Advertisment

AI ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ମାମଲା, ୪ ଜଣଙ୍କ ନାଁରେ ଏତଲା

ଅତୁଲ ସୁଭାଷ, ୨୪ ପୃଷ୍ଠାର ସୁସାଇଡ୍ ନୋଟ୍ ଓ ଦେଢ ଘଣ୍ଟାର ଭିଡିଓ ମେସେଜ୍ ଛାଡି ଜୀବନ ହାରିଛନ୍ତି।

Atul Subhash Suicide

Atul Subhash Suicide

Advertisment

ବେଙ୍ଗଳୁରୁର ବହୁ ଚର୍ଚ୍ଚିତ AI ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ୪ ଜଣଙ୍କ ନାଁରେ ଦାଏର ହୋଇଛି ଏତଲା। ଅତୁଲଙ୍କ ପତ୍ନୀ, ପତ୍ନୀଙ୍କ ପରିବାର ଓ ମାନସିକ ନିର୍ଯାତନା ଅଭିଯୋଗରେ ବିଚାରପତିଙ୍କ ନାଁରେ ବି କର୍ଣ୍ଣାଟକରେ ଏଫଆଇର ରୁଜୁ ହୋଇଛି।

Advertisment

ମୃତ ଅତୁଲଙ୍କ ଭାଇ ବିକାଶ କୁମାର ବେଙ୍ଗଳୁରର ମରାଠାହାଲି ପୁଲିସ ଥାନାରେ ଏତଲା ଦେଇଛନ୍ତି। ବିକାଶଙ୍କ ଏତଲା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଏନଏସର ଧାରା ୧୦୮ ଆତ୍ମହତ୍ୟା ପାଇଁ ଉସୁକେଇବା ଭଳି ମାମଲା ରୁଜୁ କରାଯାଇ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି।

ଅତୁଲ ସୁଭାଷ, ୨୪ ପୃଷ୍ଠାର ସୁସାଇଡ୍ ନୋଟ୍ ଓ ଦେଢ ଘଣ୍ଟାର ଭିଡିଓ ମେସେଜ୍ ଛାଡି ଜୀବନ ହାରିଛନ୍ତି। ଆକସେଞ୍ଚର ଭଳି ପ୍ରତିଷ୍ଠିତ ଆଇଟି କଂପାନୀରେ ଚାକିରୀ କରୁଥିବା ସତ୍ତ୍ୱେ ତାଙ୍କ ପତ୍ନୀ ନୀକିତା ଏକାଥରକେ ଛାଡ଼ପତ୍ର ସେଟେଲମେଣ୍ଟ ପାଇଁ ୩ କୋଟି ଟଙ୍କା ଦାବି କରୁଥିଲେ। ଯାହାକୁ ନେଇ ମାନସିକ ଚାପରେ ରହୁଥିଲେ ଅତୁଲ।

Advertisment

ଲୋକମାନେ ଅତୁଲ ସୁଭାଷଙ୍କ ପାଇଁ ନ୍ୟାୟ ଦାବି କରୁଛନ୍ତି। ଯିଏ ଅତୁଲଙ୍କ କାହାଣୀ ଶୁଣୁଛି ସେ ଆଶ୍ଚର୍ଯ୍ୟ ହୋଇଯାଇଛି। ୩୪ ବର୍ଷୀୟ ଅତୁଲ, ମୂଳତଃ ବିହାରର, ବେଙ୍ଗାଲୁରୁରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ସ୍ତ୍ରୀ ନିକିତା ସିଙ୍ଘାନିଆ ଏବଂ ଶାଶୁଙ୍କ ବିରୋଧରେ ଅତୁଲ ଗୁରୁତର ଅଭିଯୋଗ କରିଛନ୍ତି। ଅତୁଲ କହିଛନ୍ତି ଯେ ତାଙ୍କ ସ୍ତ୍ରୀ ତାଙ୍କ ଦ୍ୱାରା ଅର୍ଜନ କରିଥିବା ଟଙ୍କା ତାଙ୍କ ବିରୋଧରେ ବ୍ୟବହାର କରନ୍ତି। ଏଭଳି ପରିସ୍ଥିତିରେ ସେ ଏହାର ମୂଳଦୁଆକୁ ନଷ୍ଟ କରିବାକୁ ଯାଉଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅତୁଲ ତାଙ୍କ ୪ ବର୍ଷର ପୁଅ ପାଇଁ ଏକ ବିଶେଷ ଉପହାର ଏବଂ ଚିଠି ମଧ୍ୟ ଛାଡିଛନ୍ତି। ତଥାପି, ସେ ତାଙ୍କ ପୁଅ ଉପରେ ୨୦୩୮ ପର୍ଯ୍ୟନ୍ତ ଏହି ଚିଠି ନ ଖୋଲିବାକୁ ଏକ ପ୍ରତିବନ୍ଧକ ଲଗାଇଛନ୍ତି।

ତାଙ୍କ ସୁଇସାଇଡ ନୋଟରେ କୋଟି କୋଟି ଟଙ୍କା ଦାବି ସହ ମିଛ ମାମଲାରେ ଫଶାଯିବା ଭଳି ଅଭିଯୋଗ ରହିଛି। ପୁଲିସ ଛାନଭିନ ଆରମ୍ଭ କରିବା ସହ ସନ୍ଦିଗ୍ଧଙ୍କୁ ନେଇ ଜେରା କରୁଛି। ବେଙ୍ଗାଲୁରୁର ଏକ ଘରୋଇ କମ୍ପାନୀରେ ଅତୁଲ ବଡ଼ ପଦରେ କାମ କରୁଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। 

Bengaluru AI Eengineer Atul Subhash Suicide Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe