Advertisment

ସାମ୍ନାକୁ ଆସିଲା ଦିବଂଗତ ଜୟଲଳିତାଙ୍କ AI ସ୍ୱର, କହିଲେ ଏମିତି କଥା

୨୦୨୨ରେ ଇପିଏସ୍‌ ଦଳର ମୁଖ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଏହାପୂର୍ବରୁ ଓ ପନ୍ନିରସେଲଭମ ବା ଓପିଏସ୍‌ଙ୍କ ସହ ତାଙ୍କର ତିକ୍ତତା ଚାଲିଥିଲା।

Jayalalithaa

Jayalalithaa

Advertisment

ମୃତ୍ୟୁର ୭ ବର୍ଷ ପରେ ସାମ୍ନାକୁ ଆସିଛି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମକେର ସୁପ୍ରିମୋ ଜେ ଜୟଲଳିତାଙ୍କ ଏଆଇ ସ୍ୱର। ଦଳ ପକ୍ଷରୁ କୃତ୍ରିମ ବୁଦ୍ଧିମତା ବା ଏଆଇ ଜରିଆରେ ଜୟଲଳିତାଙ୍କ ସ୍ୱର ତିଆରି କରାଯାଇ ଅଡିଓ କ୍ଲିପ ଜାରି କରାଯାଇଛି। ଆଜି ଜୟଲଳିତାଙ୍କ ୭୬ତମ ଜନ୍ମଦିନ ହୋଇଥିବା ବେଳେ ଏଆଇଏଡିଏମକେ ଏପରି ଅଡିଓ କ୍ଲିପ ସାର୍ବଜନୀନ କରିଛି।

Advertisment

ଜନ୍ମ ଦିନରେ ଜୟଲଳିତାଙ୍କୁ ଏଆଇଏଡିଏମକେର ସାଧାରଣ ସମ୍ପାଦକ ଇଡାପାଡ୍ଡି କେ ପଲାନିସ୍ୱାମୀ ବା ଇପିଏସ ଶ୍ରଦ୍ଧାଞ୍ଜଳୁ ଜଣାଇଥିଲେ। ଏହାପରେ ଦଳର ମୁଖ୍ୟାଳୟରେ ଜୟଲଳିତାଙ୍କ ଏଆଇ ସ୍ୱର ଜାରି କରାଯାଇଛି।

ଏଥିରେ ଜୟଲଳିତା ଦଳର ସଦସ୍ୟମାନଙ୍କୁ ସମ୍ବୋଧନ କରି କହିଛନ୍ତି ଯେ “ମୁଁ ଆପଣମାନଙ୍କ ଜେ ଜୟଲଳିତା କହୁଛି। ଏହି ଟେକ୍ନୋଲୋଜିକୁ କୃତଜ୍ଞତା ଜଣାଉଛି। କାରଣ ଏହି ଟେକ୍ନୋଲୋଜି ମୋତେ ଆପଣମାନଙ୍କ ସହ କଥା ହେବାର ସୁଯୋଗ ଦେଇଛି।

Advertisment

ଆମ ଦଳ ଅନେକ ଘାତ ପ୍ରତିଘାତର ସମ୍ମୁଖୀନ ହୋଇଛି। ମହିଳାମାନଙ୍କ ପାଇଁ ଆମେ ଅନେକ ଯୋଜନା ପ୍ରଣୟନ କରିଥିଲୁ। ଆମେ ମହିଳା, ଶିକ୍ଷାର୍ଥୀଙ୍କ ସମେତ ସବୁ ବର୍ଗର ଲୋକଙ୍କ ପାଇଁ କ୍ଷମତାରେ ଥିବା ବେଳେ କାମ କରିଥିଲୁ। ସେମାନଙ୍କ ପାଇଁ କଲ୍ୟାଣମୂଳକ ଯୋଜନା ଲାଗୁ ହୋଇଥିଲା।

ଏବେ ଗୋଟିଏ ପଟେ ଆମ ପାଖରେ ଏମିତି ଗୋଟିଏ କେନ୍ଦ୍ର ସରକାର ରହିଛି, ଯିଏ ଆମ ସହ ଧୋକା କରିଛନ୍ତି। ଅନ୍ୟପଟେ ରାଜ୍ୟରେ ଥିବା ସରକାର ଦୁର୍ନୀତି ଗ୍ରସ୍ତ। ତେଣୁ ମୁଁ ମୋ ଜନ୍ମ ଦିନରେ ଆପଣମାନଙ୍କୁ କହିବାକୁ ଚାହୁଁଛି ଯେ ଏଆଇଏଡିଏମକେର ଲୋକ ସରକାର ଯେମିତି ଫେରିବ, ତାକୁ ନିଶ୍ଚିତ କରନ୍ତୁ।

ମୋ ରାସ୍ତାରେ ଆମ କ୍ୟାଡରମାନେ ଚାଲନ୍ତୁ। ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ ଭାଇ ଇଡାପାଡ୍ଡି କେ ପଲାନିସ୍ୱାମୀଙ୍କ ହାତକୁ ଅଧିକ ସଶକ୍ତ କରନ୍ତୁ। ଆମେ ଲୋକମାନଙ୍କ ପାଇଁ ଏଠି ଅଛୁ।”

୨୦୨୨ରେ ଇପିଏସ୍‌ ଦଳର ମୁଖ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଏହାପୂର୍ବରୁ ଓ ପନ୍ନିରସେଲଭମ ବା ଓପିଏସ୍‌ଙ୍କ ସହ ତାଙ୍କର ତିକ୍ତତା ଚାଲିଥିଲା। ଓପିଏସ ବହିଷ୍କୃତ ହେବା ପରେ ଇପିଏସ୍‌ ଏବେ ଦଳର ମୁଖିଆ ଭାବେ କାମ କରୁଛନ୍ତି।

Tamilnadu AIADMK Jayalalithaa
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe