Advertisment

ପ୍ରତିବାଦ ପରେ ନିଷ୍ପତ୍ତି ବଦଳାଇଲା ଦିଲ୍ଲୀ AIIMS, ରାମ ମନ୍ଦିର ପ୍ରତିଷ୍ଠା ଦିନ ବନ୍ଦ ରହିବନି ଆଉଟଡୋର୍

ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଅବସରରେ ଦେଶରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ହାଫ୍ ଡେ' କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିଲା।

Delhi AIIMS

Delhi AIIMS

Advertisment

ରାମ ମନ୍ଦିର ପ୍ରତିଷ୍ଠା ଦିନ ହସ୍ପିଟାଲ ବନ୍ଦ ରଖିବା ନିଷ୍ପତ୍ତି ବଦଳାଇଲା ଦିଲ୍ଲୀ ଏମ୍ସ। ଜାନୁଆରୀ 22 ଦିନ ହସ୍ପିଟାଲ ବନ୍ଦ ରହିବ ନାହିଁ। ଏନେଇ ଦିଲ୍ଲୀ ଏମ୍ସ ପକ୍ଷରୁ ପୁନଃ ଘୋଷଣା କରାଯାଇଛି।

Advertisment

ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଅବସରରେ ଦେଶରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ହାଫ୍ ଡେ' କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ଏହା ପରେ ବିଭିନ୍ନ ସରକାରୀ ପ୍ରତିଷ୍ଠାନ ଦିନ 2ଟା 30 ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥିଲେ। ଦିଲ୍ଲୀ ଏମସ୍ ମଧ୍ୟ ଏହି ତାଲିକାରେ ନିଜକୁ ଯୋଡିଥିଲା। 

ଜାନୁଆରୀ 22 ତାରିଖରେ ରାମ ମନ୍ଦିର ପ୍ରତିଷ୍ଠା ଦିନ 2ଟା 30 ପର୍ଯ୍ୟନ୍ତ ଆଉଟଡୋର୍ ବନ୍ଦ ରହିବ ବୋଲି ଘୋଷଣା କରିଥିଲା ଦିଲ୍ଲୀ ଏମ୍ସ। କିନ୍ତୁ ଏହାକୁ ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ଏବଂ ଅନୁଷ୍ଠାନ ପକ୍ଷରୁ ବିରୋଧ କରାଯାଇଥିଲା। ଯଦି ଆଉଟଡୋର୍ ବନ୍ଦ ରହେ ତେବେ କଣ ରୋଗୀ 2ଟା 30 ପର୍ଯ୍ୟନ୍ତ ଅପେକ୍ଷା କରିବେ ବୋଲି ପ୍ରଶ୍ନ କରିଥିଲେ।

Advertisment

ଏହାପରେ ଛୁଟି ନିଷ୍ପତ୍ତିକୁ ବାତିଲ୍ କରାଯାଇଛି। ଆସନ୍ତାକାଲି ଅର୍ଥାତ୍ ସମସ୍ତ ପ୍ରକାର ଜରୁରୀ କାର୍ଯ୍ୟ ସହ ଚିକିତ୍ସା କରାଯିବ। 

AIIMS Ram Temple Event AIIMS Close News Ayodhya Ram Mandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe