Advertisment

ଲକ୍ଷ୍ୟରେ ରଖ ୫୦% ଭୋଟ୍‌: ଦଳୀୟ କର୍ମକର୍ତ୍ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦି

ଲୋକସଭା ନିର୍ବାଚନ ଆଉମାତ୍ର କେଇ ମାସ ବାକି ଥିବାବେଳେ ଦଳ ପାଇଁ ୫୦% ଭୋଟ୍‌ ସଂଗ୍ରହ ଲକ୍ଷ୍ୟରେ ରଖିବାକୁ ଦଳୀୟ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଅଦ୍ୟତନ ହୋଇଛି
Prime Minister Narendra Modi

Prime Minister Narendra Modi

Advertisment

ଲୋକସଭା ନିର୍ବାଚନ ଆଉମାତ୍ର କେଇ ମାସ ବାକି ଥିବାବେଳେ ଦଳ ପାଇଁ ୫୦% ଭୋଟ୍‌ ସଂଗ୍ରହ ଲକ୍ଷ୍ୟରେ ରଖିବାକୁ ଦଳୀୟ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀରେ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ଏକ ରୁଦ୍ଧଦ୍ୱାର ବୈଠକରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ୨୦୧୯ରେ ଦଳ ୩୦୩ ଆସନ ଜିତିଥିଲା। ଏଥର ଯଦି ମିଶନ ମୋଡ଼୍‌ରେ କାର୍ଯ୍ୟ କରାଯାଏ ତେବେ ଏହାଠାରୁ ମଧ୍ୟ ଅଧିକ ଆସନ ଜିତି ହେବ।

Advertisment

ସୂତ୍ର ଅନୁଯାୟୀ ସାମାଜିକ ଗଣମାଧ୍ୟମରେ ବିରୋଧୀଙ୍କ ନକାରାତ୍ମକ ସମାଲୋଚନାର ଆକ୍ରମଣାତ୍ମକ ମୁକାବିଲା କରିବାକୁ ମଧ୍ୟ ସେ ଦଳୀୟ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ବିରୋଧୀଙ୍କ ନକାରାତ୍ମକ ଆକ୍ରମଣର ସକାରାତ୍ମକ ଜବାବ ଦେବାକୁ ହେବ।

ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଦଳୀୟ ରଣନୀତି ଉପରେ ଆଲୋଚନା କରିବାକୁ ନୂଆଦିଲ୍ଲୀରେ ଭାରତୀୟ ଜନତା ପାର୍ଟିର ଦୁଇ ଦିନିଆ ବୈଠକ ବସିଛି। ସେଥିରେ ଦଳର ସର୍ବଭାରତୀୟ କର୍ମକର୍ତ୍ତା, ରାଜ୍ୟ ପ୍ରଭାରୀ, ରାଜ୍ୟ ସଭାପତି, ରାଜ୍ୟ ସାଧାରଣ ସଂପାଦକଙ୍କ ସମେତ ଅନ୍ୟାନ୍ୟ ଛାମୁଆ ସଂଗଠନର ମୁଖ୍ୟମାନେ ଯୋଗ ଦେଇଛନ୍ତି।

Advertisment

ସେହିପରି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳନ କରାଯାଇଥିବା ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡ଼ିକ ସଂପର୍କରେ ଜନ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆୟୋଜିତ ହେଉଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରାର ବ୍ୟାପକ ସଫଳତା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିବା ଦଳୀୟ ସୂତ୍ରରୁ ଜଣାଯାଇଛି।

ନିକଟରେ ଶେଷ ହୋଇଥିବା ୫ ରାଜ୍ୟ ବିଧାନସଭା ନିର୍ବାଚନ ଓ ତହିଁରେ ବିଜେପିର ସଫଳତା ଏବଂ ଡିସେମ୍ବର ୨୫ ତାରିଖରେ ପଡ଼ୁଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ପାଳନ ନେଇ ମଧ୍ୟ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଥିବା ଏହି ସୂତ୍ରରୁ ପ୍ରକାଶ।

ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ଦଳ ୫ ରାଜ୍ୟରୁ ୩ ରାଜ୍ୟ ଜିତିଥିବାରୁ ଆସନ୍ତା ଲୋକସଭା ନିର୍ବାଚନରେ ମଧ୍ୟ ଦଳ ବିପୁଳ ବିଜୟ ହାସଲ କରି ପୁଣି ଥରେ ସରକାର ଗଠନ କରିବ ବୋଲି ଅନେକ ନେତା ଆଶା ପ୍ରକାଶ କରିଛନ୍ତି।

ବିଧାନସଭା ନିର୍ବାଚନରେ ଦଳର ସଫଳତା ପରେ ଡିସେମ୍ବର ୧୩ ତାରିଖରେ ଦଳର ଜାତୀୟ କାର୍ଯ୍ୟାଳୟରେ ନେତା ଓ କର୍ମୀମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ରାଜ୍ୟ ବିଧାନସଭା ନିର୍ବାଚନରେ ତିନି ରାଜ୍ୟ ଜିତି ଆମେ ହ୍ୟାଟ୍ରିକ କରିଛନ୍ତି। ଆସନ୍ତା ଲୋକସଭା ନିର୍ବାଚନରେ ମଧ୍ୟ ଆମେ ତୃତୀୟ ଥର ପାଇଁ ବିଜୟ ହାସଲ କରିପାରିବା।

Bjp Narendra Modi PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe