/odisha-reporter/media/media_files/2026/02/01/farmer-2026-02-01-12-34-42.jpg)
ଚାଷୀ
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ବଜେଟ(Budget) ଅଭିଭାଷଣରେ ଗୋଟିଏ ନୂଆ ଏଆଇ ଭିତ୍ତିକ ଉପକରଣ ଭାରତ ବିସ୍ତାର ସମ୍ପର୍କରେ ଘୋଷଣା କରିଛନ୍ତି। ଚାଷୀଙ୍କ ପାଇଁ ଏହି ଏଆଇ ଭିତ୍ତିକ ଉପକରଣ ଘୋଷଣା କରାଯାଇଛି। ଏହାଦ୍ୱାରା ଚାଷ କାମ ଅଧିକ ସହଜ ଓ ଅଧିକ ସଂଗଠିତ ହୋଇପାରିବ ବୋଲି ସରକାର ଆଶା ରଖିଛନ୍ତି।
ଏଆଇ ଭିତ୍ତିକ ଉପକରଣ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି, “ଭାରତ ବିସ୍ତାର ହେଉଛି ଗୋଟିଏ ଭର୍ଚୁଆଲ ଇଣ୍ଟିଗ୍ରେଡେଟ ବ୍ୟବସ୍ଥା। କୃଷିଜାତୀୟ ସମ୍ପଦ ସହ ଏହା ଜଡ଼ିତ। ମୁଁ ବହୁଭାଷୀୟ ଏଆଇ ଉପକରଣ ଭାରତ ବିସ୍ତାର ଲଞ୍ଚର ପ୍ରସ୍ତାବ ଦେଉଛି। ଏହା କୃଷି ଜାତୀୟ ପୋର୍ଟାଲ ସହ ଯୋଡ଼ି ହୋଇ ରହିବ। ଏହା ଚାଷୀଙ୍କୁ ପରାମର୍ଶ ଦେବା ସହ ବିଭିନ୍ନ ଚାଷ ସମ୍ପର୍କରେ ସୂଚନା ଦେବାରେ ସହାୟକ ହେବ। ସେହିପରି ଚାଷ ଜନିତ କ୍ଷତିକୁ ହ୍ରାସ କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ। ”
କୃଷି ବିବିଧୀକରଣ ଓ ଗ୍ରାମୀଣ ଜୀବିକାକୁ ମଜବୁତ କରିବାକୁ ସରକାର ବିଶେଷ ଧ୍ୟାନ ଦେଉଛନ୍ତି। ବିଭିନ୍ନ ଭୌଗଳିକ ଅଞ୍ଚଳର ଚାଷୀଙ୍କୁ ସହାୟତା କରିବା ପାଇଁ ଉପକୂଳରେ ଥିବା ନଡ଼ିଆ, ଚନ୍ଦନ କାଠ, କୋକା ଓ କାଜୁ ଠାରୁ ଆରମ୍ଭ କରି ପାହାଡ଼ିଆ ଅଞ୍ଚଳରେ ଥିବା ବାଦାମ, ଅଖରୋଟ ଓ ପାଇନ ନଟ୍ସ ଭଳି ଫସଲକୁ ବଳ ଦେବା ପାଇଁ କାର୍ଯ୍ୟକାରୀ ହେଉଥିବା ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି।
ସୀତାରମଣଙ୍କ କହିବା କଥା ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ଼ ନଡ଼ିଆ ଉତ୍ପାଦନକାରୀ ଦେଶ। ପ୍ରାୟ ୩୦ ମିଲିୟନ ଲୋକଙ୍କ ସମେତ ୧୦ ମିଲିୟନ ଚାଷୀ ନିଜର ଜୀବିକା ପାଇଁ ନଡ଼ିଆ ଉପରେ ନିର୍ଭର କରନ୍ତି।
ନଡ଼ିଆ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଗୋଟିଏ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରାଯିବ। ଫଳ ଦେଉଥିବା ନଥିବା ନଡ଼ିଆ ଗଛକୁ ବଦଳାଇବା ପାଇଁ ମଧ୍ୟ ଏହା ଚାଷୀଙ୍କୁ ପ୍ରୋତ୍ସାହନ ରାଶୀ ପ୍ରଦାନ କରିବ ବୋଲି ବଜେଟରେ ବ୍ୟବସ୍ଥା ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
