋଦ୍ଧା ଅହିଲ୍ୟାବାଈ ହୋଲକରଙ୍କ ନାଁ ଅନୁସାରେ ନାମିତ ହେବ। ଅହିଲ୍ୟାବାଈଙ୍କ ୨୯୮ତମ ଜନ୍ମଦିନ ପୂର୍ବରୁ ଏପରି ଖବର ସାମ୍ନାକୁ ଆସିଛି।

ସେ କହିଛନ୍ତି, “ସାଧାରଣ ଲୋକଙ୍କ ଦାବିକୁ ସମ୍ମାନ ଜଣାଇ ଅହମଦନଗର ବର୍ତ୍ତମାନ ଅହିଲ୍ୟାଦେବୀ ହୋଲକରଙ୍କ ନାଁ ଅନୁସାରେ ନାମିତ ହେବ। ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଦେବେନ୍ଦ୍ରଜୀ ଓ ମୁଁ ଏହି ଐତିହାସିକ ମୁହୂର୍ତ୍ତରେ ଅଂଶବିଶେଷ ହୋଇଥିବାରୁ ବେଶ ଗର୍ବିତ।”

Advertisment

ଚଳିତ ବର୍ଷ ମହାରାଷ୍ଟ୍ରରେ ତୃତୀୟ ଥର ପାଇଁ କୌଣସି ସହର ନାଁ ବଦଳିଛି। ଫେବୃଆରୀ ମାସରେ ରାଜ୍ୟ ସରକାର ଔରଙ୍ଗାବାଦକୁ ଛତ୍ରପତି ଶମ୍ବାଜୀନଗର ଓ ଓସମାନବାଦକୁ ଧାରାଶିବ ନାଁରେ ପରବର୍ତ୍ତନ କରିଥିଲେ।

ଏନସିପି ରାଜ୍ୟସଭାପତି ତଥା ବିଧାୟକ ଜୟନ୍ତ ପାଟିଏ ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ଆମେ ଅହମଦନଗରର ନାଁକୁ ଅହିଲ୍ୟାନଗର କରାଯାଉଥିବା ନିଷ୍ପତ୍ତିକୁ ସ୍ୱାଗତ କରୁଛି।

ସିନ୍ଦେ-ଫଡନାଭିସ ସରକାରଙ୍କ ଲୋକପ୍ରିୟତା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ରାଜ୍ୟର ଲୋକମାନେ ଭଲ ଭାବେ ସବୁ କିଛି ଜାଣୁଛନ୍ତି। ତେଣୁ ସେମାନେ ଏପରି ନିଷ୍ପତ୍ତି ନେଇ ନିଜର ଲୋକପ୍ରିୟତା ବଢ଼ାଇବାକୁ ଚେଷ୍ଟା କରୁଛନ୍ତି।”

Maharashtra Govt Maharashtra Eknath Sinde