‘ଏଆଇ’ ସହାୟତାରେ ଧରାପଡ଼ିଲେ ୨୦୦ ‘ମୁନା ଭାଇ’

ନକଲି ପରୀକ୍ଷାର୍ଥୀ ସାଜିବା, ପେପର ଲିକ୍‌ କରିବା, ଆଧୁନିକ କୌଶଳ ବ୍ୟବହାର କରି ପରୀକ୍ଷାରେ ଉତ୍ତର ଡାକି ଦେବା ନିମନ୍ତେ କାମ କରୁଥିବା ୨୦୦ ‘ମୁନା ଭାଇ’ଙ୍କୁ ଆଟିଫିସିଆଲ ଇଣ୍ଟିଲିଜେନ୍ସ(ଏଆଇ) ଜରିଆରେ ଧରିଛି ଉତ୍ତରପ୍ରଦେଶ ଏସ୍‌ଟିଏଫ୍।

representational image

representational image

Niranjan Mishra
  • Published: Sunday, 09 July 2023
  • , Updated: 10 July 2023, 03:54 PM IST

ନକଲି ପରୀକ୍ଷାର୍ଥୀ ସାଜିବା, ପେପର ଲିକ୍‌ କରିବା, ଆଧୁନିକ କୌଶଳ ବ୍ୟବହାର କରି ପରୀକ୍ଷାରେ ଉତ୍ତର ଡାକି ଦେବା ନିମନ୍ତେ କାମ କରୁଥିବା ୨୦୦ ‘ମୁନା ଭାଇ’ଙ୍କୁ ଆଟିଫିସିଆଲ ଇଣ୍ଟିଲିଜେନ୍ସ(ଏଆଇ) ଜରିଆରେ ଧରିଛି ଉତ୍ତରପ୍ରଦେଶ ଏସ୍‌ଟିଏଫ୍। ଗତମାସରେ ହୋଇଥିବା ଗ୍ରାମ ପଞ୍ଚାୟତ ଅଧିକାରୀ ଚୟନ ପରୀକ୍ଷା ବେଳେ ଏହି ଗ୍ୟାଙ୍ଗ ଧରାପଡ଼ିଛି।

ଉତ୍ତରପ୍ରଦେଶ ଅଧୀନସ୍ଥ ସେବା ଚୟନ ଆୟୋଗ(ୟୁପିଏସ୍‌ଏସ୍‌ଏସ୍‌) ଅଧ୍ୟକ୍ଷ ପ୍ରବୀର କୁମାର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୂର୍ବରୁ ନିଯୁକ୍ତି ପରୀକ୍ଷାରେ ପ୍ରଶାସନ ଦ୍ୱିତୀୟ କିମ୍ୱା ତୃତୀୟ ଷ୍ଟେଜ୍‌ରେ ନକଲି ପରୀକ୍ଷାର୍ଥୀଙ୍କୁ ଧରି ପାରୁଥିଲା। ମାତ୍ର ଏମିତି ପ୍ରଥମ ଥର ପାଇଁ ଏପରି ବ୍ୟବସ୍ଥା ହୋଇଛି, ଯେଉଁଠି ଗ୍ରାମ ପଞ୍ଚାୟତ ଅଧିକାରୀ ଚୟନ ପରୀକ୍ଷାରେ ପ୍ରଥମ ପର୍ଯ୍ୟାୟରେ ହିଁ ପ୍ରାୟ ୨୦୦ ନକଲି ପରୀକ୍ଷାର୍ଥୀଙ୍କୁ ଧରାଯାଇଛି।

ଉତ୍ତରପ୍ରଦେଶରେ ବିଭିନ୍ନ ପରୀକ୍ଷାରେ ଜଡ଼ିତ ଥିବା ନକଲି ପରୀକ୍ଷାର୍ଥୀ ଓ ପେପର ଲିକ୍‌ ଗ୍ୟାଙ୍ଗକୁ ଧରିବା ପାଇଁ ୟୁପିଏସ୍‌ଏସ୍‌ଏସ୍‌ ତାହାର ପରୀକ୍ଷା ବ୍ୟବସ୍ଥାରେ ଅମୂଳଚୂଳ ପରିବର୍ତ୍ତନ କରିଥିଲା। ଯାହା ପରେ ଏହି ସଫଳତା ପାଇଛି। ଗତ ମାସରେ ୟୁପିର ୨୦ ଜିଲ୍ଲାରେ ଗ୍ରାମ ପଞ୍ଚାୟତ ଅଧିକାରୀ ଚୟନ ପରୀକ୍ଷା ହୋଇଥିଲା ବେଳେ ୟୁପି ଏସ୍‌ଟିଏଫ୍ ଏହି ମୁନାଭାଇ ମାନଙ୍କୁ ଗିରଫ କରିଛି।

ଏହି ଗ୍ୟାଙ୍ଗ ମୁଖ୍ୟତଃ ୪ଟି ତରିକାରେ ନିଜର ପ୍ରଭାବ ବିସ୍ତାର କରିଥିଲେ। ପ୍ରଥମଃ ପରୀକ୍ଷା ପୂର୍ବରୁ ପେପର ଲିକ୍‌ ହୋଇଥାଏ ଓ ଏହି ଗ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ନିକଟରେ ଏହାର ଉତ୍ତର ପହଞ୍ଚାଇ ମୁନାଫା ପାଉଥିଲେ। ଦ୍ୱିତୀୟତଃ ଅସଲ ପରୀକ୍ଷାର୍ଥୀ ପରୀକ୍ଷାରେ ନବସି ତାହା ସ୍ଥାନରେ ନକଲି ପରୀକ୍ଷାର୍ଥୀ ବସୁଥିଲା। ତୃତୀୟତଃ ବିଭିନ୍ନ ଅଧୁନିକ ଉପକରଣ ଜରିଆରେ ପରୀକ୍ଷାରେ ବସିଥିବା ପରୀକ୍ଷାର୍ଥୀକୁ ଶୁଣି କିମ୍ବା ଦେଖି ପାରିବା ଭଳି ଉତ୍ତର ବତାଇ ଦିଆଯାଇଥାଏ। ଚତୁର୍ଥରେ ପରୀକ୍ଷାର୍ଥୀର ଏମ୍‌ଆରସିଟ୍‌ରେ ପରିବର୍ତ୍ତନ କରି ତାକୁ ପରୀକ୍ଷା ପାସ୍ କରାଇବାକୁ ଚେଷ୍ଟା କରାଯାଇଥାଏ। ଯାହାକୁ ରୋକିବାକୁ ପ୍ରୟାସ କରାଯାଇଛି।

ପେପର ଲିକ୍‌ ରୋବାକୁ ପରୀକ୍ଷାଦିନ ସକାଳୁ ମଲଟିପୁଲ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଉଛି। ପରୀକ୍ଷା ସିଟିଂର କେଉଁ ପାଳିରେ କେଉଁ ପ୍ରଶ୍ନ ସେଟ୍ ବ୍ୟବହାର ହେବ ତାହା ଏହିଦିନ ସକାଳୁ ସ୍ଥିର ହୋଇଥାଏ। ପୂର୍ବାହ୍ନ ୧୦ଟାରେ ପରୀକ୍ଷା ଥିଲେ ସକାଳ ୫ଟାରେ ପ୍ରଶ୍ନପତ୍ର ସେଟ୍‌ ପ୍ରସ୍ତୁତ ହୋଇଥାଏ। ମାଜିଷ୍ଟ୍ରେଟ୍‌ ଓ ପୁଲିସ ସୁରକ୍ଷାରେ ଏହାକୁ ପରୀକ୍ଷାକେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚା ଯାଇଥାଏ। ଏହାଛଡ଼ା ସମସ୍ତ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ର ଟ୍ୟାମ୍ପର ପ୍ରୁଫ୍‌ ଲଫାପ ଭିତରେ ଥିବା ପ୍ରଶ୍ନପତ୍ର ଓ ଆରଏମ୍‌ସିଟ୍‌ ଦିଆଯିବ। ସେହିପରି ପେପ୍‌ର ଲିକ୍ ରୋକିବାକୁ ଗୋଟିଏ ସଂସ୍ଥାକୁ ଦାୟିତ୍ୱ ପ୍ରଶ୍ନପତ୍ର ଛାପିବା ଠାରୁ ଆରମ୍ଭ କରି ମାର୍କସିଟ୍ ପ୍ରସ୍ତୁତ କରିବା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ଦିଆ ନ ଯାଇ ବିଭିନ୍ନ ସଂସ୍ଥାକୁ ଭିନ୍ନଭିନ୍ନ କାମ ଦିଆଯାଉଛି। ବାୟୋମେଟ୍ରିକ୍, ସିସିଟିଭି, ସିକ୍ୟୁରିଟି, ଫ୍ରିସ୍କିଙ୍ଗ୍, କ୍ରେନିଙ୍ଗ ପ୍ରଭୃତି କାମ ଭିନ୍ନଭିନ୍ନ ସଂସ୍ଥାକୁ ଦିଆଯାଉଛି। ସେହିପରି ଏବେ ପ୍ରଶ୍ନପତ୍ର ଉପରେ ସିରିଜ୍‌ ନମ୍ୱର ଛାପିବା ବନ୍ଦ କରି ଦିଆଯାଇଛି। ସେହିପରି ପ୍ରିନ୍ସପାଲ ରୁମ୍‌କୁ ଯିବା ପୂର୍ବରୁ ହିଁ ପରୀକ୍ଷା ଗୃହରେ ପରୀକ୍ଷାର୍ଥୀ ଦେଇଥିବା ପରୀକ୍ଷାର ଏମ୍‌ଆରସିଟ୍‌ ଓ ପ୍ରଶ୍ନପତ୍ରକୁ ସିଲ୍‌ ବନ୍ଦ କରି ଦିଆଯାଉଛି।

ପୂର୍ବରୁ ପରୀକ୍ଷାର୍ଥୀ ଅଙ୍ଗୁଠି ଜରିଆରେ ବାୟୋମେଟ୍ରିକ୍ ଉପସ୍ଥାନ ନିଆଯାଉଥିବା ବେଳେ ଏବେ ଆଖିର ସ୍କାନିଂ ଯୋଡ଼ା ଯାଇଛି। ବାୟୋମେଟୟିକ୍‌ ସହ ପରୀକ୍ଷାର୍ଥୀଙ୍କ ଉପସ୍ଥାନ ମଧ୍ୟ ନିଆଯାଉଛି। ଏହି ଫଟୋ ସହ ଫର୍ମରେ ନିଆଯାଇଥିବା ଫଟୋ ସହ ମେଳ କରାଯାଉଛି। ଯାହା ଆଟିଫିସିଆଲ ଇଣ୍ଟିଲିଜେନ୍ସ(ଏଆଇ) ସପ୍ଟୱେୟାର ଡିଟେକ୍ଟର କରୁଛି। ଯଦି ପରୀକ୍ଷାର୍ଥୀଙ୍କ ଫଟୋ ଠିକ୍‌ ଭାବେ ମ୍ୟାଚ୍‌ ନହେବ ଏହି ଏଆଇ ସପ୍ଟୱେରା ସନ୍ଦିଗ୍ଧ ବୋଲି ଘୋଷଣା କରିଦେବ। ଯାହାପରେ ପରୀକ୍ଷା ବ୍ୟବସ୍ଥାର ଦ୍ୱିତୀୟ ଥର ପାଇଁ ଯାଞ୍ଚ ହୋଇଥାଏ।

ଏହି ପ୍ରଳାଳୀକୁ ବ୍ୟବହାର କରି ଗତ ମାସରେ ହୋଇଥିବା ଗ୍ରାମ ପଞ୍ଚାୟତ ଅଧିକାରୀ ଚୟନ ପରୀକ୍ଷାରେ ୨୦୦ ମୁନା ଭାଇଙ୍କୁ ଧରାଯାଇଛି। ଯେଉଁମାନେ ଆଧୁନିକ କୌଶଳ ପ୍ରୟୋଗ କରି ପରୀକ୍ଷାରେ ଅପରାଧ କରିବା ପରେ ଖସି ଯାଉଥିଲେ, ସେମାନେ ଧରାପଡ଼ି ଯାଉଛନ୍ତି। ଅନେକ ପରୀକ୍ଷାର୍ଥୀ କାନରେ ବ୍ଲୁଟୁଥ୍ ଡିଭାଇସ୍‌ ବ୍ୟବହାର କରି କପି କରିବାକୁ ଚେଷ୍ଟା କରୁଥିଲେ ସେମାନେ ମଧ୍ୟ ଏଆଇ ହାତରୁ ଖସିପାରୁନାହାନ୍ତି। ଏହାଛଡ଼ା ପରୀକ୍ଷାରେ ସ୍ୱଚ୍ଛତା ରକ୍ଷା ପାଇଁ ଏସ୍‌ଟିଏଫ୍‌ର ମଧ୍ୟ ସହାୟତା ନିଆଯାଉଛି ବୋଲି ପ୍ରବୀର କୁମାର କହିଛନ୍ତି।

Related story