Advertisment

ଅପରେସନ ସିନ୍ଦୂର: ୬ ପାକିସ୍ତାନୀ ଯୁଦ୍ଧ ବିମାନକୁ ଖସାଇଥିଲା ଭାରତୀୟ ବାୟୁସେନା

ମଝି ଆକାଶରେ ୬ଟି ପାକିସ୍ତାନୀ ଏୟାରକ୍ରାଫ୍ଟ ଧ୍ୱଂସ ହୋଇଥିବା ବେଳେ ଭାରତୀୟ ବାୟୁ ସେନାର ଏୟାର ଷ୍ଟ୍ରାଇକରେ ସ୍ଥଳ ଭାଗରେ ରହିଥିବା ଆଉ ୨ଟି ଯୁଦ୍ଧ ବିମାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା।

AP Singh

AP Singh

Advertisment

ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସେନା କରିଥିବା ଅପରେସନ ସିନ୍ଦୂରର ସତ ସାମ୍ନାକୁ ଆସିଛି। ପ୍ରଥମଥର ପାଇଁ ଭାରତୀୟ ବାୟୁ ସେନାର ମୁଖ୍ୟ ଏପି ସିଂହ ବଡ଼ ଖୁଲାସା କରିଛନ୍ତି। ଅପରେସନ ସିନ୍ଦୂର ବେଳେ ଭାରତୀୟ ବାୟୁ ସେନା ପାକିସ୍ତାନର ୫ ଯୁଦ୍ଧ ବିମାନ ଓ ଗୋଟିଏ ବଡ଼ ସର୍ଭେଲାନ୍ସ ଏୟାରକ୍ରାଫ୍ଟକୁ ଖସାଇଥିଲା।

Advertisment

ଅପରେସନ ସିନ୍ଦୂରର ବଦଲା ନେବାକୁ ପାକିସ୍ତାନ ବାୟୁ ସେନା ଚେଷ୍ଟା କରୁଥିବା ବେଳେ ଏପରି ପରିଣାମ ଭୋଗିଥିବା ପ୍ରଥମଥର ପାଇଁ ବାୟୁସେନା ମୁଖ୍ୟ ସୂଚନା ଦେଇଛନ୍ତି। ତାଙ୍କ କହିବା କଥା ଯେ ମଝି ଆକାଶରେ ୬ଟି ପାକିସ୍ତାନୀ ଏୟାରକ୍ରାଫ୍ଟ ଧ୍ୱଂସ ହୋଇଥିବା ବେଳେ ଭାରତୀୟ ବାୟୁ ସେନାର ଏୟାର ଷ୍ଟ୍ରାଇକରେ ସ୍ଥଳ ଭାଗରେ ରହିଥିବା ଆଉ ୨ଟି ଯୁଦ୍ଧ ବିମାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା।

ସମ୍ଭବତଃ ସ୍ଥଳ ଭାଗରେ ଆମେରିକା ନିର୍ମିତ ଏଫ ୧୬ ଯୁଦ୍ଧ ବିମାନ ଧ୍ୱଂସ ହୋଇଥିଲା। ମେ’ ୧୦ରେ ଜାକୋବାବାଦ ଏୟାର ବେସ୍‌ରେ ଭାରତ ଏୟାର ଷ୍ଟ୍ରାଇକ କରିବା ବେଳେ ଏଫ-୧୬ ଯୁଦ୍ଧ ବିମାନ ନଷ୍ଟ ହୋଇଥିବା ଜଣାପଡ଼ିଛି। 

Advertisment

ବେଙ୍ଗାଲୁରୁରେ ଆୟୋଜିତ ୧୬ତମ ଏୟାର ଚିଫ ମାର୍ଶଲ ଏଲଏମ କାତ୍ରେ ଲେକଚର୍‌ରେ ବାୟୁସେନା ମୁଖ୍ୟ ଏପି ସିଂହ ପାକିସ୍ତାନ ସହ ସାମରିକ ଲଢ଼େଇ ବେଳେ ରୁଷ ନିର୍ମିତ ଏୟାର ଡିଫେନ୍ସ ସିଷ୍ଟ ଏସ-୪୦୦ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ବୋଲି କହିଛନ୍ତି। ଧ୍ୱଂସ ହୋଇଥିବା ବିଗ ବାର୍ଡ ବା ସମ୍ଭବତଃ ଆୱାକସ(ଏୟାରବର୍ଣ୍ଣ ୱାର୍ଣ୍ଣିଂ ଓ କଣ୍ଟ୍ରୋଲ ସିଷ୍ଟମ) କିମ୍ବା ବୈଦ୍ୟୁତିକ ଗୁଇନ୍ଦା ପ୍ଲାଟଫର୍ମ। ଏହା କ୍ଷତିଗ୍ରସ୍ତ ହେବା ପାକିସ୍ତାନ ଏୟାର ଶକ୍ତି ପାଇଁ ବହୁତ ବଡ଼ ଝଟକା।

ସେ କହିଛନ୍ତି, “ଆମେ ଅତିକମରେ ୫ ଯୁଦ୍ଧ ବିମାନ ଓ ଗୋଟିଏ ବିରାଟ ଏୟାରକ୍ରାଫ୍ଟ (ସମ୍ଭବତଃ ଇଏଲଆଇଏନଟି ବିମାନ କିମ୍ବା ଗୋଟିଏ ଆୱାକସ ବିମାନ)କୁ ଖସାଇଥିଲୁ। ୩୦୦ କିମି ଦୂରରୁ ଏହାକୁ ନଷ୍ଟ କରାଯାଇଥିଲା। ଏହା ବାସ୍ତବରେ ସବୁଠାରୁ ବଡ଼ ସ୍ଥଳ ଭାଗରୁ ଆକାଶ ପଥରେ କରାଯାଇଥିବା ଅପରେସନ।” 

ବାୟୁ ସେନା ମୁଖ୍ୟ ଏପି ସିଂହ ଅପରେସନ ସିନ୍ଦୂର ପୂର୍ବରୁ ଓ ପରେ ଆତଙ୍କବାଦୀ ଠିକଣାର ଅବସ୍ଥା କ’ଣ ହୋଇଥିଲା, ତା’ର ସ୍ୟାଟେଲାଇଟ ଛବି ମଧ୍ୟ ଜାରି କରିଛନ୍ତି। ପାକିସ୍ତାନର ବାହାବଲପୁରରେ ଥିବା ଜୈଶ-ଇ-ମହମ୍ମଦର ମୁଖ୍ୟାଳୟ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଛବିରୁ କ୍ଷୟକ୍ଷତିର ପରିଣାମ ସ୍ପଷ୍ଟ ହୋଇଛି।

ଟାର୍ଗେଟର ଆଖପାଖ ବିଲଡିଂ ସଂପୂର୍ଣ୍ଣ ଭାବେ ଅକ୍ଷତ ରହିଛି। କେବଳ ସ୍ୟାଟେଲାଇଟ ଛବି ନୁହେଁ, ବରଂ ସ୍ଥାନୀୟ ମିଡିଆ ଏହାକୁ ନିଶ୍ଚିତ କରିଛି। ସ୍ଥାନୀୟ ମିଡିଆ ଦ୍ୱାରା ଆମେ ଭିତରର ଛବି ମଧ୍ୟ ହାସଲ କରିପାରିଥିବା ଏୟାର ଚିଫ ମାର୍ଶଲ ଏପି ସିଂହ କହହିଛନ୍ତି।

ମେ’ ୭ରେ ଭାରତୀୟ ସେନାର ଏୟାର ଷ୍ଟ୍ରାଇକରେ ଛାରଖାର ହୋଇଥିବା ୯ଟି ଆତଙ୍କୀ ଆଡ୍ଡା ମଧ୍ୟରୁ ଗୋଟିଏ ହେଲା ମୁର୍ଦିକେରେ ଥିବା ଲସ୍କର-ଇ-ତାଏବାର ମୁଖ୍ୟାଳୟ। ଏହା ଲସ୍କରର ବରିଷ୍ଠ କମାଣ୍ଡରମାନଙ୍କ ପାଇଁ ଗୋଟିଏ ଆବସିକ ଅଞ୍ଚଳ ଥିଲା। ଏଠାରେ ସେମାନଙ୍କ ଅଫିସ ଥିଲା। ଯେଉଁଠାରେ ସେମାନେ ମିଟିଂ କରୁଥିଲେ। ଉକ୍ତ ସ୍ଥାନକୁ ମଧ୍ୟ ବେଶ ସଫଳତାର ସହ ଧ୍ୱଂସ କରାଯାଇଥିଲା। ଅପରେସନ ସିନ୍ଦୂରକୁ ବେଶ ଯୋଜନାବଦ୍ଧ ଭାବେ କାର୍ଯ୍ୟକାରୀ କରାଯାଇଥିବା ସେ କହିଛନ୍ତି।

Operation Sindoor Air Chief AIR Chief Marshal AP Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe